କୋଲକତାରେ ଦୁର୍ଗା ପୂଜା ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ: ବନ୍ୟାଜଳରେ ଭାସିଗଲେ ୩୦ରୁ ଊର୍ଦ୍ଧ୍ୱ, ୮ମୃତ

କୋଲକତା(କେନ୍ୟୁଜ୍): କୋଲକତାରେ ଦୁର୍ଗା ପୂଜା ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ । ଜଲପାଇଗୁଡ଼ିର ମାଲନଦୀରେ ମୂର୍ତ୍ତି ବିସର୍ଜନ ବେଳେ ବୁଡ଼ି ୮ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଉର୍ଦ୍ଧ୍ୱ ଭାସି ଯାଇଥିବା ସୂଚନା ମିଳିଛି । ହଠାତ୍‌ ବନ୍ୟାଜଳ ମାଡ଼ି ଆସିବାରୁ ଅଘଟଣ ଘଟିଛି । ୧୧ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।

ମାଲ ନଦୀରେ ମୂର୍ତ୍ତି ବିସର୍ଜନ ଶହ ଶହ ଲୋକ ଏକାଠି ହୋଇଥିଲେ। ହଠାତ ବନ୍ୟାଜଳ ମାଡି ଆସିବାରୁ ଲୋକମାନେ ଭାସିଯାଇଥିଲେ। ଏପର୍ଯ୍ୟନ୍ତ ୮ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। NDRF, SDRF, ପୋଲିସ ଓ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା କରାଯାଉଛି। ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ବ୍ୟକ୍ତ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.