‘ମୋତେ ଭଲ ବାପା ଦିଅ’ : ଖ୍ରୀଷ୍ଟମାସରେ Santaଙ୍କୁ ଚିଠି ଲେଖି ଗୁହାରୀ କଲେ ୭ ବର୍ଷର ଶିଶୁ

ଖ୍ରୀଷ୍ଟମାସକୁ ଆଉ କେଇ ଦିନ ବାକି ରହିଛି। ଏଥିପାଇଁ ଲୋକମାନେ ଘରର ସାଜସଜ୍ଜାରେ ଲାଗିଛନ୍ତି। ଅନେକ ଲୋକ ତ ଏହି ପର୍ବକୁ ଏବେ ଠାରୁ ସେଲିବ୍ରେଟ୍‌ କଲେଣି। ଏହିସବୁ ମଧ୍ୟରେ ଏବେ ସୋସିଆଲ ମିଡିଆରେ ଏକ ୭ ବର୍ଷର ଶିଶୁର ଚିଠି ଭାଇରାଲ ହେଉଛି। ପିଲାଟି ଏହି ଚିଠି ସାଣ୍ଟା କ୍ଲଜକୁ ଲେଖିଛନ୍ତି ଆଉ ଯାହା ଲେଖିଛନ୍ତି ତାହାକୁ ପଢ଼ିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

ୟୁଏସର ଟେକ୍ସାସର ଟାରେଣ୍ଟ କାଉଣ୍ଟୀର ଘରୋଇ ହିଂସା ଆଶ୍ରୟରେ ରହୁଥିବା ୭ ବର୍ଷର ଶିଶୁ ବ୍ଲେକ ଏହି ଚିଠିଟିକୁ ଲେଖିଛନ୍ତି। ସେ ଗତ କିଛି ଦିନ ହେବ ନିଜ ମା’ଙ୍କ ସହିତ ରହୁଛନ୍ତି। କିଛି ସପ୍ତାହ ପୂର୍ବରୁ ଶିଶୁର ମା’ଙ୍କୁ ଏହି ଚିଠିଟି ମିଳିଥିଲା। ଚିଠିକୁ ମା’ ଖୋଲି ପଢ଼ିଲେ, ସେଥିରେ ଲେଖାଥିଲା ସେ ଆଶ୍ରୟରେ କୌଣସି ଅନ୍ୟ ପିଲାଙ୍କ ସହିତ ଏ ବିଷୟରେ କଥା ହୋଇପାରିବେ ନାହିଁ। ସେଥିପାଇଁ ସେ ସାଣ୍ଟାଙ୍କୁ ଲେଖିଛନ୍ତି କଣ ସେ ମୋତେ ଜଣେ ଭଲ ବାପା ଦେଇପାରିବେ।

letterଏହି ଚିଠିକୁ ଜଣେ ବ୍ୟକ୍ତି ତାଙ୍କ ଫେସବୁକ୍‌ ପେଜରେ ସେୟାର କରିଛନ୍ତି ଏବଂ ସେ କହିଛନ୍ତି ପିଲାଟି ଏହି ଚିଠି ବହୁତ ଭାବନାରେ ଲେଖିଛନ୍ତି, ଯାହାକୁ ଏହି ଆଶ୍ରୟରେ ରହୁଥିବା ସବୁ ଲୋକମାନେ ଅନୁଭବ କରନ୍ତି। ଅଧିକାଂଶ ଲୋକ ଏଠାକୁ ରହିବା ପାଇଁ ଆସନ୍ତିନାହିଁ କିନ୍ତୁ ସମୟ ସହିତ ସେ ରହିଯାଆନ୍ତି।

ଏହି ପୋଷ୍ଟକୁ ଫେସବୁକରେ ଲୋକ ଦେଖି ବହୁତ ପ୍ରକାର ପ୍ରତିକ୍ରିୟା ଦେଉଛନ୍ତି। ସେହିପରି ଅନେକ ଲୋକ ଶିଶୁଟିକୁ ଗିଫ୍ଟ ଦେବା ମଧ୍ୟ ଆରମ୍ଭ କଲେଣି।

You might also like