ଦେଶ ବିଦେଶ

ଗାର୍ଲଫ୍ରେଣ୍ଡକୁ ଭେଟିବା ପାଇଁ ଲକଡାଉନ ନିୟମ ଭାଙ୍ଗିଲେ ୭୧ ବର୍ଷୀୟ ମେୟର , ସିଡ଼ି ଲଗାଇ ଚଢ଼ିଗଲେ ପ୍ରେମିକାର ଝରକାକୁ

ବ୍ରିଟେନର ଲିସେଷ୍ଟର ସିଟିର ୭୧ ବର୍ଷିୟ ଲେବର ପାର୍ଟିର ମେୟର ସାର୍ ପିଟର ସୋଲ୍ସବି ଲକଡାଉନ୍ ଉଲ୍ଲଂଘନ କରିଥିବାରୁ ତାଙ୍କୁ କଡ଼ା ସମାଲୋଚନା କରାଯାଇଛି । କୌତୁହଳର ବିଷୟ ଏହି କି ମେୟର ତାଙ୍କ ଗର୍ଲଫ୍ରେଣ୍ଡଙ୍କୁ ଭେଟିବା ପାଇଁ ଲକଡାଉନ୍ ନିୟମ ଭାଙ୍ଗିଥିଲେ। ସେ କେବଳ ନିଜ ପ୍ରେମିକାଙ୍କୁ ଭେଟିବାକୁ ଯାଇ ନଥିଲେ ବରଂ ରାତିସାରା ତାଙ୍କ ଘରେ ମଧ୍ୟ ରହିଥିଲେ । ମେୟର ସୋଲେସବି ତାଙ୍କ ୬୪ ବର୍ଷିୟା ଗର୍ଲଫ୍ରେଣ୍ଡ ସମର୍ସଲ୍ୟାଣ୍ଡଙ୍କ ଘରକୁ ଲଗାତାର ଯିବା ଆସିବା କରିବା ସହ ତାଙ୍କ ଘରର ମରାମତି କାର‌୍ୟ୍ୟ ଜାରି ରଖିଥିଲେ ।

ସମର୍ସଲ୍ୟାଣ୍ଡର ପଡୋଶୀମାନେ ଘରକୁ ଫେରୁଥିବା ସମୟରେ ମେୟରଙ୍କ ଫଟୋ ଉଠାଇଥିଲେ । ମେୟର ତାଙ୍କ ପ୍ରେମିକାଙ୍କ ଘରକୁ ବ୍ୟାଗ ଆଣି ଆସୁଥିଲେ ଏବଂ ରାତିସାରା ରହୁଥିଲେ । ଗତକାଲି ରାତିରେ ମ୍ୟାଟ ହାନକକ୍ ନିଶ୍ଚିତ କରିଛନ୍ତି ଯେ ଲିସେଷ୍ଟର ସହରର ୩,୩୦,୦୦୦ ଜନସଂଖ୍ୟାକୁ ଆସନ୍ତା ଦୁଇ ସପ୍ତାହ ପାଇଁ ପୁଣିଥରେ ଲକଡାଉନରେ ସମୟ ଅତିବାହିତ କରିବାକୁ ପଡିବ ।

ପଡୋଶୀମାନେ ଲେବର ପାର୍ଟିର ମେୟରଙ୍କୁ ତାଙ୍କ ଗର୍ଲଫ୍ରେଣ୍ଡ ସମର୍ସଲ୍ୟାଣ୍ଡଙ୍କ ଘରେ ଅନେକ ଥର ଦେଖିଥିଲେ ଏବଂ ତାଙ୍କର ଫଟୋ ମଧ୍ୟ ଉଠାଇ ଦେଉଥିଲେ । ଗୋଟିଏ ଫଟୋରେ ସୋଲ୍ସବି ତାଙ୍କ ଗର୍ଲଫ୍ରେଣ୍ଡର ଝରକା ଉପରକୁ ସିଡ଼ିରେ ଚଢି କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳିଛି । ତେବେ ସବୁଠାରୁ ହାସ୍ୟାସ୍ପଦ କଥା ହେଉଛି ଲେବର ପାର୍ଟିର ନେତାମାନେ ମେ ମାସ ସାରା ନିଜର ସୋସିଆଲ ମିଡିଆ ଆକାଉଣ୍ଟ ମାଧ୍ୟମରେ ସମସ୍ତଙ୍କୁ ଏହି ବାର୍ତ୍ତା ଦେଉଥିଲେ ଯେ ‘ଘରେ ସୁରକ୍ଷିତ ରୁହନ୍ତୁ।’

ଏହି ଘଟଣା ସାର୍ବଜନୀନ ହେବା ପରେ ପୋଲିସ ମେୟରଙ୍କ ସହ କଥା ହୋଇ ତାଙ୍କୁ ନିଜ ଘରେ ରହିବାକୁ ପରାମର୍ଶ ଦେଇଥିଲା। ପ୍ରକାଶ ଥାଉକି, ଯେତେବେଳେ ଗଣମାଧ୍ୟମ ତାଙ୍କୁ ଏ ବିଷୟରେ ପଚାରିଥିଲେ, ଏହାର ଜବାବରେ ସେ କହିଥିଲେ ଯେ ମୁଁ ଭାବୁନାହିଁ ମୋର ଏପରି ଆଚରଣ ଯୋଗୁଁ କୌଣସି ବ୍ୟକ୍ତି କରୋନା ଭାଇରସ ସଂକ୍ରମଣ ହୋଇପାରେ ବୋଲି ଦାବି କରିପାରିବେ । ସେ କହିଛନ୍ତି ଯେ ଏହି ଘଟଣା ପାଇଁ ମୁଁ କ୍ଷମା ମାଗୁଛି କିନ୍ତୁ ମୁଁ କୌଣସି ବି ନିୟମ ବିରୁଦ୍ଧ କାମ କରିନାହିଁ ।

KNews Bureau

Recent Posts

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

20 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

23 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

29 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

38 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

38 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

56 mins ago