ଜାତୀୟ ଚଳଚ୍ଚିତ୍ର ପୁରସ୍କାର ୨୦୨୪: ‘ଗୁଲମୋହର’ ଶ୍ରେଷ୍ଠ ହିନ୍ଦୀ ଚଳଚ୍ଚିତ୍ର, ଋଷଭ୍‌ ସେଟ୍ଟି ସର୍ବଶ୍ରେଷ୍ଠ ଅଭିନେତା

୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଶୁକ୍ରବାର ଘୋଷଣା କରାଯାଇଛି । ଚଳିତ ବର୍ଷ ମନୋଜ ବାଜପେୟୀଙ୍କ ଅଭିନୀତ ଫିଲ୍ମ ‘ଗୁଲମୋହର’ ଶ୍ରେଷ୍ଠ ହିନ୍ଦୀ ଚଳଚ୍ଚିତ୍ର ପୁରସ୍କାର ଜିତିଛି । ଏହି ଫିଲ୍ମକୁ ସ୍ୱତନ୍ତ୍ର ଉଲ୍ଲେଖ ମଧ୍ୟ ମିଳିଛି । ‘ଗୁଲମୋହର’ ବ୍ୟତୀତ ‘କଧିକନ’ ଏବଂ ‘ପୋନିୟିନ୍ ସେଲଭନ୍ ପାର୍ଟ –୧’କୁ ମଧ୍ୟ ଅନ୍ୟାନ୍ୟ ଭାଷାରେ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ମିଳିଛି ।

ଋଷଭ ସେଟ୍ଟି ନିଜର ବ୍ଲକବଷ୍ଟର ଫିଲ୍ମ ‘କାନ୍ତରା’ ପାଇଁ ସର୍ବଶ୍ରେଷ୍ଠ ଅଭିନେତାର ପୁରସ୍କାର ଜିତିଛନ୍ତି । ଏହାପୂର୍ବରୁ ଶ୍ରେଷ୍ଠ ଅଭିନେତା ବର୍ଗରେ ମମୁଟି ଓ ଋଷଭ ସେଟ୍ଟିଙ୍କ ନାମ ରହିଥିଲା । ‘ବ୍ରହ୍ମାସ୍ତ୍ର’ ପାଇଁ ପ୍ରୀତମ୍‌ ଶ୍ରେଷ୍ଠ ସଙ୍ଗୀତ ପୁରସ୍କାର ଜିତିଛନ୍ତି । ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଏହି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରିଛି ।

You might also like