ପ୍ରଧାନମନ୍ତ୍ରୀ ମୋଦିଙ୍କ ଟିମ୍ ରେ ୭୨ ଜଣ ମନ୍ତ୍ରୀ, ୩୦ କ୍ୟାବିନେଟ, ୫ ଜଣ ରାଷ୍ଟ୍ରପାହ୍ୟା ସ୍ବାଧୀନ ଓ ୩୬ ରାଷ୍ଟ୍ର ପାହ୍ୟା ମନ୍ତ୍ରୀ

ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ୭୨ ଜଣ ମନ୍ତ୍ରୀ ଶପଥ ନେଇଛନ୍ତି। ଏମାନଙ୍କ ମଧ୍ଯରେ ୩୦ ଜଣ କ୍ୟାବିନେଟ ମନ୍ତ୍ରୀ ରହିଥିବା ୫ ଜଣ ରାଷ୍ଟ୍ରପାହ୍ୟା ସ୍ବାଧୀନ ଓ ୩୬ ଜଣ ରାଷ୍ଟ୍ର ପାହ୍ୟା ମନ୍ତ୍ରୀ ରହିଛନ୍ତି। କ୍ୟାବିନେଟରେ ୯ଜଣ ନୂଆ ମୁହଁ ରହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ପରେ ଦ୍ବିତୀୟ ମନ୍ତ୍ରୀ ଭାବେ ଶପଥ ନେଇଥିଲେ ରାଜନାଥ ସିଂ।
ପରେ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଥିବା ପ୍ରମୁଖ ନେତା ହେଲେ ଅମିତ ଶାହ, ନୀତିନ ଗଡ଼କରୀ, ଜେପି ନଡ୍ଡା, ଶିବରାଜ ସିଂ ଚୌହ୍ବାନ, ନିର୍ମଳା ସୀତାରମଣ, ଏସ ଜୟଶଙ୍କର, ମନୋହର ଲାଲ ଖଟ୍ଟର, ପୀୟୂଷ ଗୋଏଲ, କିରଣ ରିଜିଜ୍ଜୁ, ହରଦୀପ ସିଂ ପୁରୀ।
ଏହା ସହ ଏନଡିଏର ଅଂଶୀଦାର ମଧ୍ୟରେ ଜେଡିଏସର ଏଚଡି କୁମାରସ୍ବାମୀ, ହାମ ଅଧ୍ୟକ୍ଷ ଜିତନ ରାମ ମାଞ୍ଝି, ଜେଡିୟୁ ନେତା ଲଲନ ସିଂ, ଟିଡିପିର ରାମ ମୋହନ ନାଇଡୁ, ଏଲଜେପି ନେତା ଚିରାଗ ପାଶୱାନ, ଶିବସେନା ସିନ୍ଦେ ଗୋଷ୍ଠୀର ପ୍ରତାପରାଓ ଗଣପତରାଓ ଯାଦବ, ଆରଏଲଡି ନେତା ଜୟନ୍ତ ଚୌଧୁରୀ ପ୍ରମୁଖ ଶପଥ ନେଇଛନ୍ତି। କେନ୍ଦ୍ର ମନ୍ତ୍ରିମଣ୍ଡଳରେ ୨୪ଟି ରାଜ୍ୟରୁ ନେତା ପ୍ରତିନିଧିତ୍ବ କରିଛନ୍ତି। ଏମାନଙ୍କ ମଧ୍ୟରେ ୨୭ଜଣ ଓବିସି ନେତା ଥିବା ବେଳେ ୫ଜଣ ସଂଖ୍ୟାଲଘୁ ନେତା ରହିଛନ୍ତି।