୭ ବର୍ଷ ତଳେ ରତନ ଟାଟା AIକୁ ନେଇ କରିଥିଲେ ଏହି ଭବିଷ୍ୟବାଣୀ

ଦେଶର ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କର ଗତ ରାତିରେ ଦେହାନ୍ତ ହୋଇଛି । ତାଙ୍କୁ ୮୬ ବର୍ଷ ହୋଇଥିଲା । ସେ କେବଳ ସଫଳ ବିଜନେସ୍‌ମ୍ୟାନ ନ ଥିଲେ, ବରଂ ଜଣେ ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତି ମଧ୍ୟ ଥିଲେ । ଅନେକ ଛୋଟ ବିଜନେସ୍‌କୁ ସେ ପ୍ରମୋଟ କରିଥିଲେ ।

ଅନେକ ଅବସରରେ ରତନ ଟାଟା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଉପରେ ଖୋଲାଖୋଲି ଭାବରେ କହିଥିଲେ । ଆଜି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା AIକୁ ନେଇ ବେଶ୍‌ ଚର୍ଚ୍ଚା ହେଉଛି । ରତନ ଟାଟା ଅନେକ ବର୍ଷ ତଳେ ହିଁ ଏହାର ଅନ୍ଦାଜା ଲଗାଇ ନେଇଥିଲେ । ସେ କହିଥିଲେ ଯେ AI, ରୋବୋଟିକ୍ସ ଏବଂ ଆନାଲିଟିକ୍ସରେ ହେଉଥିବା ଆଡ୍‌ଭାନ୍ସମେଣ୍ଟ ମଣିଷକୁ ରିପ୍ଲେସ କରିପାରେ ।

ରତନ ଟାଟା ଆହୁରି କହିଥିଲେ, ଏହି ପ୍ରକାର ଭାବରେ ଟେକ୍ନୋଲୋଜି ଅନେକ କ୍ଷେତ୍ରରେ ମଣିଷର ଆବଶ୍ୟକତାକୁ କମାଇ ଦେବ । ସେ ଟାଟା ଗ୍ରୁପ୍‌ର ପବ୍ଲିକେସନରେ ଏହି କଥା କହିଥିଲେ । ଅଟୋମେସନ ଦୀର୍ଘ ଦିନରୁ ଶିଳ୍ପଗୁଡ଼ିକୁ ଚଲାଉଛି, କିନ୍ତୁ AIର ଉଦୟ ଏହାକୁ ଆହୁରି ଆଗକୁ ନେଇଯିବ ବୋଲି ରତନ କହିଥିଲେ ।

ସେ କହିଥିଲେ କି, ‘କେଉଁ ବିଜନେସ୍‌କୁ କିପରି ଚଲାଯିବ, ତାହା ଟେକ୍ନୋଲୋଜି ହିଁ ସ୍ଥିର କରିବ ଏବଂ ଏହା କୌଣସି ନୂଆ କଥା ନୁହେଁ । ଆମେ ଅନେକ ବର୍ଷରୁ ଇନଫର୍ମେଶନ ଟେକ୍ନୋଲୋଜି ଏବଂ ଅଟୋମେସନକୁ ଦେଖି ଆସୁଛୁ’ ।

୨୦୧୭ରେ ରତନ ଟାଟା ଏହି ସମସ୍ତ କଥା ଇନ୍‌-ହାଉସ୍‌ ପବ୍ଲିକେସନରେ କହିଥିଲେ । ସେ ନିଜ ଗ୍ରୁପ୍‌ କମ୍ପାନୀଗୁଡ଼ିକୁ ମଧ୍ୟ ଏହା ଉପରେ ବିଚାର କରିବା ପାଇଁ କହିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like