ଇଣ୍ଡୋନେସିଆରେ ୭.୨ ତୀବ୍ରତାର ଭୂମିକମ୍ପ, ସୁନାମୀ ଆଲର୍ଟ

ଇଣ୍ଡୋନେସିଆରେ ପୁଣି ଭୂମିକମ୍ପ ଝଟକା । ଇଣ୍ଡୋନେସିଆର ସୁଲାବେସୀ କ୍ଷେତ୍ରଅଞ୍ଚଳରେ ୭.୨ ତୀବ୍ରତାର ଭୂମିକମ୍ପ ଆସିଛି । ମୁଲୁକ ଦ୍ୱୀପରେ ଭୂମିକମ୍ପ ହୋଇଛି । ଏହାର କେନ୍ଦ୍ର ୧୪୫ କିମି ବୋଲି କୁହାଯାଉଛି। ତେଣୁ ସୁନାମୀ ଆଲର୍ଟ ଜାରି କରାଯାଇଛି ।

ସୂଚନାଯୋଗ୍ୟ, ସୋମବାର ଦିନ ମଧ୍ୟ ଭୂମିକମ୍ପ ହୋଇଥିଲା । ଭୂମିକମ୍ପ ଯୋଗୁଁ ଲୋକେ ଘରୁ ବାହାରି ଆସିଥିଲେ । କିନ୍ତୁ କୌଣସି ଜୀବନହାନୀ ହୋଇନଥିଲା । ଇଣ୍ଡୋନେସିଆର ଉପକୂଳବର୍ତ୍ତୀ ଅଞ୍ଚଳରେ ୬.୨ ତୀବ୍ରତାର ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା। ଉତ୍ତର ସୁମାତ୍ରାରେ ସକାଳ ପ୍ରାୟ ୪ଟା ସମୟରେ ଭୂକମ୍ପ ହୋଇଥିଲା। ରିକ୍ଟର ସ୍କେଲରେ ଭୂକମ୍ପର ତ୍ରୀବତା ଥିଲା ୬ .୨ । ଭୂକମ୍ପ ପରେ ସୁନାମୀ ସତର୍କ ସୂଚନା ନଥିଲା । ଏଥିରେ କୌଣସି ହତାହତ ନେଇ ସୂଚନା ମିଳିନ ଥିଲା ।

ସ୍ଥାନୀୟ ସମୟ ଅନୁସାରେ ସକାଳ ପ୍ରାୟ ୪ଟା ସମୟରେ ଭୂକମ୍ପର କେନ୍ଦ୍ର ୩୭ କିଲୋମିଟର ରହିଥିଲା । ଇଣ୍ଡୋନେସିଆରେ ପ୍ରାୟ ୧୭ ହଜାରରୁ ଅଧିକ ଟାପୁ ରହିଛି । ଏହା ପୂର୍ବରୁ ୧୦ ଜାନୁଆରୀରେ ଭୂକମ୍ପ ହୋଇଥିଲା। ସେତେବେଳେ ଭୂକମ୍ପର ତ୍ରୀବତା ଥିଲା ୭.୭।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.