ଗଣତନ୍ତ୍ର ଦିବସରେ ଅଭେଦ ଗଡ଼ ପାଲଟିଛି ରାଜଧାନୀ, ଜଗିଛନ୍ତି ୭୦୦୦ ସିସିଟିଭି, ୬୦ ହଜାର ଯବାନ

ଗଣତନ୍ତ୍ର ଦିବସ ଅବସରରେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ସୁରକ୍ଷା ଘେରରେ ରହିଛି । ପରେଡ ସମୟରେ ରାଜଧାନୀରେ ୬ ସ୍ତରୀୟ ମଲ୍ଟି ଲେୟର ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଏହାସହିତ ୬୦ ହଜାରରୁ ଅଧିକ ସୁରକ୍ଷା କର୍ମୀ ନିୟୋଜିତ ରହିଛନ୍ତି । ଏଥିରେ ୧୫ ହଜାର ଯବାନ କେବଳ କର୍ତ୍ତବ୍ୟ ପଥରେ ନିୟୋଜିତ ରହିଛନ୍ତି । ଏଥିରେ ପାରାମିଲିଟାରୀ ଫୋର୍ସ ଯବାନ, ଏନଏସଜି କମାଣ୍ଡୋ, ଏସପିଜି କମାଣ୍ଡୋ, ବୋମା ନିଷ୍କ୍ରିୟଟିମ୍, ସ୍ବାଟ କମାଣ୍ଡୋ, କ୍ବିକ୍ ରେସପନ୍ସ ଟିମ୍ ଏବଂ ଡଗ୍ ସ୍କ୍ବାର୍ଡ ନିୟୋଜିତ ରହିଛି ।

ପୋଲିସ ମୁତାବକ, ନୂଆଦିଲ୍ଲୀରେ ୭୦୦୦ରୁ ଅଧିକ ସିସିଟିଭି କ୍ୟାମେରା ଲଗାଯାଇଛି । ଏଥିରୁ ୧୦୦୦ରୁ ଅଧିକ କ୍ୟାମେରା ପରେଡ ରୁଟ ଉପରେ ନଜର ରଖିଛି । ଏହି କ୍ୟାମେରାରେ ଫେସ ରିକଗିନେସନ ସିଷ୍ଟମର ବ୍ୟବହାର କରାଯାଇଛି । ଯାହା ସନ୍ଦିଗ୍ଧ ଅପରାଧୀ ଏବଂ ଆତଙ୍କବାଦୀଙ୍କୁ ଚିହ୍ନିବାରେ ସାହାଯ୍ୟ କରିବ । କ୍ୟାମେରାରେ ୫୦,୦୦୦ରୁ ଅଧିକ ୱାଣ୍ଟେଡ ଅପରାଧି ଏବଂ ଆତଙ୍କୀଙ୍କ ଡାଟା ଫିଡ୍ କରାଯାଇଛି ।

ଗଣତନ୍ତ୍ର ଦିବସ ଅବସରରେ କୌଣସି ପ୍ରକାରର ଏୟାର ଷ୍ଟ୍ରାଇକକୁ ରୋକିବା ପାଇଁ ଆଣ୍ଟି ଏୟାରକ୍ରାଫ୍ଟ ଗନ ଏବଂ ଆଣ୍ଟି ଡ୍ରୋନ ସିଷ୍ଟମ ଲଗାଯାଇଛି । ୨୫ ଜାନୁଆରୀ ରାତିରେ ଉଚ୍ଚ ବିଲିଡିଂରେ ୧୦୦ରୁ ଅଧିକ ସ୍ନାପନର ନିୟୋଜିତ ରହିଛନ୍ତି । ଲୁଟ୍ ହୋଉଥିବା ଜୋନରେ ୧୦ଟି ସ୍ଥାନରେ ଆଣ୍ଟି ଏୟାରକ୍ରାଫ୍ଟ ଗନ୍ ନିୟୋଜିତ ରହିଛି । ଏହାସହିତ ପରେଡ ରୁଟ ଏବଂ ଭିଭିଆଇପି ଅଞ୍ଚଳରେ ବୋମା ନିଷ୍କ୍ରିୟ ଟିମ, ସ୍ବାଟ କମାଣ୍ଡୋ, କ୍ବିକ୍ ରେସପନ୍ସ ଟିମ ଏବଂ ଡଗ୍ ସ୍କ୍ବାର୍ଡ ନିୟୋଜିତ ରହିଛି ।

ଏଥର ସୁରକ୍ଷାରେ ନୂଆ ଫିଚର ଯୋଡା ଯାଇଛି । ଏଣ୍ଟ୍ରି ପାଖରେ କ୍ୟୁଆର କୋର୍ଡ ଲଗାଯାଇଛି । ଏହାଦ୍ବାରା କେହି ନକଲି ପାସ୍ ଜରିଆରେ ଏଣ୍ଟ୍ରି କରିପାରିବେ ନାହିଁ । ପୋଲିସଙ୍କ ପାଖରେ ମଧ୍ୟ କ୍ୟୁଆର କୋର୍ଡ ରହିଛି, ଯାହାକୁ ସ୍କାନ କରି ପରିଚୟ ସୁନିଶ୍ଚିତ କରାଯିବ ।

Also Read : ଗଣତନ୍ତ୍ର ଦିବସ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି, ସବୁ ମହାନ ଲୋକଙ୍କୁ କଲେ ନତମସ୍ତକ