ଦୁର୍ଗାପୂଜା ମଣ୍ଡପରେ ଲାଗିଗଲା ନିଆଁ, ମା’ଙ୍କ ସହିତ ଜଳିଗଲେ ୬୪ ଜଣ ଲୋକ

ଉତ୍ତରପ୍ରଦେଶ ସ୍ଥିତ ଭଦୋହିରେ ଦୁର୍ଗାପୂଜା ମଣ୍ଡପରେ ନିଆଁ ଲାଗିବା ଯୋଗୁଁ ୬୪ ଜଣ ଲୋକ ପୋଡି ହୋଇଯାଇଛନ୍ତି। ଏମାନଙ୍କ ମଧ୍ୟରୁ ୫ ଜଣ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟମାନେ ଗୁରୁତର ରହିଛନ୍ତି। ଯେଉଁମାନେ ଗୁରୁତର ରହିଛନ୍ତି, ସେମାନଙ୍କୁ ବାରଣାସୀ ଏବଂ ପ୍ରୟାଗରାଜର ହସପିଟାଲକୁ ସ୍ଥାନାନ୍ତର କରାଯାଇଛି।
ପୂଜା ମଣ୍ଡପରେ ସର୍ଟ ସର୍କିଟ ଯୋଗୁଁ ଏହି ନିଆଁ ଲାଗିଥିବା ଜଣାପଡିଛି। ନିଆଁ ଲାଗିବା ସମୟରେ ମଣ୍ଡପରେ ପାଖାପାଖି ୧୫୦ ଲୋକ ଉପସ୍ଥିତ ଥିଲେ। ନିଆଁ ଲାଗିବା ମାତ୍ରେ ଲୋକେ ଏଣେତେଣ ଦୌଡିଥିଲେ। ନିଆଁ ଏତେ ଭୟଙ୍କର ଥିଲା ଯେ, ପାଖାପାଖି ୬୪ ଲୋକ ଜଳିଯାଇଥିଲେ। ଘଟଣାସ୍ଥଳରେ ୩ ଜଣ ଲୋକ ମୃତ୍ୟୁବରଣ କରିଥିବା ବେଳେ ହସପିଟାଲ ୨ ଜଣଙ୍କ ମୃତ୍ୟୁ ହୋଇଥିଲା ଏବଂ ଗୁରୁତ ଆହତଙ୍କୁ ହସିପଟାଲରେ ଭର୍ତ୍ତି କରାଯାଇଥିଲା। ଅଧିକାଂଶ ଲୋକେ ୪୦ ପ୍ରତିଶତ ପୋଡି ଯାଇଥିବା ଖବର ମିଳିଛି। କିଛି ଲୋକଙ୍କ ଅବସ୍ଥା ଗୁରୁତର ମଧ୍ୟରହିଛି।
हमारे पास 52 लोगों के आग में झुलसने की पुष्ट खबर है। इसमें लगभग 35 लोगों को वाराणसी और 25 लोगों को BHU रेफर किया गया है। एक बच्चे की मृत्यु हुई है। बाकी लोगों का भदोही में इलाज जारी है: गौरांग राठी, DM, भदोही https://t.co/nX8eernIR4 pic.twitter.com/dYBNKesY5W
— ANI_HindiNews (@AHindinews) October 2, 2022
ମୃତକଙ୍କ ମଧ୍ୟରେ ୧୨ ବର୍ଷୀୟ ପୁଅ, ୧୦ ବର୍ଷୀୟ ପୁଅ, ୪୫ ବର୍ଷୀୟ ମହିଳା ଥିଲେ। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଃଖ ପ୍ରକାଶ କରିଛନ୍ତି। ଆହତଙ୍କୁ ଉନ୍ନତ ଚିକିତ୍ସା କରିବା ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସିଏମଓ ତରଫରୁ ଟ୍ଵିଟ୍ କରି ଲେଖାଯାଇଛି, ‘ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜନପଦ ଭଦୋହିରେ ଘଟିଥିବା ଘଟଣାରେ ଶୋକ ପ୍ରକାଶ କରିଛନ୍ତି।
#UPCM @myogiadityanath ने जनपद भदोही के औराई में दुर्गा पंडाल में आग लगने की घटना का संज्ञान लिया है।
मुख्यमंत्री जी ने घायलों को तत्काल अस्पताल पहुंचाकर जिला प्रशासन के अधिकारियों को उनके समुचित उपचार के निर्देश दिए हैं।
— CM Office, GoUP (@CMOfficeUP) October 2, 2022
ଜିଲ୍ଲାପାଳ କହିଛନ୍ତି କି ପୂଜା ପାଳନ ନେଇ ସମସ୍ତ ସତର୍କତା ଅବଲମ୍ବନ କରାଯାଇଥିଲେ ବି କେମିତି ଅଗ୍ନିକାଣ୍ଡ ଘଟିଲା ତାହା ସ୍ପଷ୍ଟ ହୋଇନାହିଁ । ହେଲେ ପ୍ରାଥମିକ ତଦନ୍ତରୁ ବିଦ୍ୟୁତ୍ ସର୍ଟସର୍କିଟ କାରଣରୁ ଏଭଳି ହୋଇଥାଇପାରେ ବୋଲି ଅନୁମାନ କରାଯାଇଛି ।
Also Read : ଇଣ୍ଡୋନେସିଆରେ ଫୁଟବଲ ମ୍ୟାଚ୍ ଦଙ୍ଗା ଘଟଣାରେ ମୃତକଙ୍କ ସଂଖ୍ୟା ୧୭୪କୁ ବୃଦ୍ଧି