ପଞ୍ଜାବର ଲୁଧିଆନା ଜିଲ୍ଲା ଟିବା ରୋଡ ନିକଟରେରେ ଝୁମ୍ପୁଡି ଘରେ ନିଆ ଲାଗିବାରୁ ୭ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ମୃତକଙ୍କ ମଧ୍ୟରେ ୫ ଜଣ ଶିଶୁ ରହିଥିବା ବେଳେ ଆଉ ଦୁଇଜଣ ବୟସ୍କ ଲୋକ ରହିଛନ୍ତି। ଅଗ୍ନିକାଣ୍ଡ କେମିତି ହେଲା ତାର କାରଣ ଅସ୍ପଷ୍ଟ ରହିଛି। ପୋଲିସ ଏବଂ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି।
ଘଟଣାରେ ମୃତ୍ୟୁବରଣ କରିଥିବା ଲୋକ ପ୍ରବାସୀ ଶ୍ରମିକ ବୋଲି ଜଣାପଡିଛି। ସେମାନେ ଟିବା ରୋଡ ଥିବା ‘ଡମ୍ପିୟାର୍ଡ’ ନିକଟରେ ଝୁମ୍ପୁଡି ଘର କରି ରହୁଥିଲେ। ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରିନାହିଁ।