ଇସ୍ରୋ କେନ୍ଦ୍ରରେ ପ୍ରଧାନମନ୍ତ୍ରୀଙ୍କ ସହ ଚନ୍ଦ୍ରଯାନ-୨ର ଲ୍ୟାଣ୍ଡିଂ ଦେଖିବେ ବିଭିନ୍ନ ରାଜ୍ୟର ମୋଟ୍‌ ୭୦ ଜଣ ଛାତ୍ରଛାତ୍ରୀ

ବେଙ୍ଗାଲୁରୁ(କେନ୍ୟୁଜ୍): ଚନ୍ଦ୍ରଯାନ-୨ର ଲ୍ୟାଣ୍ଡିଂ ଦେଖିବେ ଓଡ଼ିଆ ପୁଅ, ଝିଅ । ବେଙ୍ଗାଲୁରୁ ଇସ୍ରୋ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଚନ୍ଦ୍ରଯାନ-୨ର ଲ୍ୟାଣ୍ଡିଂ ଦେଖିବେ । ଝାରସୁଗୁଡ଼ା ବନ୍ଧବାହାଲ ଡିଏଭି ସ୍କୁଲର ଅଷ୍ଟମ ଶ୍ରେଣୀ ଛାତ୍ର ଚିନ୍ମୟ ଚୌଧୁରୀ ଓ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଡିଏଭି ପବ୍ଲିକ ସ୍କୁଲର ଛାତ୍ରୀ ଶରଣ୍ୟା ନନ୍ଦ ଚନ୍ଦ୍ରଯାନ-୨ର ଲ୍ୟାଣ୍ଡି ଦେଖିବେ । ବିଭିନ୍ନ ରାଜ୍ୟରୁ ମୋଟ୍‌ ୭୦ ଜଣ ଛାତ୍ରଛାତ୍ରୀ ପ୍ରଧାନମନ୍ତ୍ରୀଙ୍କ ସହ ଲ୍ୟାଣ୍ଡି ଦେଖିବା ପାଇଁ ଇସ୍ରୋରେ ଉପସ୍ଥିତ ରହିବେ ।