ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ବସ୍‌ ଓ ଟ୍ରକ ମୁହାଁମୁହିଁ ଧକ୍କା, ୮ ମୃତ

ହରିୟାଣାର ଅମ୍ବାଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରକ ଓ ବସ୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ୮ ଜଣଙ୍କର ମୃତ୍ୟୁ ହୋଇଛି। ଘଟଣାରେ ୧୫ରୁ ଅଧିକ ଲୋକ ଆହତ ହୋଇଛନ୍ତି ।

ହରିୟାଣାର ଅମ୍ବାଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରକ ଓ ବସ୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ୮ ଜଣଙ୍କର ମୃତ୍ୟୁ ହୋଇଛି। ଘଟଣାରେ ୧୫ରୁ ଅଧିକ ଲୋକ ଆହତ ହୋଇଛନ୍ତି ।

ଖବର ମୁତାବକ, ଦୁର୍ଘଟଣାଟି ଯମୁନା ନଗର-ପଞ୍ଚକୁଲା ରାଜପଥରେ ହୋଇଥିବା ସୂଚନା ମିଳିଛି । ବସ୍‌ଟି ଉତ୍ତରପ୍ରଦେଶର ବରେଲୀରୁ ହିମାଚଳ ପ୍ରଦେଶର ବଦ୍ଦିକୁ ଯାଉଥିଲା । ଶାହାଜାଦପୁର ପୋଲିସ ଷ୍ଟେସନ ଅଞ୍ଚଳରେ ଟ୍ରକ ଏବଂ ଏକ ବସ୍ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ପଠେଇଛନ୍ତି। ଘଟଣାରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି ।

ବର୍ତ୍ତମାନ ସୁଦ୍ଧା ଏହି ଦୁର୍ଘଟଣାରେ ମୃତ ଓ ଆହତଙ୍କ ପରିଚୟ ମିଳିପାରି ନାହିଁ। ତେବେ ଏମାନଙ୍କ ମଧ୍ୟରେ ଅନେକ ଶ୍ରମିକ ଥିବା ଜଣାପଡିଛି । ଟ୍ରକ ଚାଳକକୁ ଗିରଫ କରାଯାଇଛି । ଏ ବାବଦରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଏହି ଦୁର୍ଘଟଣା ରେ ଯାଇଥିବା ଲୋକ ମାନଙ୍କ ପରିଚୟ ଖୋଜିବା ସହିତ ଆହତ ମାନଙ୍କୁ କିପରି ଅଧିକ ସେବା ମିଳି ପାରିବ ସେହି ଦିଗରେ କାର୍ଯ୍ୟ କରୁଛି ।

ସୂଚନାଯୋଗ୍ୟ, ଏହା ପୂର୍ବରୁ ଫରିଦାବାଦ-ଗୁରୁଗ୍ରାମ ହାଇେଓ୍ଵରେ ଏକ ଡମ୍ଫର ସହିତ କାର ଧକ୍କା ହୋଇଥିଲା। ଏହି ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଥିଲା । ମୃତକଙ୍କ ମଧ୍ୟରେ ୧୮ ରୁ ୨୫ ବର୍ଷର ଯୁବକ ସାମିଲ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.