ବିବାହିତା ଝିଅକୁ ଦୁଷ୍କର୍ମ କରୁଥିଲା ୬୫ ବର୍ଷୀୟ ବାପା, ନାବାଳିକା ନାତୁଣୀକୁ ବି ହତ୍ୟା କରିବାକୁ ଦେଉଥିଲା ଧମକ, ଏବେ କୋର୍ଟ ଦେଲେ ଏମିତି ଦଣ୍ଡ

ବିବାହିତା ଝିଅ ଯେବେ ବାପ ଘରକୁ ବୁଲିବାକୁ ଆସୁଥିଲା, ୬୫ ବର୍ଷୀୟ ବାପା ହିଁ ତାକୁ କରୁଥିଲା ଦୁଷ୍କର୍ମ। ଏମିତି ଘଟଣା ଅନେକ ଥର ଘଟିଛି। ପୀଡ଼ିତା ଏହାକୁ ବିରୋଧ କରୁଥିଲା ବେଳେ ତାଙ୍କୁ ଦିଆଯାଉଥିଲା ଧମକ। କାହାରିକୁ ଜଣାଇଲେ ନାବାଳିକା ନାତୁଣୀକୁ ଜୀବନରୁ ମାରି ଦେବା ପାଇଁ ଅଜା ଦେଉଥିଲା ଧମକ। ଏତିକି ନୁହେଁ, ନାତୁଣୀକୁ ବି ଦିଆଯାଉଥିଲା ଯୌନ ଶୋଷଣ। ଶେଷରେ ଝିଅ ସାହସ ଜୁଟାଇ ଏ ନେଇ ପୋଲିସରେ ଅଭିଯୋଗ କରିବା ପରେ ଘଟଣାର ପର୍ଦ୍ଦାଫାଶ ହୋଇଛି। ଏବେ ଏହି ମାମଲାରେ କୋର୍ଟଙ୍କ ନିଷ୍ପତ୍ତି ବି ସାମ୍ନାକୁ ଆସିଛି।

ଘଟଣା ଘଟିଛି ମାୟାନଗରୀ ମୁମ୍ବାଇରେ। ଏଠାରେ ନିଜ ଝିଅକୁ ଦୁଷ୍କର୍ମ କରିବା ଏବଂ ନାବାଳିକା ନାତୁଣୀକୁ ଯୌନ ଉତ୍ପୀଡ଼ନ କରିବା ଅଭିଯୋଗରେ ଏକ ସ୍ୱତନ୍ତ୍ର କୋର୍ଟ ଜଣେ ୬୫ ବର୍ଷୀୟ ବ୍ୟକ୍ତିଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସ୍ୱତନ୍ତ୍ର ନ୍ୟାୟାଧୀଶ ରେଖା ପନ୍ଧାରେ ଅଭିଯୁକ୍ତଙ୍କୁ ଆଇପିସି ଧାରା ୩୭୬(୨) ଏବଂ ଶିଶୁକୁ ଯୌନ ଶୋଷଣରୁ ସୁରକ୍ଷା(ପୋକ୍ସୋ) ଅଧୀନରେ ଦୋଷୀ ସାବ୍ୟସ୍ତ କରିଛନ୍ତି।

ଅଭିଯୋଗ ମୁତାବକ, ଅଭିଯୁକ୍ତ ବାପା ଘରକୁ ଆସିଥିବା ନିଜ ୨୨ ବର୍ଷୀୟା ବିବାହିତା ଝିଅକୁ ୨୦୧୭ ମେ’ରେ ଦୁଷ୍କର୍ମ କରିଥିଲେ ଏବଂ ନାତୁଣୀକୁ ହତ୍ୟା କରିବାକୁ ଧମକ ଦେଇଥିଲେ। ଏ ନେଇ ମା’, ଝିଅ ଦୁହେଁ ପୋଲିସରେ ଅଭିଯୋଗ କରିବା ପରେ ଘଟଣା ସାମ୍ନାକୁ ଆସିପାରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.