ହସପିଟାଲରେ ଆଡମିଟ୍‌ ହେବା ପାଇଁ ଏଣେତେଣେ ବୁଲୁଥିଲେ ଗର୍ଭବତୀ ମହିଳା, ଆଡମିଟ୍‌ ନ କରିବାରୁ ଆମ୍ବୁଲାନ୍ସରେ ମୃତ୍ୟୁ

ଉତ୍ତରପ୍ରଦେଶରରେ ନୋଏଡାରେ ଏକ ଅଭାବନୀୟ ଘଟଣା ଘଟିଛି । ୮ ମାସ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲରେ ଚିକିତ୍ସା ନ ମିଳିବାରୁ ସେ ବାର ଦୁଆର ଶୁଣ୍ଢିପିଣ୍ଡା ହୋଇଥିଲେ ଆଉ ଶେଷରେ ଆମ୍ବୁଲାନ୍ସ ଭିତରେ ତାଙ୍କର ଜୀବନ ଚାଲିଯାଇଛି । ମିଳିଥିବା ସୂଚନା ଅନୁସାରେ ନୋଏଡାରେ ଜଣେ ଗର୍ଭବତୀ ମହିଳାଙ୍କର ଚିକିତ୍ସା ଅଭାବରୁ ଆମ୍ବୁଲାନ୍ସରେ ମୃତ୍ୟୁ ହୋଇଛି ।  ବହୁ ସମୟ ଧରି ସେ ଗୋଟେ ହସ୍ପିଟାଲରୁ ଆଉ ଗୋଟିଏ ହସ୍ପିଟାଲର ଚକ୍କର କାଟିଥିବାବେଳେ ଆମ୍ବୁଲାନ୍ସ ଭିତରେ ତାଙ୍କର ମୃତ୍ୟୁ ହୋଇଛି । ନୋଏଡାର ସରକାରୀ ହସ୍ପିଟାଲ ଓ ଘରୋଇ ହସ୍ପିଟାଲଗୁଡିକ ମହିଳାଙ୍କ ଚିକିତ୍ସା ଲାଗି ମନା କରିଥିବାବେଳେ ମହିଳାଙ୍କର ଆମ୍ବୁଲାନ୍ସରେ ହିଁ ଜୀବନ ଚାଲିଯାଇଛି ।

hospital

ମହିଳା ଜଣକ ଗାଜିଆବାଦ ବାସିନ୍ଦା ହୋଇଥିବାବେଳେ ସେ ନିଃଶ୍ବାସ ନେବା ପାଇଁ କଷ୍ଟ ଅନୁଭବ କରୁଥିଲେ । ସେ ପ୍ରଥମେ ଇଏସ୍‌ଆଇ ହସ୍ପିଟାଲ ଯାଇଥିଲେ । ଏହି ହସ୍ପିଟାଲ ତାଙ୍କୁ ଜିଲ୍ଲା ହସ୍ପିଟାଲ ରେଫର୍‌ କରିଥିଲେ । ପରେ ଜିଲ୍ଲା ହସ୍ପିଟାଲରୁ ଶାରଦା ହସ୍ପିଟାଲକୁ ଯାଇଥିଲେ । ସେଠାରେ ତାଙ୍କୁ ଜୀମ୍ସ ପଠାଯାଇଥିଲା । ଜିମ୍ସରେ ଶଯ୍ୟା ଅଭାବ ହେତୁ ତାଙ୍କୁ ଫୋର୍ଟସ୍‌ ହସ୍ପିଟାଲ ପଠାଯାଇଥିଲା ।  ସେଠାରେ ମଧ୍ୟ ତାକୁ ମନା କରାଯିବା ପରେ ସେ ମ୍ୟାକ୍ସ ହସ୍ପିଟାଲକୁ ନିଆଯାଇଥିଲା । ଏତେ ସମୟ ସେ ଗୋଟିଏ ହସ୍ପିଟାଲରୁ ଆଉ ଗୋଟିଏ ହସ୍ପିଟାଲ ହୋଇ ଶେଷରେ ଆମ୍ବୁଲାନ୍ସ ଭିତରେ ହିଁ ମହିଳାଙ୍କର ଜୀବନ ଚାଲିଯାଇଛି ।

ସୂଚନାଯୋଗ୍ୟ, ମହିଳାଙ୍କର ରୁଟିନ୍‌ ଚେକ୍‌ ଶିବାଲିକା ହସ୍ପିଟାଲରେ ହେଉଥିଲା । କିନ୍ତୁ ଏହି ହସ୍ପିଟାଲ ମଧ୍ୟ ଚିକିତ୍ସା କରିବାକୁ ମନା କରିଦେଇଥିଲା । କରୋନା ସନ୍ଦେହରେ ମହିଳାଙ୍କୁ କେୌଣସି ହସ୍ପିଟାଲ ଚିକିତ୍ସା ପାଇଁ ଅନୁମତି ଦେଇନଥିବାବେଳେ ଯନ୍ତ୍ରଣାରେ ମହିଳାଜଣଙ୍କର ମୃତ୍ୟୁ ହୋଇଛି । ଏହି ଘଟଣାରେ ଜିଲ୍ଲାଧିକାରୀ ତଦନ୍ତ ପାଇଁ ଆଦେଶ ଦେଇଛନ୍ତି ।

ତେବେ ଏହି ଗର୍ଭବତୀ ମହିଳାଙ୍କ ମୃତ୍ୟୁର ଦାୟିତ୍ବ କିଏ ନେବ । ଏହି ଘଟଣାକୁ ନେଇ କଂଗ୍ରେସ ପ୍ରବକ୍ତା ଅଖିଳେଶ ସିଂହ ଯୋଗୀ ସରକାରଙ୍କ ସହ ଆଲୋଚନା କରି ଦୋଷୀ ଡାକ୍ତରଖାନା ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେଇ ଦାବି କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.