ୟୁପି ଶୀତଳ ଭଣ୍ଡାର ଦୁର୍ଘଟଣାରେ ଆଖି ବୁଜିଲେ ୮ ଶ୍ରମିକ; ଏବେ ବି ମାଟି ତଳେ ଦବି ରହିଛନ୍ତି ୧୨ରୁ ଅଧିକ

ଉତ୍ତର ପ୍ରଦେଶର ସମ୍ଭଲ ଜିଲ୍ଲାର ଚନ୍ଦୌସିରେ ଗୁରୁବାର ହୋଇଥିବା ଶୀତଳ ଭଣ୍ଡାର ଦୁର୍ଘଟଣାରେ ୮ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ୧୨ରୁ ଅଧିକ ଶ୍ରମିକ ମାଟି ତଳେ ଦବି ରହିଥିବା ଆଶଙ୍କା କରାଯାଉଛି।

ଉତ୍ତର ପ୍ରଦେଶର ସମ୍ଭଲ ଜିଲ୍ଲାର ଚନ୍ଦୌସିରେ ଗୁରୁବାର ହୋଇଥିବା ଶୀତଳ ଭଣ୍ଡାର ଦୁର୍ଘଟଣାରେ ୮ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ୧୨ରୁ ଅଧିକ ଶ୍ରମିକ ମାଟି ତଳେ ଦବି ରହିଥିବା ଆଶଙ୍କା କରାଯାଉଛି। ରାଜ୍ୟ ସରକାର ମୃତକଙ୍କ ପରିବାରକୁ କ୍ଷତିପୂରଣ ଆକାରରେ ପ୍ରତ୍ୟେକଙ୍କୁ ୨ ଲକ୍ଷ ଟଙ୍କା ଏବଂ ଗୁରୁତର ଆହତଙ୍କୁ ୫୦,୦୦୦ ଟଙ୍କା ଲେଖାଏ ଦେବାକୁ କହିଛନ୍ତି। ସମସ୍ତ ଆହତଙ୍କୁ ମାଗଣାରେ ଚିକିତ୍ସା କରାଯିବ।

ପୋଲିସ ମୁତାବକ, ସମ୍ଭଲସ୍ଥିତ ଶୀଳତ ଭଣ୍ଡାରର ଛାତ ଭୁଶୁଡ଼ି ମୃତ୍ୟୁସଂଖ୍ୟା ୮କୁ ବୃଦ୍ଧି ପାଇଛି। କିଛି ଲୋକ ଏବେ ବି ନିଖୋଜ ଅଛନ୍ତି। NDRF ଓ SDRF ଦଳ ସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ଏ ପର୍ଯ୍ୟନ୍ତ ୧୧ ଜଣଙ୍କୁ ଉଦ୍ଧାର କରାଯାଇଛି। ଡିଆଇଜିଙ୍କ ମୁତାବକ, ଗୁରୁବାର ସନ୍ଧ୍ୟା ସୁଦ୍ଧା ୧୦ ଜଣଙ୍କୁ ଉଦ୍ଧାର କରି ନିଆଯାଇଥିଲା।

ସୂଚନାନୁସାରେ, ଶୀତଳ ଭଣ୍ଡାର ଓଭରଲୋଡ୍‌ ହୋଇଯାଇଥିଲା, ଯେଉଁ କାରଣରୁ ଆଳୁ ବସ୍ତାଗୁଡ଼ିକ ହଠାତ୍ ଖସି ପଡ଼ିଥିଲା, ଯଦ୍ଦ୍ଵାରା କାନ୍ଥ ଭାଙ୍ଗି ପୂରା ବିଲ୍ଡିଂଟି ଭୁଶୁଡ଼ି ପଡ଼ିଥିଲା। ସେପଟେ ଏହି ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗଭୀର ଦୁଃଖ ପ୍ରକାଶ କରି ଆହତମାନଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.