ତିବ୍ଦତର ନିଙ୍ଗଚିରେ ହିମସ୍ଖଳନ: ୮ ମୃତ, ଅନେକ ନିଖୋଜ

ତିବ୍ଦତ ଦକ୍ଷିଣ ପଶ୍ଚିମ ଅଞ୍ଚଳରେ ନିଙ୍ଗଚି ସହରରେ ହିମସ୍ଖଳନ ହୋଇଛି । ବୁଧବାର ବିଳମ୍ବିତ ରାତିରେ ପାର୍ବତ୍ୟ ତିବ୍ଦତରେ ହିମସ୍ଖଳନ ଯୋଗୁଁ ୮ ଜଣକଙ୍କର ମୃତ୍ୟୁହୋଇଛି । ଚୀନ ସରକାର ମୃତକଙ୍କ ଶବକୁ ଜବତ କରିଥିବା ବେଳେ ନିଖୋଜ ଥିବା ଲୋକଙ୍କୁ ଖୋଜିବା ପାଇଁ ଏକ ଟିମ୍ ଗଠନ କରିଛି । ହିମସ୍ଖଳନ ଯୋଗୁଁ ଅନେକ ଲୋକ ନିଜ ଗାଡିରେ ଫସିଛନ୍ତି । ତେବେ କେତେ ଲୋକ ନିଖୋଜ ହୋଇଛନ୍ତି, ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ ।
ମେଡୋଗ୍ ଜିଲ୍ଲାର ନିଙ୍ଗଚି ସହରରୁ ଦକ୍ଷିଣ ପୂର୍ବ ତିବ୍ଦତର ମେନଲିଂ କାଉଣ୍ଟି ପର୍ଯ୍ୟନ୍ତ ଏକ ରାଜପଥରେ ଥିବା ଏକ ଟନେଲ୍ ନିର୍ଗତ ସମୟରେ ହିମସ୍ଖଳନ ହୋଇଛି । ହିମସ୍ଖଳନ ରାତି ୮ଟାରେ ହୋଇଥିବା ଖବର ମିଳିଛି।
Tibet: At least 8 killed as avalanche trapped vehicles outside highway tunnel near Nyingchi #Tibet #Avalanche#TibetAvalanchehttps://t.co/5FLPRVDhIX
— India TV (@indiatvnews) January 19, 2023
ସୂଚନା ମୁତାବକ, ସମୁଦ୍ର ପତ୍ତନ ଠାରୁ ୩,୦୪୦ ମିଟର (ପ୍ରାୟ ୧୦,୦୦୦ ଫୁଟ) ଉଚ୍ଚରେ ଥିବା ନିଙ୍ଗଚିରେ ପୌରପାଳିକା ଅଧିକାରୀମାନେ କହିଛନ୍ତି ଯେ ଏହି ହିମସ୍ଖଳନ ଲୋକଙ୍କ ଗାଡି ଫସି ରହିଥିଲା ଏବଂ ନିଖୋଜ ଥିବା ଲୋକଙ୍କ ପାଇଁ ଉଦ୍ଧାର କାର୍ଯ୍ୟ ଚାଲିଛି। ତେବେ ୧୩୧ ଜଣ ଲୋକ ଏବଂ ୨୮ ବାହାନକୁ ଘଟଣାସ୍ଥଳରୁ ଉଦ୍ଧାର କରାଯାଇଛି ବୋଲି ଖବର ମିଳିଛି । ଏହାଛଡା ୨୪୬ ଜଣ ଉଦ୍ଧାରକାରୀ ଟିମ୍, ୭୦ରୁ ଅଧିକ ବାହାନ, ୯୯୪ ଉପକରଣ ଘଟଣା ସ୍ଥଳକୁ ପଠାଯାଇଛି ।
ଚୀନର ଜରୁରୀକାଳୀନ ପରିଚାଳନା ମନ୍ତ୍ରଣାଳୟ ବୁଧବାର ତିବ୍ଦତକୁ ଏକ ବିପର୍ଯ୍ୟୟ ମୁକାବିଲା ଦଳ ପଠାଇ ଉଦ୍ଧାର କାର୍ଯ୍ୟରେ ପୂର୍ଣ୍ଣ ଚେଷ୍ଟା କରିବା ସହିତ କେତେ ଲୋକ ଫସି ରହିଛନ୍ତି ତାହା ଯାଞ୍ଚ କରିବା ପାଇଁ କହିଛନ୍ତି। ଏହି ସ୍ଥାନକୁ ତିବ୍ଦତର ସୁଇଜରଲାଣ୍ଡ ବୋଲି ମଧ୍ୟ କୁହାଯାଏ । ପୂର୍ବରୁ ଜୋଜିଲାରେ ଏଭଳି ହିମସ୍ଖଳନ ହୋଇଥିଲା। ଏଥିରେ ୧୭୨ ଜଣ ଶ୍ରମିକ ଫସିଥିଲେ । ସେମାନଙ୍କୁ ବଞ୍ଚାଇବା ପାଇଁ ଉଦ୍ଧାରକାରୀ ଦଳ ଦେବଦୂତ ସାଜିଥିଲେ । ସୁଡଙ୍ଗ ନିର୍ମାଣ ପାଇଁ କାମ କରୁଥିବା କମ୍ପାନୀର ଶ୍ରମିକ ହିମସ୍ଖଳନରେ ଫସିଥିଲେ । ସେନା ଏବଂ ପୋଲିସ ସହାୟତାରେ ସଂପୂର୍ଣ୍ଣ କାର୍ଯ୍ୟ ହୋଇଥିଲା ।