ଝାଡ଼ଖଣ୍ଡରେ ପୋଲିସ ଗୁଳିରେ ୮ ମାଓବାଦୀ ନିହତ

ଝାଡ଼ଖଣ୍ଡ: ଛତିଶଗଡ଼ ପରେ ଝାଡ଼ଖଣ୍ଡରେ ମାଓ ନିପାତ ଅଭିଯାନ  ।  ପୋଲିସ ଗୁଳିରେ ୮ ମାଓବାଦୀ ନିହତ।  ଏପର୍ଯ୍ୟନ୍ତ ୮ ମାଓବାଦୀଙ୍କ ମୃତଦେହ ମିଳିଥିବା ବେଳେ ଅଧିକ ମାଓବାଦୀ ମୃତାହତ ହୋଇଥିବା ଅନୁମାନ କରାଯାଉଛି ।  ନିହତ ମାଓବାଦୀଙ୍କ ଠାରୁ ଏସଏଲଆର, ଇନସାସ୍ ରାଇଫଲ ଓ ପିସ୍ତଲ ଜବତ ହୋଇଛି ।

ଏବେ ବି ଗୁଳି ବିନିମୟ ଜାରି ରହିଛି ।  ନିହତ ମାଓବାଦୀଙ୍କ ଭିତରୁ ବିବେକ ନାମକ ଜଣେ ମାଓବାଦୀ ମୁଣ୍ଡରେ କୋଟିଏ ଟଙ୍କାର ପୁରସ୍କାର ରାଶି ଥିଲା ।   ଝାଡ଼ଖଣ୍ଡ ବୋକାରୋ ଜିଲ୍ଲାରେ ରାଜ୍ୟ ପୋଲିସ ଓ ସିଆରପିଏଫ ଯବାନଙ୍କ ମିଳିତ ଅପରେସନ ବେଳେ ସଫଳତା ମିଳିଛି ।  ଆଜି ସକାଳେ ଲାଲ ପାଣିଆ ଅଧୀନରେ ଥିବା ଲୁଗୁ ହିଲ୍ସ ଅଞ୍ଚଳରେ ଗୁଳି ବିମିମୟ ହୋଇଥିଲା ।

Also read: ଏନ୍‌କାଉଣ୍ଟରରେ ୨ ହାର୍ଡକୋର ମାଓବାଦୀ ନିହତ, ବିସ୍ପୋରକ ମାଓ ସାମଗ୍ରୀ ଜବତ