ଉତ୍ତରପ୍ରଦେଶ କାନପୁରରେ ଅପରାଧୀଙ୍କ ଗୁଳିରେ ୮ ପୋଲିସ କର୍ମଚାରୀ ସହିଦ୍

ଉତ୍ତରପ୍ରଦେଶ: ଅପରାଧୀଙ୍କ ଗୁଳିରେ ୮ ପୋଲିସ କର୍ମଚାରୀ ସହିଦ। ଉତ୍ତରପ୍ରଦେଶ କାନପୁର ବେକରୁ ଗାଁରେ ଘଟିଛି ଏହି ଅଘଟଣ। ୮ ସହିଦଙ୍କ ମଧ୍ୟରେ କାନପୁର DSP ଦେବେନ୍ଦ୍ର ମିଶ୍ର ଅଛନ୍ତି। ଅନ୍ୟ ପୋଲିସ କର୍ମଚାରୀଙ୍କୁ ଆହତ ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ, ଗାଁରେ ଅପରାଧୀ ବିକାଶ ଦୁବେ ଓ ସହଯୋଗୀ ଲୁଚିଥିବା ନେଇ ଏକ ପୋଲିସ ପ୍ଲାଟୁନ୍‌ ଟିମ୍‌ ସର୍ଚ୍ଚ ଅପରେସନ୍‌ କରୁଥିଲା। ଏହି ସମୟରେ ଅପରାଧୀମାନେ ପୋଲିସ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ। ଘଟଣାସ୍ଥଳରେ ସ୍ଥିତି ଅନୁଧ୍ୟାନ କରୁଛନ୍ତି SSP ଓ IG । ଫରେନ୍‌ସିକ ଟିମ୍‌ ଓ ପୋଲିସ ମଧ୍ୟ ଉପସ୍ଥିତ ଅଛନ୍ତି।

ଘଟଣାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗଭୀର ଦୁଃଖପ୍ରକାଶ କରିବା ସହ ସହିଦ୍‌ ପୋଲିସ କର୍ମଚାରୀଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ଘଟଣାର କଡା କାର୍ଯ୍ୟାନୁଷ୍ଠାନ ନେବା ସହ ଅପରାଧୀଙ୍କ ବିରୋଧରେ ଦୃଢ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ଉତ୍ତରପ୍ରଦେଶ ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.