ବ୍ୟକ୍ତିଙ୍କୁ ଏମ୍‌ଆରଆଇ ମେସିନରେ ଭର୍ତ୍ତି କରି ଭୁଲିଗଲେ ଟେକ୍ନିସିଆନ୍‌, ଜାଣନ୍ତୁ ତାପରେ କଣ ହେଲା ପରିସ୍ଥିତି

ହରିୟାଣା ପଞ୍ଚକୁଳା ସେକ୍ଟର-୬ ହସ୍ପିଟାଲର ଷ୍ଟାଫ୍‌ ମାନଙ୍କର ଅବହେଳା ସାମ୍ନାକୁ ଆସିଛି। ଏଠାରେ ଚାଲୁଥିବା ଏମଆରଆଇ ଏବଂ ସିଟି ସ୍କାନ ସେଣ୍ଟରରେ ୬୧ ବର୍ଷ ବୟସ୍କ ରାମ ମେହରଙ୍କୁ ଏମଆରଆଇ ମେସିନରେ ଭର୍ତ୍ତି କରି ଟେକ୍ନିସିଆନ୍‌ ଭୁଲିଯାଇଥିଲେ। କିଛି ସମୟ ପରେ ବୃଦ୍ଧ ବ୍ୟକ୍ତି ଜଣକ ନିଶ୍ୱାଃସ ନେବାରେ କଷ୍ଟ ଅନୁଭବ କରିବାରୁ ହାତ, ପାଦ ମାରିଥିଲେ ମଧ୍ୟ ବେଲ୍ଟ ବନ୍ଦ ଥିବାରୁ ସେ ହଲି ପାରିନଥିଲେ। କିନ୍ତୁ ବୃଦ୍ଧ ବ୍ୟକ୍ତି ଜଣକ ନିଜର ସାହାସ ନହରାଇ ବାରମ୍ବାର ଚେଷ୍ଟା କରିବା ପରେ ବେଲ୍ଟଟି ଭାଙ୍ଗିଯିବା ପରେ ସେ ମେସିନ୍‌ ଭିତରୁ ବାହାରକୁ ଆସିବାରେ ସଫଳ ହୋଇଥିଲେ। ପୀଡିତ ବ୍ୟକ୍ତି ଜଣକ ଏମଆରଆଇ ଏବଂ ସିଟି ସ୍କାନ ସେଣ୍ଟରର କର୍ମଚାରୀମାନଙ୍କ ଉପରେ ଗମ୍ଭୀର ଆରୋପ ଲଗାଇବା ସହ ଡିଜି ଡା. ସୂରଜଭାନ କବୋଜ ସେକ୍ଟର-୫ ସ୍ଥିତ ଥାନାରେ ମଧ୍ୟ ମାମଲା ରୁଜୁ କରିଛନ୍ତି। ଏଥିସହ ଘଟଣା ସମ୍ପର୍କରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଅନିଲ ଓ୍ଵିଜ୍‌ଙ୍କୁ ଜଣାଇଛନ୍ତି। ପୀଡିତ ଜରକ ଆଉ ୩୦ ସେକେଣ୍ଡ ଭିତରେ ଥିଲେ ତାଙ୍କର ମୃତ୍ୟୁ ହୋଇଯାଇଥାନ୍ତା ବୋଲି ଅଭିଯୋଗ କରିଛନ୍ତି।

ଏହାସହ ପଢନ୍ତୁ: ପତ୍ନୀ ସବୁ ବେଳେ ଫୋନ୍‌ରେ ବ୍ୟସ୍ତ ରହୁଥିଲେ, ରାଗି ଗଲେ ପତି ଓ ଏମିତି କାଣ୍ଡ କରି ବସିଲେ…

ଏହି ଘଟଣା ସମ୍ପର୍କରେ ଏମଆରଆଇ ସେଣ୍ଟରର ଇନଚାର୍ଜଙ୍କ ସହ କଥା ହେବା ସେ କହିଛନ୍ତି, ଏଥିରେ ଟେକ୍ନିସିଆନମାନଙ୍କର କୌଣସି ପ୍ରକାର ଭୁଲ୍‌ ନାହିଁ। ତାଙ୍କର କହିବା ଅନୁଯାୟୀ ଟେକ୍ନିସିଆନମାନେ ହିଁ ପୀଡିତ ବ୍ୟକ୍ତିଙ୍କୁ ବାହାରକୁ କାଢିଥିଲେ। ସୂଚନା ଅନୁଯାୟୀ ଉକ୍ତ ବ୍ୟକ୍ତିଙ୍କର ୨୦ ମିନିଟର ସ୍କାନ ଥିଲା। ଏହି ସମୟରେ ତାଙ୍କୁ ନ ହଲିବା ପାଇଁ ଟେକ୍ନିସିଆନ ମନା କରିଥିଲେ। ଏଥିସହ ଟେକ୍ନିସିଆନ ଅନ୍ୟ ଏକ ସିଷ୍ଟମରେ ନୋଟସ୍‌ ଚଢାଉଥିବା ବେଳେ ଦେଖିଲେ ବ୍ୟକ୍ତି ଜଣକ ନିଜେ ଅଦା ବାହାରକୁ ଚାଲିଆସିଛନ୍ତି। ଏହାପରେ ଟେକ୍ନିସିଆନ ହିଁ ଉକ୍ତ ବ୍ୟକ୍ତିଙ୍କୁ ବାହାରକୁ ବାହାର କରିଥିଲେ।