ଦିଲ୍ଲୀରେ ରେକର୍ଡ ଭାଙ୍ଗିଲା କରୋନା: ଗୋଟିଏ ଦିନରେ ୭ ହଜାର ୭୪୫ ନୂଆ ଆକ୍ରାନ୍ତ ଚିହ୍ନଟ

ଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଦିନକୁ ଦିନ ନୂଆ ରେକର୍ଡ କରୁଛି କରୋନା । ରବିବାର ରିପୋର୍ଟ ଅନୁସାରେ ଗୋଟିଏ ଦିନରେ ରେକର୍ଡ ୭ ହଜାର ୭୪୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗୋଟିଏ ଦିନରେ ୫୦ ହଜାର ୭୫୪ ନମୁନା କରୀକ୍ଷା କରାଯାଇଥିଲା । ୧୫. ୨୬ ପ୍ରତିଶତ ପଜିଟିଭ୍‌ ଆସିଛି । ଦିଲ୍ଲୀରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୩୮ ହଜାର ୫୨୯ରେ ପହଞ୍ଚିଥିବା ବେଳେ ୬ ହଜାର ୯୮୯ ଜଣଙ୍କ ଜୀବନ ଗଲାଣି ।

ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, କରୋନାର ଥାର୍ଡ ୱେଭ୍‌ ଭୟଙ୍କର ସ୍ଥିତିରେ ପହଞ୍ଚିଛି । ପରୀକ୍ଷଣକୁ ଆହୁରି ବୃଦ୍ଧି କରିବା ପାଇଁ ବିଶେଷଜ୍ଞମାନେ ଗୁରୁତ୍ୱାରୋପ କରିଛନ୍ତି । ଶୀତ ଋତୁରେ ଦୈନିକ ସଂକ୍ରମଣ ୧୫ ହଜାର ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି । ତେବେ ଖୁବ୍‌ ଶୀଘ୍ର ସଂକ୍ରମଣ ହ୍ରାସ ପାଇବ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । ଫାଷ୍ଟ ୱେଭ୍‌ରେ ଜୁନ୍‌ ୨୩ରେ ପିକ୍‌ରେ ପହଞ୍ଚିଥିଲା କରେନା । ଜୁନ୍‌ ୨୩ରେ ୩ ହଜାର ୯୪୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସେକେଣ୍ଡୱେଭ୍‌ରେ ସେପ୍ଟେମ୍ବର ୧୭ରେ ପିକ୍‌ରେ ପହଞ୍ଚିଥିବା ବେଳେ ୪ ହଜାର ୪୩୨ ନୂଆ ସଂକ୍ରମିତ ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.