ମାସ୍କ ନ ପିନ୍ଧି ମାତ୍ର ୫ ମାସରେ ୭୮ କୋଟି ଟଙ୍କା ତଣ୍ଡ ଗଣିଛନ୍ତି ଏହି ରାଜ୍ଯର ଲୋକେ, ଯାହା ଷ୍ଟାଚ୍ଯୁ ଅଫ ୟୁନିଟିର ବାର୍ଷିକ ଆୟରୁ ଅଧିକ

କରୋନା କାଳରେ ମୁହଁରେ ମାସ୍କ ପିନ୍ଧିବା ଅତ୍ଯନ୍ତ ଜରୁରୀ ହୋଇପଡିଛି। ଆଉ ମାସ୍କ ନ ପିନ୍ଧିଲେ ଫାଇନ ଦେବାକୁ ହେବ । ଏମିତି କେତେ କ’ଣ ନିୟମ ବିଭିନ୍ନ ସ୍ଥାନରେ ରହିଛି । ଏଥିପାଇଁ ଗୁଜୁରାଟ ସରକାର ମଧ୍ୟ ଅନେକ ଫାଇନ ଅର୍ଥ ଆଦାୟ କଲେଣି। ବର୍ତ୍ତମାନ ଅହମ୍ମଦାବାଦରେ ୫୭ ଘଣ୍ଟିଆ କଫ୍ଯୁ ଲାଗିଛି। ବଦୋଦରା, ରାଜକୋଟ ଏବଂ ସୁରତରେ ୨ ଦିନ ଯାଏଁ ନାଇଟ୍ କର୍ଫ୍ଯୁ ମଧ୍ୟ ରହିଛି। କିନ୍ତୁ ଗୁଜୁରାଟରେ ୧୫ ଜୁନରୁ ମାସ୍କ ନ ଲଗାଇ ବୁଲୁଥିବା ଲୋକଙ୍କ ଠାରୁ ଜରିମାନା କାଟୁଛନ୍ତି ସରକାର। ଏଯାଏଁ ୨୬ ଲକ୍ଷ ଲୋକଙ୍କ ଠାରୁ ୭୮ କୋଟି ଟଙ୍କା ଆଦାୟ ହୋଇସାରିଛି । ଯାହା ଷ୍ଟାଚ୍ଯୁ ଅଫ ୟୁନିଟ୍ର ଆୟଠାରୁ ମଧ୍ୟ ଅଧିକ।
ଗୁଜରାଟର କେୱାଡିୟାରେ ୩୧ ଅକ୍ଟୋବର ୨୦୧୮ରେ ଲୋକାର୍ପଣ ହୋଇଥିଲା ଷ୍ଟାଚ୍ଯୁ ଅଫ ୟୁନିଟି । ଲୋକାର୍ପଣ ଦିନ ଠାରୁ ୩୧ ଅକ୍ଟୋବର ୨୦୧୯ ପର୍ଯ୍ଯନ୍ତ ଷ୍ଟାଚ୍ଯୁ ଅଫ ୟୁନିଟି ଷ୍ଟାଚ୍ଯୁ ଅଫ ୟୁନିଟିରୁ ୬୩.୫୦ କୋଟି ଟଙ୍କା ଆୟ ହୋଇଥିଲା। କିନ୍ତୁ ଅହମଦାବାଦରେ ମାସ୍କ ପିନ୍ଧିନଥିବା ଲୋକଙ୍କ ଠାରୁ ଏପର୍ଯ୍ଯନ୍ତ ୭୮ କୋଟି ଟଙ୍କା ଆୟ ହୋଇସାରିଛି। ତାହା ପୁଣି ମାତ୍ର ୫ ମାସରେ।
ସରକାରଙ୍କ ଗାଇଡଲାଇନ ମୁତାବକ, କରୋନାରୁ ବଞ୍ଚିବା ପାଇଁ ବାହାରକୁ ବାହାରିବା ସମୟରେ ମାସ୍କ ଲଗାଇବା ଜରୁରୀ । ଏଥିପାଇଁ ସରକାର ନାଗରିକଙ୍କୁ ଶସ୍ତାରେ ମାସ୍କ ଦେଉଛନ୍ତି। ଅମୁଲ ମିଲ୍କ ପାର୍ଲରରେ ୫ଟି ମାସ୍କ ଥିବା ପ୍ଯାକେଟକୁ ୧୦ ଟଙ୍କାରେ ବିକ୍ରି କରାଯାଉଛି । ତଥାପି ଲୋକେ ମାସ୍କ ପିନ୍ଧିବାକୁ ଅରାଜି । ଏଠାରେ ମାସ୍କ ନ ପିନ୍ଧିଲେ ୧ ହଜାର ଟଙ୍କାର ଜରିମାନା ଲଗାଯାଉଛି।
କରୋନା ଅନଲକ୍ ନିୟମ ମାନୁନଥିବା ଲୋକଙ୍କ ପାଇଁ ରାଜ୍ଯରେ ୧୪୧ ଲୋକ ଥିବା ଏକ ଟିମ୍ ପ୍ରସ୍ତୁତ କରାଯାଇଛି। ଯେଉଁମାନେ ମାସ୍କ ପିନ୍ଧୁନାହାନ୍ତି, ସାର୍ବଜନୀନ ସ୍ଥାନରେ ଛେପ ପକାଉଛନ୍ତି ସେମାନଙ୍କୁ ତଣ୍ଡ ଗଣିବାକୁ ପଡୁଛି ଗୁଜୁରାଟରେ ।