ଅରୁଣାଚଳ ପ୍ରଦେଶ ହିମସ୍ଖଳନ ଘଟଣା, ନିଖୋଜ ହୋଇଥିବା ୭ ଯବାନ ସହିଦ

ଅରୁଣାଚଳ ପ୍ରଦେଶର କାମେଙ୍ଗ ସେକ୍ଟର ଅଞ୍ଚଳରୁ ବଡ ଖବର ସାମ୍ନାକୁ ଆସିଛି। ଏହି ଅଞ୍ଚଳର ଏକ ଉଚ୍ଚ ସ୍ଥାନରୁ ହିମସ୍ଖଳନ ଯୋଗୁଁ ୭ ଭାରତୀୟ ଯବାନ ନିଖୋଜ ହୋଇଥିବା ଖବର ଆସିଥିଲା। ଏବେ ୭ ଯବାନ ସହିଦ ହୋଇଥିବା ସୂଚନା ମିଳିଛି।ଗତକାଲି ଠାରୁ ଏମାନେ ହିମସ୍ଖଳନ ଯୋଗୁଁ ନିଖୋଜ ହୋଇଯାଇଥିଲେ। ଏମାନଙ୍କୁ ଉଦ୍ଧାର କରିବା ପାଇଁ ଅଭିଯାନ ଜାରି ରହିଥିଲା। ଉଦ୍ଧାର କାର୍ଯ୍ୟରେ ସହାୟତା ପାଇଁ ସ୍ୱତନ୍ତ୍ର ଟିମ୍‌ ଏୟାରଲିଫ୍ଟ ମଧ୍ୟ ହୋଇଥିଲେ। କିନ୍ତୁ ଆଜି ଏମାନେ ସହିଦ ହୋଇଥିବା ଖବର ସାମ୍ନାକୁ ଆସିଛି। ଏହି ଅଞ୍ଚଳରେ ଗତ କିଛିଦିନରୁ ପ୍ରବଳ ତୁଷାରପାତ ଯୋଗୁଁ ପାଣିପାଗ ଖରାପ ହୋଇଯାଇଛି।

ହିମାଚଳ ପ୍ରଦେଶରେ ପ୍ରବଳ ତୁଷାରପାତ ହେବା ଯୋଗୁଁ ପରିସ୍ଥିତି ଖରାପ ରହିଛି। ସୂଚନା ମୁତାବକ, ମନାଲୀ-ଲେହ ହାଇେଓ୍ଵରେ ହିମସ୍ଖଳନ ହୋଇଥିବା ଖବର ମଧ୍ୟରହିଛି। ଏହି ସ୍ଥାନକୁ ବୁଲିବାକୁ ଯାଇଥିବା ପର୍ଯ୍ୟଟକମାନଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଛି। ରାଜ୍ୟର ୪ଟି ଜାତୀୟ ରାଜପଥ ସହିତ ୭୩୧ ଅଧିକ ରାସ୍ତା ବନ୍ଦ ରହିଛି। ରାସ୍ତାରେ ଥିବା ଗାଡି ବରଫରେ ଫସିରହିଛି। ହିମାଚଳ ଏବଂ ଉତ୍ତରାଖଣ୍ଡରେ ତୁଷାରପାତ ଯୋଗୁଁ ରାସ୍ତା ବନ୍ଦ ଥିବା ସୂଚନା ମିଳିଛି। ପାଣି- ବିଜୁଳି ସବୁକିଛି ଠପ୍‌ ହୋଇପଡିଛି। ଯାହାର ପ୍ରଭାବ ଜନଜୀବନ ଉପରେ ପଡିଛି।

ହିମାଚଳ ଉତ୍ତରାଖଣ୍ଡ ଠାରୁ ଆରମ୍ଭ କରି ଦିଲ୍ଲୀ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ବିହାର ଏବଂ ପଶ୍ଚିମ ବଙ୍ଗରେ ମଧ୍ୟ କୋହଲା ପାଗ ରହିଛି। ବର୍ଷା ସହିତ ଥଣ୍ଡା ମଧ୍ୟ ବଢିଛି। ଆଗାମୀ ଦିନେ କିମ୍ବା ୨ ଦିନ ମଧ୍ୟରେ ସ୍ଥିତିରେ ସୁଧାର ଆସିବ ବୋଲି ଆଇଏମଡି ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.