କର୍ଣ୍ଣାଟକରେ ବଡ଼ ଧରଣର ବିସ୍ଫୋରଣ, ୮ ଲୋକ ମୃତ, ଏତେ ତେଣେ ପଡିଛି ପୋଡା ମାଂସ, ଦୁଃଖ ପ୍ରକାଶ କଲେ ମୋଦି

କର୍ଣ୍ଣାଟକ: କର୍ଣ୍ଣାଟକର ଶିମୋଗା ଜିଲ୍ଲାରେ ଗୁରୁବାର ରାତିରେ ଏକ ବିସ୍ଫୋରଣ ହୋଇଛି । ଟ୍ରକରେ ବୋଝେଇ ହୋଇ ଯାଉଥିବା ବିସ୍ଫୋରକରେ ବିସ୍ଫୋରଣ ହୋଇଛି । ଟ୍ରକ ବିସ୍ଫୋରଣ ହୋଇ ଅତି କମରେ ୮ ଜଣଙ୍କର ମୃତ୍ୟୁ ଘଟିଛି । ଏଥିସହ ଆଖପାଖ ଅଞ୍ଚଳରେ ଏକ ଶକ୍ତ ଝଟକା ଅନୁଭୂତ ହୋଇଛି । ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି ଏବଂ କର୍ଣ୍ଣାଟକ ପୀଡିତ ପରିବାରକୁ ସମସ୍ତ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ମଧ୍ୟ କହିଛନ୍ତି। ତେବେ ଖଣି ଉଦ୍ଦେଶ୍ୟରେ ବିସ୍ଫୋରକ ସାମଗ୍ରୀ ନିଆଯାଉଥିବା ଜଣାପଡିଛି ।

ବିଭିନ୍ନ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ଏକ ବିସ୍ଫୋରକ ସାମଗ୍ରୀ ଲଦା ହୋଇ ଯାଉଥିବା ଟ୍ରକରେ ବିସ୍ଫୋରଣ ଘଟିଛି। ଉକ୍ତ ଟ୍ରକରେ ଡିନାମାଇଟ୍ ଏବଂ ଅନ୍ୟାନ୍ୟ ବିସ୍ଫୋରକ ସାମଗ୍ରୀ ନିକଟବର୍ତ୍ତୀ ଖଣିକୁ ଯାଉଥିବା ଜଣାପଡ଼ିଛି। ଏଥିରେ ଟ୍ରକଟି ସଂପୂର୍ଣ୍ଣ ରୂପେ ପୋଡ଼ି ପାଉଁଶ ହୋଇଯାଇଛି। ବିସ୍ଫୋରଣଟି ଏତେ ଶକ୍ତିଶାଳୀ ଥିଲା ଯେ ଆଖପାଖ ଅଞ୍ଚଳ ଥରି ଉଠିଥିଲା। ସେଠାରେ ମୃତଦେହ ଗୁଡ଼ିକର ମାଂସ ହାଡ଼ ପୋଡ଼ି ହୋଇ ପଡ଼ିଥିବାର ଦେଖାଯାଇଛି।

ଲୋକଙ୍କ କହିବାନୁଯାୟୀ, ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଘରଗୁଡ଼ିକର କାଚ, ଫ୍ଯାନ ଭାଙ୍ଗି ଯାଇଥିଲା ଏବଂ ରାସ୍ତାରେ ଫାଟ ସୃଷ୍ଟି ହୋଇଥିଲା । ଭୂକମ୍ପ ଭଳି ଏହି ବିସ୍ଫୋରଣ ଥିଲା। ଏନେଇ ଭୂବିଜ୍ଞାନୀମାନଙ୍କ ସହ ଯୋଗାଯୋଗ କରାଯାଇଛି । ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ କୌଣସି ଭୂକମ୍ପ ନଥିଲା । କିନ୍ତୁ ଶିମୋଗା ଉପକଣ୍ଠରେ ଥିବା ଗ୍ରାମୀଣ ପୋଲିସ ଷ୍ଟେସନ ଅଧୀନରେ ହାନସୁରରେ ବିସ୍ଫୋରଣ ଘଟିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.