ଅପରେସନ ଏନକାଉଣ୍ଟରରେ ଟଳିପଡିଲେ ୭ ମାଓବାଦୀ !

ଛତିଶଗଡ଼ : ଆଜି ସକାଳୁ ଛତିଶଗଡ଼ ଦାନ୍ତେଓ୍ଵାଡା-ବିଜାପୁର ସୀମାରେ ଗୁଳିବିନିମୟ ହୋଇଛି। ଏନକାଉଣ୍ଟରରେ ଟଳିପଡିଛନ୍ତି ୭ ମାଓବାଦୀ। ମୃତକଙ୍କ ମଧ୍ୟରେ ୪ ମହିଳା ଓ ୩ଜଣ ପୁରୁଷ ମାଓବାଦୀ ଅଛନ୍ତି। ଆହୁରୀ ଅଧିକ ମାଓବାଦୀ ନିହତ ହୋଇଥିବା ଆଶଙ୍କା କରାଯାଉଛି। ତିମେନାର ଜଙ୍ଗଲରେ ଏସଟିଏଫ ଓ ଡ଼ିଅରଜି ମିଳିତ ଅପରେସନରେ ୭ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଛି। ମୃତଦେହ ନିକଟରୁ ୨ଟି ଇନସାସ ସମେତ ୬ଟି ବନ୍ଧୁକ ଜବତ କରାଯାଇଛି। ଏବେବି ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଚାଲିଥିବା ବସ୍ତର ଡ଼ିଅରଜି ପି.ସୁନ୍ଦରରାଜନ ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.