ଘୋଷଣା ହେଲା ‘୬୬ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର’: ‘ଅନ୍ଧାଧୁନ୍’ ଶ୍ରେଷ୍ଠ ଫିଲ୍ମ, ଆୟୁଷ୍ମାନ୍ ଖୁରାନା-ଭିକି କୌଶଲଙ୍କୁ ‘ଶ୍ରେଷ୍ଠ ଅଭିନେତା’ ଆଓ୍ଵାର୍ଡ
ନୂଆଦିଲ୍ଲୀସ୍ଥିତ ଶାସ୍ତ୍ରୀ ଭବନରେ ଶୁକ୍ରବାର ୬୬ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି। ପିଆଇବି କନଫେରେନ୍ସ ହଲରେ ଏ ନେଇ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଏହି ପୁରସ୍କାର ଘୋଷଣା ହୋଇଛି। ଫିଚର ଫିଲ୍ମର ୩୧ଟି ବର୍ଗରେ ଜାତୀୟ ପୁରସ୍କାର ଦିଆଯିବ। ୨୩ଟି ନନ୍-ଫିଚର ଏବଂ ୩୧ଟି ଫିଚର ଫିଲ୍ମରେ ପୁରସ୍କାର ପ୍ରଦାନ କରାଯିବ। ସେହିପରି ମୋଷ୍ଟ ଫିଲ୍ମ ଫ୍ରେଣ୍ଡଲି ରାଜ୍ୟ ଭାବେ ଉତ୍ତରାଖଣ୍ଡ ଏବଂ ଶ୍ରେଷ୍ଠ ହିନ୍ଦୀ ଫିଚର ଫିଲ୍ମ ଭାବେ ‘ଅନ୍ଧାଧୁନ୍’କୁ ନ୍ୟାଶନାଲ ଆଓ୍ଵାର୍ଡ ଦିଆଯିବ।
ପ୍ରତିବର୍ଷ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତାଙ୍କ ନାମ ଏପ୍ରିଲରେ ଘୋଷଣା କରାଯାଇଥାଏ। ତେବେ ଚଳିତବର୍ଷ ଲୋକ ସଭା ନିର୍ବାଚନ ଯୋଗୁ ଏହାକୁ ସ୍ଥଗିତ ରଖାଯାଇଥିଲା। ଦେଖନ୍ତୁ, ୬୬ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତାଙ୍କ ତାଲିକା।
ଶ୍ରେଷ୍ଠ ଲୋକପ୍ରିୟ ଚଳଚ୍ଚିତ୍ର- ବଧାଇ ହୋ
ଶ୍ରେଷ୍ଠ ଫିଚର ଫିଲ୍ମ- ହେଲାରୁ(ଗୁଜରାଟି)
ଶ୍ରେଷ୍ଠ ନିର୍ଦ୍ଦେଶନା(ଆଦିତ୍ୟ ଧର, ଉରି: ଦ ସର୍ଜିକାଲ ଷ୍ଟାଇକ୍)
ଶ୍ରେଷ୍ଠ ଅଭିନେତ୍ରୀ- କୀର୍ତ୍ତି ସୁରେଶ(ମହାନତି, ତେଲୁଗୁ)
ଶ୍ରେଷ୍ଠ ଅଭିନେତା- ଆୟୁଷ୍ମାନ୍ ଖୁରାନା(ଅନ୍ଧାଧୁନ୍) ଓ ଭିକି କୌଶଲ(ଉରି)
ଶ୍ରେଷ୍ଠ ଡେବ୍ୟୁ ନିର୍ଦ୍ଦେଶକ- ସୁଧାକର ରେଡ୍ଡୀ ୟାକାନ୍ତି(ଫିଲ୍ମ- ନାଲ୍, ମରାଠି)
ଶ୍ରେଷ୍ଠ ପାର୍ଶ୍ୱ ଅଭିନେତ୍ରୀ- ସୁରେଖା ସିକ୍ରୀ(ବଧାଇ ହୋ)
ଶ୍ରେଷ୍ଠ ପାର୍ଶ୍ୱ ଅଭିନେତା- ସ୍ୱାନନ୍ଦ କିରକିରେ(ଚୁମ୍ବକ)
ଶ୍ରେଷ୍ଠ ଗାୟକ- ଅରିଜିତ୍ ସିଂ(ଗୀତ- ବିତେ ଦିନ୍, ଫିଲ୍ମ- ପଦ୍ମାବତ୍)
ଶ୍ରେଷ୍ଠ ଗାୟିକା- ବିନ୍ଦୁ ମାଲିନି(ନାଥିଚରାମି, କନ୍ନଡ଼)
ଏହାସହ ପଢ଼ନ୍ତୁ: ନଦୀ ଗର୍ଭରେ ଲୀନ ହୋଇଗଲା ଜୀବଜନ୍ତୁଙ୍କ ଷ୍ଟାଚ୍ୟୁ , ଜାଣନ୍ତୁ କେଉଁଠି
ଶ୍ରେଷ୍ଠ ଚିତ୍ରନାଟ୍ୟ- ଅନ୍ଧାଧୁନ୍
ଶ୍ରେଷ୍ଠ ସଂଳାପ- ତାରିଖ୍(ବଙ୍ଗଳା)
ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ- ସଞ୍ଜୟ ଲୀଳା ଭଂସାଲି(ପଦ୍ମାବତ୍)
ଶ୍ରେଷ୍ଠ ପାର୍ଶ୍ୱ ସଙ୍ଗୀତ- ଶାଶ୍ୱତ ସଚ୍ଚଦେବା(ଉରି)
ଶ୍ରେଷ୍ଠ କୋରିଓଗ୍ରାଫି- ପଦ୍ମାବତ୍(ଘୁମର)
ଶ୍ରେଷ୍ଠ ସଙ୍ଗୀତ- ନାଥିଚରାମି(କନ୍ନଡ଼)
ଶ୍ରେଷ୍ଠ ତେଲୁଗୁ ଫିଲ୍ମ- ମହାନତି
ଶ୍ରେଷ୍ଠ ପଞ୍ଜାବି ଫିଲ୍ମ- ହରଜିତା
ଶ୍ରେଷ୍ଠ ଅସାମୀ ଫିଲ୍ମ- ବୁଲବୁଲ୍ କ୍ୟାନ୍ ସିଙ୍ଗ୍
ଶ୍ରେଷ୍ଠ ମାଲାୟଲାମ୍ ଫିଲ୍ମ- ସୁଦାନି ଫ୍ରମ୍ ନାଇଜେରିଆ
ଶ୍ରେଷ୍ଠ କୋଙ୍କଣୀ ଫିଲ୍ମ- ଅମୋରି
ଶ୍ରେଷ୍ଠ ଗୁଜରାଟି ଫିଲ୍ମ- ରେଭା
ଶ୍ରେଷ୍ଠ ତାମିଲ ଫିଲ୍ମ- ଭିରାମ୍
ଶ୍ରେଷ୍ଠ ମରାଠି ଫିଲ୍ମ- ଭୋଙ୍ଗା
ଶ୍ରେଷ୍ଠ ରାଜସ୍ଥାନୀ ଫିଲ୍ମ- ଟର୍ଟଲ
ଏତଦ୍ ବ୍ୟତୀତ, ଶ୍ରେଷ୍ଠ ଇନଭେଷ୍ଟିଗେଶନ ଫିଲ୍ମ, ସ୍ପୋର୍ଟସ୍ ଫିଲ୍ମ, ସୋସିଆଲ୍ ଇସ୍ୟୁ ଫିଲ୍ମ, ପରିବେଶଧର୍ମୀ ଫିଲ୍ମ, ଫିଲ୍ମ କ୍ରିଟିକ୍ ଆଓ୍ଵାର୍ଡ ଆଦି ବର୍ଗରେ ଜାତୀୟ ପୁରସ୍କାର ଘୋଷଣା କରାଯାଇଛି।