୬୦ବର୍ଷୀୟା ବୃଦ୍ଧାଙ୍କ କମାଲ୍, ଦେଖନ୍ତୁ ଭିଡିଓରେ କେମିତି ଗୋଟେ ମିନିଟରେ ଖାଇଦେଲେ ୬ଟି ଇଡ୍‌ଲି

ମହୀଶୂର : ଗୋଟେ ମିନିଟରେ ଖାଇଦେଲେ ୬ଟି ଇଡ୍‌ଲି । ଆଜ୍ଞା ହଁ, ମହୀଶୂରରେ ଜଣେ ୬୦ବର୍ଷୀୟ ବୃଦ୍ଧା ଏହାକୁ ସମ୍ଭବ କରି ଦେଖାଇଛନ୍ତି । ଅକ୍ଟୋବର ୧ରେ ମହୀଶୂରରେ ଏକ ଇଡ୍‌ଲି ଖାଇବା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ୧ମିନିଟ୍‌ରେ ୬ଟି ଇଡ୍‌ଲି ଖାଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ । ଏହି ବୃଦ୍ଧା ଜଣଙ୍କ ହେଉଛନ୍ତି ୬୦ବର୍ଷୀୟ ସରୋଜମ୍ମା ।

ଏହାସହ ପଢନ୍ତୁ:

–୪୦ ଡିଗ୍ରୀ ଥଣ୍ଡାରେ ବି ହାରି ନଥିଲେ ଅନିତା, ନିଜ ଇଛାଶକ୍ତି ବଳରେ ପହଞ୍ଚିଲେ ମାଉଣ୍ଟୁ ମନାସ୍ଲୁରେ

ହୁଲ୍ଲାହଲ୍ଲୀରେ ରହୁଥିବା ସରୋଜମ୍ମା ଇଡ୍‌ଲୀ ଖାଇବା ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଗ୍ରହଣ କରିଥିଲେ । ମହୀଶୂର ଦଶହରାରେ ସବୁ ବର୍ଷ ମହିଳାମାନଙ୍କୁ ନେଇ ଇଡ୍‌ଲି ଖାଇବା ପ୍ରତିଯୋଗିତାର ଆୟୋଜନ କରାଯାଇଥାଏ । ଯିଏ ଏକ ମିନିଟ୍‌ ମଧ୍ୟରେ ସବୁ ଇଡ୍‌ଲି ଖାଇ ପାରିବେ, ସେମାନଙ୍କୁ ବିଜେତା ଘୋଷଣା କରାଯାଇଥାଏ । ଜଳିତବର୍ଷ ଏହି ପ୍ରତିଯୋଗିତାକୁ ସରୋଜମ୍ମା ଜିତିନେଇଛନ୍ତି । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

ଦେଖନ୍ତୁ ଭିଡିଓ:

Video Courtesy:ANI NEWS

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.