ଦକ୍ଷିଣ ପ୍ରଶାନ୍ତର ଭାନୁଆତୁରେ ୭.୩ ତୀବ୍ରତାର ଭୂମିକମ୍ପ, ଭୁଶୁଡ଼ିଲା କୋଠା, ଅନେକ କ୍ଷୟକ୍ଷତି
ଦକ୍ଷିଣ ପ୍ରଶାନ୍ତ ମହାସାଗରରେ ଅବସ୍ଥିତ ଦ୍ୱୀପ ଦେଶ ଭାନୁଆତୁରେ ମଙ୍ଗଳବାର ସକାଳେ ୭.୩ ତୀବ୍ରତାର ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି । ଭାରତୀୟ ସମୟ ମୁତାବକ, ଏହି ଭୂମିକମ୍ପ ସକାଳ ୭ଟା ୧୭ ମିନିଟରେ ଆସିଥିଲା । ଭୂମିକମ୍ପର କେନ୍ଦ୍ରସ୍ଥଳ ରାଜଧାନୀ ପୋର୍ଟ ଭିଲାରୁ ୩୦ କିଲୋମିଟର ପଶ୍ଚିମରେ ୫୭ କିଲୋମିଟର ଗଭୀରରେ ଥିଲା ।
ଏହି ଭୂମିକମ୍ପ ପରେ ୫.୫ ତୀବ୍ରତାର ଏକ କମ୍ପନ ମଧ୍ୟ ଅନୁଭୂତ ହୋଇଥିଲା । ଭୂମିକମ୍ପ ପରେ ହୋଇଥିବା କ୍ଷୟକ୍ଷତି ଏ ପର୍ଯ୍ୟନ୍ତ ଆକଳନ କରାଯାଇ ନ ଥିବା ସୂଚନା ଦେଇଛି ଆମେରିକାର ଜିଓଲୋଜିକାଲ୍ ସର୍ଭେ (USGS) ।
ତେବେ ସମସ୍ତ ସରକାରୀ ୱେବସାଇଟ୍ ଅଫଲାଇନ୍ ହୋଇଯାଇଛି । ପୋଲିସ ଏବଂ ଅନ୍ୟାନ୍ୟ ଏଜେନ୍ସିର ଫୋନ୍ ନମ୍ବର ମଧ୍ୟ କାମ କରୁନାହିଁ । ଦେଶର ଭୂମିକମ୍ପ ସମ୍ବନ୍ଧୀୟ ସଂସ୍ଥା ମଧ୍ୟ ଏ ସମ୍ପର୍କରେ କୌଣସି ସୂଚନା ଦେଇନାହାନ୍ତି ।
ସୋସିଆଲ ମିଡିଆରେ ଭୂମିକମ୍ପର ଅନେକ ଭିଡିଓ ପୋଷ୍ଟ କରାଯାଇଛି । ଗୋଟିଏ ଭିଡିଓରେ ଏକ କୋଠା ଭୁଶୁଡ଼ି ପଡ଼ିଥିବାର ଦେଖାଯାଉଛି, ଯେଉଁଥିରେ ବ୍ରିଟେନ, ଫ୍ରାନ୍ସ ଏବଂ ନ୍ୟୁଜିଲାଣ୍ଡର କୂଟନୈତିକ ମିଶନ କାର୍ଯ୍ୟାଳୟ ରହିଥିଲା ।
USGS ଭୂମିକମ୍ପ ପରେ ସୁନାମି ଚେତାବନୀ ଜାରି କରିଛି । ସୁନାମି ବେଳେ ସମୁଦ୍ର ଢେଉ ୧ ମିଟର ଉଚ୍ଚ ପର୍ଯ୍ୟନ୍ତ ଉଠିପାରେ । ଭାନୁଆତୁର ଅନେକ ଦ୍ୱୀପ ସମୁଦ୍ର ପତ୍ତନଠାରୁ ମାତ୍ର ୩ ଫୁଟ (୧ ମିଟର) ଉଚ୍ଚରେ ଅବସ୍ଥିତ । ଭାନୁଆତୁ ବ୍ୟତୀତ ପାପୁଆ ନ୍ୟୁ ଗିନି, ଫିଜି ଏବଂ ସୋଲେମାନ ଦ୍ୱୀପପୁଞ୍ଜ ପରି ଦ୍ୱୀପ ଦେଶ ପାଇଁ ମଧ୍ୟ ଚେତାବନୀ ଜାରି କରାଯାଇଛି ।
ଯଦିଓ ନ୍ୟୁଜିଲାଣ୍ଡ ଏବଂ ଅଷ୍ଟ୍ରେଲିଆ ସୁନାମି ଆଶଙ୍କାକୁ ଅସ୍ୱୀକାର କରିଛନ୍ତି ।
ଆପଣଙ୍କ ଅଞ୍ଚଳରେ ଭୂମିକମ୍ପ ଆସିଲେ କ’ଣ କରିବେ ଏବଂ କ’ଣ କରିବେ ନାହିଁ ?
୧. ଯଦି ଆପଣ କୋଠା ଘର ଭିତରେ ଅଛନ୍ତି, ତେବେ ଚଟାଣରେ ବସି ଯାଆନ୍ତୁ କିମ୍ବା କୌଣସି ଶକ୍ତିଶାଳୀ ଆସବାବପତ୍ର ତଳକୁ ଚାଲି ଯାଆନ୍ତୁ । ଯଦି କୌଣସି ଟେବୁଲ୍ କିମ୍ବା ଆସବାବପତ୍ର ନାହିଁ, ତା’ ହେଲେ ନିଜ ମୁହଁ ଓ ମୁଣ୍ଡକୁ ହାତରେ ଢାଙ୍କି ନିଅନ୍ତୁ ଏବଂ ରୁମ୍ର ଏକ କୋଣରେ ଯାଇ ବସନ୍ତୁ ।
୨. ଯଦି ଆପଣ ବିଲ୍ଡିଂ ବାହାରେ ଅଛନ୍ତି, ତେବେ ବିଲ୍ଡିଂ, ଗଛ, ପୋଲ ଏବଂ ବୈଦ୍ୟୁତିକ ତାରଠାରୁ ଦୂରରେ ରୁହନ୍ତୁ ।
EQ of M: 7.3, On: 17/12/2024 07:17:21 IST, Lat: 17.68 S, Long: 168.03 E, Depth: 10 Km, Location: Vanuatu Islands.
For more information Download the BhooKamp App https://t.co/5gCOtjdtw0 @DrJitendraSingh @OfficeOfDrJS @Ravi_MoES @Dr_Mishra1966 @ndmaindia pic.twitter.com/62FBbj5OWe— National Center for Seismology (@NCS_Earthquake) December 17, 2024
CCTV footage of 7.4 Earthquake in Port Vila, Vanuatu
December 17, 2024 #earthquake #Vanuatu #terremoto #sismo pic.twitter.com/0MJWyhepga— Disasters Daily (@DisastersAndI) December 17, 2024