ମୁମ୍ବାଇ ଏୟାରପୋର୍ଟରୁ ଜବତ ହେଲା ୬୧ କେଜିର ସୁନା, ମୂଲ୍ୟ ୩୨ କୋଟିରୁ ଉର୍ଦ୍ଧ୍ବ; ୭ ଗିରଫ

ନୂଆଦିଲ୍ଲୀ : ଗୋଟିଏ ଦିନରେ ୬୧ କିଲୋ ସୁନା ଜବତ କଲା ମୁମ୍ବାଇ ଏୟାର ପୋର୍ଟ କଷ୍ଟମସ୍‌ । ଯାହାର ଆନୁମାନିକ ମୂଲ୍ୟ ୩୨ କୋଟିରୁ ଉର୍ଦ୍ଧ୍ୱ ହେବ । ଏଥିରେ ୭ ଜଣଙ୍କୁ ଗିରଫ କବିବା ସହ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଗିରଫ ଚୋରା ଚାଲାଣକାରିଙ୍କ ମଧ୍ୟରେ ଦୁଇ ଜଣ ମହିଳା ରହିଛନ୍ତି ।

ଗିରଫଙ୍କ ମଧ୍ୟରେ ଚାରିଜଣ ବ୍ୟକ୍ତି ତାଞ୍ଜାନିଆରୁ ଫେରୁଥିବା ତିନି ଭାରତୀୟଙ୍କ ଠାରୁ ୧ କେଜି ବାର୍‌ର ୫୩ କେଜିର ସୁନା ଜବତ ହୋଇଛି। ସେହିପରି ୨ ଯାତ୍ରୀଙ୍କଠାରୁ ୧୪ କେଜି। ଆଉ ଦୁଇ ଯାତ୍ରୀଙ୍କ ଠାରୁ ଯଥାକ୍ରମେ ୧୨ ଏବଂ ୧୩ କେଜିର ସୁନା ଜବତ ହୋଇଥିଲା। ଯାହାର ମୂଲ୍ୟ ୨୮.୧୭ କୋଟି । ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ହୋଇଥିବା ବେଲ୍ଡରେ ଏସବୁ ଲୁଚାଇ ରଖିଥିଲେ ଚୋରା ଚାଲାଣକାରି । ସେହିପରି ଦୁବାଇରୁ ଆସିଥିବା ୩ ଜଣ ଯାତ୍ରୀଙ୍କଠୁ ୮ କିଲୋ ସୁନା ଜବତ କରିଛି କଷ୍ଟମସ୍‌ ବିଭାଗ । ଯାହାର ମୂଲ୍ୟ ୩କୋଟି ୮୮ ଲକ୍ଷ ହେବ । ଜିନସ୍‌ ପ୍ୟାଣ୍ଟର ବେଲ୍ଡରେ ଲୁଚାଇ ଆଣିଥିଲେ ସୁନା । ୩ ଜଣଙ୍କ ଭିତରେ ୨ ଜଣ ମହିଳା ରହିଥିଲେ ।

ସୂଚନା ଅନୁଯାୟୀ, ଦୋହାରୁ ମୁମ୍ବାଇ ଆସିଥିବା କତାର ଏୟାରଓ୍ବେଜ୍‌ର ଫ୍ଲାଇଟ୍ ନମ୍ବର କ୍ୟୁଆର୍-୫୫୬ ବିମାନରେ ଏହି ଯାତ୍ରୀ ଯାତ୍ରା କରୁଥିଲେ। ତେବେ ଗିରଫ ପରେ ସେମାନଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.