ଦେଶ ବିଦେଶ

କୁନୋ ଉଦ୍ୟାନରେ ଏହି ସବୁ ନାମରେ ଡକା ହେବେ ୮ ଆଫ୍ରିକୀୟ ଚିତା; ପ୍ରଧାନମନ୍ତ୍ରୀ ମୋଦି ଦେଲେ ଗୋଟିଏ ନାଁ

ଆଫ୍ରିକୀୟ ଦେଶ ନାମିବ୍ୟାରୁ ମଧ୍ୟ ପ୍ରଦେଶର କୁନୋ ଜାତୀୟ ଉଦ୍ୟାନକୁ ଅଣାଯାଇଥିବା ୮ ଚିତାଙ୍କ ନାମ ସାମ୍ନାକୁ ଆସିଛି। ଏହି ଚିତାମାନଙ୍କ ନାମ ହେଲା, ଓବାନ, ଫ୍ରେଡି, ସାଭନାହ, ଆଶା, ସିବଲି, ସୈସା ଓ ସାଶା। ତେବେ ଏମାନଙ୍କ ମଧ୍ୟରେ ଥିବା ଏକ ମାଈ ଚିତାର ନାମ ‘ଆଶା’ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଯେତେବେଳେ କି, ବାକି ଚିତାଙ୍କ ନାମ ପୂର୍ବରୁ ହିଁ ନାମିବ୍ୟାରେ ରଖାଯାଇଛି। ୧୭ ସେପ୍ଟେମ୍ବରରେ ନାମିବ୍ୟାରୁ କୁନୋ ଜାତୀୟ ଉଦ୍ୟାନକୁ ଏହି ଚିତାମାନଙ୍କୁ ଅଣାଯାଇଥିଲା। ପିଏମ୍‌ ମୋଦି ନିଜେ ଏନ୍‌କ୍ଲୋଜର ଗେଟ୍‌ ଖୋଲି ସେମାନଙ୍କୁ ଭିତରକୁ ଛାଡ଼ିଥିଲେ। ପ୍ରଥମ ଦିନ ଏକ ନୂଆ ପରିବେଶ ଦେଖି ଚିତାମାନେ ସାମାନ୍ୟ ନର୍ଭସ୍‌ ହୋଇଥିଲେ ହେଁ ପରେ ସେମାନଙ୍କ ବ୍ୟବହାର ସକାରାତ୍ମକ ରହିଥିଲା।

ଚିତାଙ୍କ ପାଇଁ ଯେଉଁ ସ୍ୱତନ୍ତ୍ର ଏନ୍‌କ୍ଲୋଜର ତିଆରି କରାଯାଇଛି, ସେଥିରେ ସେମାନେ ବିଚକ୍ଷଣ କରୁଛନ୍ତି ଏବଂ ନର୍ମାଲ ଅଛନ୍ତି। ସମସ୍ତ ୮ ଚିତା ଆରାମରେ ଶୋଉଛନ୍ତି ଏବଂ ସେଠାରେ ବୁଲାବୁଲି କରୁଛନ୍ତି। ଚିତାମାନଙ୍କୁ ସ୍ୱତନ୍ତ୍ର ଏନ୍‌କ୍ଲୋଜର ଭିତରେ ହିଁ ଖାଇବା ପାଇଁ ମାଂସ ଦିଆଯାଉଛି। ବର୍ତ୍ତମାନ ପର୍ଯ୍ୟନ୍ତ ଉଦ୍ୟାନ କର୍ତ୍ତୃପକ୍ଷ ଚିତାମାନଙ୍କ ଆଚରଣରେ ପୂରାପୂରି ସନ୍ତୁଷ୍ଟ ଅଛନ୍ତି। କର୍ତ୍ତୃପକ୍ଷ କହିଛନ୍ତି କି, ଆମେ ଲଗାତାର ଚିତାମାନଙ୍କ ଉପରେ ନଜର ରଖିଛୁ। ବର୍ତ୍ତମାନ ସବୁକିଛି ଠିକ୍‌ଠାକ୍‌ ରହିଛି।

କହି ରଖୁଛୁ, ଭାରତ ମାଟିରେ ୭୪ ବର୍ଷ ପରେ ପୁଣିଥରେ ଚିତା ନଜର ଆସିଛନ୍ତି। ୧୯୫୨ ମସିହାରେ ଦେଶରେ ଚିତାକୁ ବିଲୁପ୍ତ ଘୋଷଣା କରି ଦିଆଯାଇଥିଲା। କିନ୍ତୁ ଏବେ ପୁଣିଥରେ ଦେଶର ମାଟିରେ ଚିତା ଗର୍ଜନ କରୁଥିବାର ଦେଖା ଯାଉଛନ୍ତି। ଏହି ଚିତାମାନଙ୍କ ସୁରକ୍ଷା ପାଇଁ ଆଖପାଖର ୯୦ ଗାଁର ୪୫୦ରୁ ଅଧିକ ଲୋକଙ୍କୁ ‘ଚିତା ମିତ୍ର’ ରୂପେ ନିଯୁକ୍ତ କରାଯାଇଛି। ଚିତାମାନଙ୍କୁ ସୁରକ୍ଷା ଦେବା ଏମାନଙ୍କର କାର୍ଯ୍ୟ ହେବ। ବର୍ତ୍ତମାନ ଚିତାମାନଙ୍କୁ ୧୨ କିଲୋମିଟର ଅଞ୍ଚଳରେ ତିଆରି ହୋଇଥିବା ଏନ୍‌କ୍ଲୋଜରରେ ରଖାଯାଇଛି। ଯେତେବେଳେ ସମସ୍ତ ମାଈ ଓ ଅଣ୍ଡିରା ଚିତା ପରସ୍ପର ସହ ମିଳାମିଶା ହୋଇଯିବେ, ସେତେବେଳେ ସେମାନଙ୍କୁ ଏନ୍‌କ୍ଲୋଜର ବାହାରେ ଛାଡ଼ି ଦିଆଯିବ। କହି ରଖୁଛୁ, ଚିତା ଗୋଷ୍ଠୀରେ ରହିବାକୁ ଭଲ ପାଏ।

କୁନୋ ଜାତୀୟ ଉଦ୍ୟାନର ବଫର ଜୋନ୍‌ ୧୨୩୫ ବର୍ଗ କିଲୋମିଟର ରହିଛି। ଉଦ୍ୟାନ ମଝିରେ କୁନୋ ନଦୀ ବହି ଯାଇଛି। ସେଠାରେ କମ୍‌ ଉଚ୍ଚତାଯୁକ୍ତ ପାହାଡ଼ ସବୁ ରହିଥିବା ବେଳେ ଦକ୍ଷିଣ-ପୂର୍ବ ଅଞ୍ଚଳରେ ପାନ୍ନା ଟାଇଗର ରିଜର୍ଭ ଏବଂ ଶିବପୁରୀର ଜଙ୍ଗଲ ରହିଛି। ଏହି ଅଞ୍ଚଳ ପାଖରେ ହିଁ ଚମ୍ବଲ ନଦୀ ପ୍ରବାହିତ ହୋଇଛି। କହିବାକୁ ଗଲେ, ଚିତାମାନଙ୍କ ପାଖରେ ମୋଟ ୬୮୦୦ ବର୍ଗ କିଲୋମିଟରର ଅଞ୍ଚଳ ରହିବ। ସେପଟେ କୁନୋ ଜାତୀୟ ଉଦ୍ୟାନରେ ଚିତାମାନଙ୍କ ଭୋଜନ ପାଇଁ ବହୁତ କିଛି ରହିଛି। ଯେମିତି କି, ଏହି ଅଞ୍ଚଳରେ ଚିତଲ, ସମ୍ବର, ନୀଳଗାଈ, ଜଙ୍ଗଲି ଘୁଷୁରୀ, ଝିଙ୍କ, ଚୌସିଙ୍ଘା, ବ୍ଲାକ୍‌ ବକ୍‌, ଧୂସର ମାଙ୍କଡ଼, ପାତି ମାଙ୍କଡ଼, ଭାଲୁ, ଶୃଗାଳ, ହେଟା, ଧୂସର ଗଧିଆ, ସୁବର୍ଣ୍ଣ ଶୃଗାଳ, ବିଲେଇ, ମଙ୍ଗୁଜ ଭଳି ଅନେକ ପ୍ରାଣୀ ରହିଛନ୍ତି।

Roshni

Recent Posts

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

21 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

23 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

29 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

38 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

38 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

56 mins ago