ଫ୍ଲାଏଓଭରରୁ ଖସିଲା କାର, ବିଧାୟକଙ୍କ ପୁଅଙ୍କ ସମେତ ୭ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ

ମୁମ୍ବାଇ: ମହାରାଷ୍ଟ୍ରର ଓ୍ଵର୍ଦ୍ଧା ଜିଲ୍ଲା ମଙ୍ଗଳବାର ସକାଳୁ ମର୍ମନ୍ତୁକ ସଡ଼କ ଦୁର୍ଘଟଣା ଘଟିଛି। ବ୍ରିଜ୍ ଉପରୁ ତଳକୁ କାର ଖସି ପଡିବା ଫଳରେ ଦୁର୍ଘଟଣାରେ ୭ ଛାତ୍ରଙ୍କ ମୃତ୍ୟୁ ହୋଇଛି । ଏମାନେ ସମସ୍ତ ମେଡିକାଲ ଛାତ୍ର । କାରଟି ବ୍ରିଜରୁ ଖସିପଡିବା ଦ୍ୱାରା ଦୁର୍ଘଟଣାର ଶିକାର ହୋଇଥିଲା । ଯେଉଁଥିରେ ୭ଜଣ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ ଘଟିଛି । କାରଟି ୪୦ ଫୁଟ ତଳକୁ ଖସି ପଡିଥିଲା। ଫଳରେ ସମସ୍ତଙ୍କର ମୃତ୍ୟୁ ଘଟିଛି। ଏମାନଙ୍କର ବୟସ ୨୦ରୁ ୩୫ ବର୍ଷ ହୋଇଥିବା ଜଣାପଡିଛି। ମୃତକଙ୍କ ମଧ୍ୟରେ ଜଣେ ମହାରାଷ୍ଟ ତିରୋଡା ବିଧାନସଭାର ବିଜେପି ବିଧାୟକ ବିଜୟ ରହାଙ୍ଗଦାଲେଙ୍କ ପୁଅ ମଧ୍ୟ ରହିଛନ୍ତି।

ଓ୍ଵର୍ଦ୍ଧାର ଏସପି ପ୍ରଶାନ୍ତ ହେଲ୍କର କହିଛନ୍ତି, ସୋମବାର ରାତି ସାଢେ ୧୧ଟା ସମୟରେ ସେଲସୁରା ପାଖରେ ଏକ ପୋଲରେ କାର ଧକ୍କା ଖାଇ ତଳକୁ ଖସି ପଡିଥିଲା।

ୱର୍ଦ୍ଧାର ସେଲସୁରା ନିକଟରେ ଘଟିଛି ଏହି ଦୁର୍ଘଟଣା । ସୂଚନାଥାଉକି, ସାଭାଙ୍ଗିର ମେଡିକାଲ୍ କଲେଜର ଏହି ଛାତ୍ରମାନେ ଦବେଲୀରୁ ୱର୍ଦ୍ଧା ଅଭିମୁଖେ ଯାଉଥିଲେ । ତେବେ କୌଣସି କାରଣରୁ ବା ଭାରସାମ୍ୟ ହରାଇ କାରଟି ପୋଲ ତଳକୁ ଖସିପଡିଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.