ତାମିଲନାଡୁ ବିଏସପି ଅଧ୍ୟକ୍ଷଙ୍କୁ ହତ୍ୟା ମାମଲାରେ ୮ ଅଟକ, ଶୁକ୍ରବାର ସନ୍ଧ୍ୟାରେ ଦୁର୍ବୃତ୍ତ କରିଥିଲେ ଆକ୍ରମଣ

ତାମିଲନାଡୁର ବିଏସପି ଅଧ୍ୟକ୍ଷ ଆର୍ମଷ୍ଟ୍ରାଙ୍ଗଙ୍କୁ ହତ୍ୟା ମାମଲାରେ ପୋଲିସ ଅତିକମରେ ୮ ଜଣଙ୍କୁ ଗିରଫ କରିଛି । ଅତିରିକ୍ତ ପୋଲିସ ଆୟୁକ୍ତ ଅସରା ଗର୍ଗ କହିଛନ୍ତି, ପୋଲିସ ଏହି ମାମଲାରେ ଯାଞ୍ଚକରିବା ପାଇଁ ୧୦ଟି ଟିମ୍‌ ଗଠନ କରିଛି । ଏପର୍ଯ୍ୟନ୍ତ ୮ ଜଣ ଗିରଫ ହୋଇଛନ୍ତି । ଏହାକୁ ନେଇ ପ୍ରାରମ୍ଭିକ ଯାଞ୍ଚ ଚାଲିଛି । କିଛି ସମୟ ପରେ ଅଧିକ ତଥ୍ୟ ଏବଂ ଘଟଣା କାହିଁକି ଘଟିଛି, ତାହା ଜଣାପଡିଛି ।

ପୋଲିସ କହିବା ମୁତାବକ, ଅଟକ ରହିଥିବା ଦୁର୍ବୃତ୍ତକୁ ପଚରାଉଚରା ଚାଲିଛି । ୫୨ ବର୍ଷୀୟ ଆର୍ମଷ୍ଟ୍ରଙ୍ଗଙ୍କୁ କାହିଁକି ହତ୍ୟା କରାଯାଇଛି, ତାହା ପରେ ଜଣାପଡିବ ।

ଘଟଣା ପରେ ବହୁଜନ ପାର୍ଟି ସୁପ୍ରିମୋ ଦୁଃଖ ପ୍ରକାଶ କରିଛନ୍ତି । ରାଜ୍ୟ ସରକାର ଦୋଷୀମାନଙ୍କୁ ଗିରଫ କରିବା ସହ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ୍ ବୋଲି ମାୟାବତୀ କହିଛନ୍ତି ।

ସୂଚନାଯୋଗ୍ୟ, ଶୁକ୍ରବାର ସନ୍ଧ୍ୟାରେ ୬ଟି ବାଇକରେ ଦୁର୍ବୃତ୍ତମାନେ ଆସି ତାଙ୍କୁ ଛୁରୀର ଆକ୍ରମଣ କରି ଘଟଣାସ୍ଥଳରୁ ଫେରାର ହୋଇଥିଲେ । ଅପରାଧିମାନେ ୬ଟି ବାଇକ୍‌ରେ ଆସି ପେରାମ୍ବୁର ସଦାୟପ୍ପନ୍ ଷ୍ଟ୍ରିଟ୍‌ରେ ତାଙ୍କୁ ଛୁରା ମାଡ କରିବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ।

ଆର୍ମଷ୍ଟ୍ରଙ୍ଗ ତାଙ୍କ ଘରେ ପ୍ରବେଶ କରୁଥିବା ସମୟରେ ତାଙ୍କୁ ଆକ୍ରମଣ କରାଯାଇଥିଲା ।  ଆର୍ମଷ୍ଟ୍ରଙ୍ଗଙ୍କୁ ଗ୍ରିମସ ରୋଡରେ ଥିବା ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।