ବଢିବ ଭାରତୀୟ ବାୟୁସେନାର ଶକ୍ତି, ସାମିଲ ହେଉଛି ୮ଟି ଆକ୍ରମଣକାରୀ ଆପାଚ୍‌ ହେଲକ୍ୟାପ୍‌ଟର

ବଢିବ ଭାରତୀୟ ବାୟୁସେନାର ଶକ୍ତି। ଆସନ୍ତାକାଲି ବାୟୁସେନାରେ ସାମିଲ ହେଉଛି ଆକ୍ରମଣକାରୀ ୮ଟି ଆପାଚ୍‌ ହେଲକ୍ୟାପ୍‌ଟର। ଆମେରିକା ନିର୍ମିତ ଆପାଚ୍‌ AH-64 E ହେଲିକ୍ୟାପଟର ପଠାନକୋଟ୍‌ ଏୟାରବେସ୍‌ରେ ସାମିଲ ହେବ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ବାୟୁସେନା ମୁଖ୍ୟ ବି.ଏସ ଧନୋଆ। ଏହି ଅତ୍ୟାଧୁନିକ ଆକ୍ରମଣକାରୀ ହେଲିକ୍ୟାପଟ ଆମେରିକା ସେନା ବ୍ୟବହାର କରିଥାଏ। ଶତ୍ରୁ ଉପରେ ଆକ୍ରମଣ କରିବାରେ ଆପାଚ୍‌ ହେଲିକ୍ୟାପଟର ସବୁଠୁ ମାହିର। ଏହା ବିଶ୍ୱର ସବୁଠୁ ଅତ୍ୟାଧୁନିକ ଆକ୍ରମଣକାରୀ ହେଲିକ୍ୟାପଟର। ୨୦୧୫ରେ ୨୨ଟି ଆପାଚ ହେଲିକ୍ୟାପଟର ପାଇଁ ଆମେରିକା ସରକାର ଓ ବୋଇଂ ଲିମିଟେଡ୍‌ ସହ ଭାରତ ଚୁକ୍ତି କରିଥିଲା। ପ୍ରଥମ ପର୍ଯ୍ୟାୟରେ ୪ଟି ହେଲିକ୍ୟାପଟର ଭାରତକୁ ହସ୍ତାନ୍ତର ହୋଇଥିଲା। ଆଉ ୮ଟି ଆସନ୍ତକାଲି ବାୟୁସେନାରେ ସାମିଲ ହେଉଛି । ୨୦୨୦ ଶେଷ ସୁଦ୍ଧା ସମସ୍ତ ବାକି ହେଲିକ୍ୟାପ୍‌ଟର ଭାରତକୁ ହସ୍ତାନ୍ତର ହେବ।

KNews Bureau

Recent Posts

ନିର୍ବାଚନ ପରେ ସ୍ଥିତି ଜାହିର କଲେ ମାଓବାଦୀ, ଛକରେ ଲଗାଇଲେ ମାଓ ପୋଷ୍ଟର

କୋରାପୁଟ (କେନ୍ୟୁଜ); କୋରାପୁଟ ଜିଲ୍ଲା ବନ୍ଧୁଗାଁରେ ମାଓ ପୋଷ୍ଟର । ନିର୍ବାଚନ ପରେ ନିଜର ସ୍ଥିତି ଜାହିର ପାଇଁ ଲଗାଇଲେ…

14 mins ago

ସମ୍ବଲପୁର ମହାନଗର ଅଞ୍ଚଳରେ ପୁଣି ଫେରିଛି ଜଣ୍ଡିସ୍, ୫୯ ଜଣ ରୋଗୀ ଚିହ୍ନଟ

ସମ୍ବଲପୁର(କେନ୍ୟୁଜ): ଏକ ଦଶନ୍ଧି ପରେ ସମ୍ବଲପୁର ମହାନଗର ଅଞ୍ଚଳରେ ପୁଣି ଫେରିଛି ଜଣ୍ଡିସ୍ । ଏହାକୁ ନେଇ ମହାନଗରବାସୀ ଚିନ୍ତାରେ…

18 mins ago

ଯୋଗ ଦିବସରେ କାଶ୍ମୀର ମହିଳାଙ୍କ ସହିତ ସେଲଫି ନେଲେ ମୋଦି, ଫଟୋ ଭାଇରଲ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅର୍ନ୍ତରାଷ୍ଟ୍ରୀୟ ଯୋଗ ଦିବସରେ ଜମ୍ମୁ କାଶ୍ମୀର ଶ୍ରୀନଗର ସ୍ଥିତ ଶେର-ଏ-କଶ୍ମୀର ଅର୍ନ୍ତରାଷ୍ଟ୍ରୀୟ ସମ୍ମେଳନ କେନ୍ଦ୍ର (SKICC)…

21 mins ago

ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ, ପଥରରେ ଛେଚି ଯୁବକଙ୍କୁ ହତ୍ୟା

କଣ୍ଟାବାଞ୍ଜି (କେନ୍ୟୁଜ); ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ। ସିନ୍ଧେକେଲା ଥାନା ସାଲେବରଟ ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତ…

34 mins ago

ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ, ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ

ଭୁବନେଶ୍ୱର (କେନ୍ୟୁଜ) : ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ  ।  ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ ।  ଭୁବନେଶ୍ବର ତମାଣ୍ଡୋରେ…

51 mins ago

କିଟ୍ ରେ ଯୋଗ ଦିବସ ପାଳିତ, ମାନସିକ ଓ ଶାରୀରିକ ସୁସ୍ଥତା ପାଇଁ ଯୋଗ ଗୁରୁତ୍ୱପୂର୍ଣ୍ଣ ବୋଲି କହିଲେ ଡକ୍ଟର ସାମନ୍ତ

ଭୁବନେଶ୍ୱର (କେନ୍ୟୁଜ): ଆଜି କିଟ୍ ପକ୍ଷରୁ ପାଳିତ ହୋଇଛି ଅନ୍ତର୍ଜାତୀୟ ଯୋଗ ଦିବସ । କିଟ୍ ଇଣ୍ଡୋର ଷ୍ଟାଡିୟମରେ କିଟ୍…

2 hours ago