ଦେଶ ବିଦେଶ

ରାଜସ୍ଥାନରୁ ବଳଦଗାଡ଼ିରେ ୬୦୦ କିଲୋ ଦେଶୀ ଘିଅ ପହଞ୍ଚିଲା ଅଯୋଧ୍ୟା, ଜଳିବ ଅଖଣ୍ଡ ଜ୍ୟୋତି

ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହକୁ ସମସ୍ତ ରାମଭକ୍ତ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ଭକ୍ତମାନେ ଭଗବାନ ରାମଙ୍କୁ ବିଭିନ୍ନ ପ୍ରକାର ଜିନିଷ ଅର୍ପଣ କରୁଛନ୍ତି। ଏହି କ୍ରମରେ ରାଜସ୍ଥାନର ଯୋଧପୁରରୁ ୬୦୦ କିଲୋଗ୍ରାମ ଦେଶୀ ଗାଈ ଘିଅ ଅଯୋଧ୍ୟାରେ ପହଞ୍ଚିଛି।

ଏହି ଦେଶୀ ଘିଅକୁ ରାମ ମନ୍ଦିରରେ ଅଖଣ୍ଡ ଜ୍ୟୋତି ଏବଂ ପ୍ରଭୁଙ୍କ ପ୍ରାଣ ପ୍ରତିଷ୍ଠା ଅବସରରେ ହେବାକୁ ଥିବା ଧାର୍ମିକ ରୀତିନୀତିରେ ବ୍ୟବହାର କରାଯିବ। ନଭେମ୍ବର ୨୭ରେ ଯୋଧପୁରରୁ ୧୦୮ କଳସରେ ୬୦୦ କିଲୋ ଦେଶୀ ଘିଅ ଅଯୋଧ୍ୟା ଅଭିମୁଖେ ବାହାରିଥିଲା। ଏହାକୁ ୫ଟି ବଳଦ ଗାଡ଼ିରେ ଧରି ଯୋଧପୁରର ସନ୍ଥ ମହର୍ଷି ସନ୍ଦୀପନି ଜୀ ମହାରାଜ ଆଜି ଅଯୋଧ୍ୟାରେ ପହଞ୍ଚିଛନ୍ତି।

ସନ୍ଦୀପନି ଜୀ ମହାରାଜ କୁହନ୍ତି, ନଭେମ୍ବର ୨୭ରେ ଆମେ ଘୃତ ପଦଯାତ୍ରାରେ ବାହାରିଥିଲୁ। ଆଜି ପ୍ରଭୁଙ୍କ ନଗରୀ ଅଯୋଧ୍ୟାରେ ପହଞ୍ଚି ଟ୍ରଷ୍ଟର ଅଧିକାରୀମାନଙ୍କୁ ଭେଟି ଘିଅ ଅର୍ପଣ କରିଛୁ। ଏହି ୧୦୮ କଳସରେ ଶୁଦ୍ଧ ଗାଈ ଘିଅ ରଖାଯାଇଛି, ସବୁକୁ ମିଶାଇ ପାଖାପାଖି ୬୦୦ କିଲୋ ଘିଅ ଅଛି। କହି ରଖୁଛୁ, ୯ ବର୍ଷ ଧରି ଏହି ଘିଅକୁ ସଂଗ୍ରହ କରାଯାଇ ଆସୁଥିଲା।

Roshni

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଛାତ୍ରଛାତ୍ରୀଙ୍କ ପାଇଁ କିପରି କଟିବ ଦିନ

ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…

2 hours ago

ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ, ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…

5 hours ago

ବାଲେଶ୍ବର ସହରରେ କର୍ଫ୍ୟୁ କୋହଳ, ଆସନ୍ତାକାଲି ଠାରୁ ଲ୍ୟାଣ୍ଡ ଲାଇନ୍ based internet ହେବ କୋହଳ

ବାଲେଶ୍ଵର :  ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…

5 hours ago

ପିସିସି ସଭାପତିଙ୍କୁ କାଳିମାଡ଼, କଂଗ୍ରେସ ଭବନରେ ପଶି କଲେ କାଳିମାଡ଼

ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…

5 hours ago

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ

ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…

7 hours ago

ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁଲା ମୌସୁମୀ, ୨ ଦିନ ଭିତରେ ସାରା ରାଜ୍ୟକୁ ଛୁଇଁବ

ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…

7 hours ago