ବୋରୱେଲରେ ଖସିପଡିଲା ୮ ବର୍ଷର ପିଲା, ୧୫ ଘଣ୍ଟା ହେଲା ଚାଲିଛି ରେସକ୍ୟୁ ଅପରେସନ

୬୦ଫୁଟ ଗଭୀର ବୋରୱେଲ୍ ଭିତରେ ଖସିପଡିଛି ୮ ବର୍ଷର କୁନି ପୁଅ । ୧୫ ଘଣ୍ଟା ହେଲା ଚାଲିଛି ରେସକ୍ୟୁ ଅପରେସନ । ୪୩ ଫୁଟରେ ଅଟକିଥିବା ପିଲାକୁ ଉଦ୍ଧାର ପାଇଁ ଚାଲିଛି ସମସ୍ତ ପ୍ରକାରର ଉଦ୍ୟମ ।

ପୁଣି ବୋରୱେଲ୍ ତଳେ ଫସିଛି ଜୀବନ । ୬୦ଫୁଟ ଗଭୀର ବୋରୱେଲ୍ ଭିତରେ ଖସିପଡିଛି ୮ ବର୍ଷର କୁନି ପୁଅ ଲୋକେଶ । ମଧ୍ୟପ୍ରଦେଶ ବିଦିଶା ଅଞ୍ଚଳରେ ଏହି ଅଘଟଣ ଘଟିଛି।

ଗତକାଲି ସକାଳ ୧୧ଟାରୁ ଖେଳୁ ଖେଳୁ ଲୋକେଶ ୬୦ ଫୁଟ ବୋରୱେଲରେ ଖସି ପଡି ୪୩ ଫୁଟରେ ଅଟକି ରହିଛି। ଲୋକେଶକୁ ଉଦ୍ଧାର କରିବା ପାଇଁ SDRF ଓ NDRF ଟିମ୍ ପକ୍ଷରୁ ରେସକ୍ୟୁ ଅପରେସନ୍ ଜାରି ରହିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଲୋକେଶ ସହିତ କୌଣସି ଯୋଗାଯୋଗ ହୋଇପାରିନାହିଁ। ବୋରୱେଲ ଭିତରକୁ ଅକ୍ସିଜେନ୍ ଯୋଗାଇ ଦିଆଯାଉଛି। ୧୫ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଛି ରେସକ୍ୟୁ ଅପରେସନ୍।

ବାଳକ ପାଖକୁ କୌଣସି ପ୍ରକାର ସୁବିଧା ପହଞ୍ଚିପାରିନାହିଁ । ପିଲାଟି କିଛି ହଲଚଲ ହେଉଥିବାରୁ ଜୀବିତ ଥିବା ଅନୁମାନ କରୁଛନ୍ତି ଉଦ୍ଧାରକାରୀ ଦଳ । ତେବେ ୩୪ ଫୁଟ ପର୍ଯ୍ୟନ୍ତ ଉଦ୍ଧାରକାରୀ ଦଳ ଖୋଳିସାରିଲେଣି। ଖୁବଶୀଘ୍ର ପିଲାଟି ପାଖରେ ରେସକ୍ୟୁ ଟିମ୍‌ ପହଞ୍ଚିବ ।

ସୂଚନାଯୋଗ୍ୟ, ଗତକିଛି ପୂର୍ବରୁ ୨୦୦ ପୁଟ ଗାତ ଭିତରେ ୫ବର୍ଷର ପିଲା ଖେଳୁ ଖେଳୁ ଖସିପଡିଥିଲା। ପିଲାଟି ୨୦ ଫୁଟରେ ଅଟକି ଥିବା ବେଳେ ଉଦ୍ଧାରକାରୀ ଦଳ ତାଙ୍କୁ କାଢିବାରେ ସଫଳ ହୋଇଥିଲେ । କିନ୍ତୁ ପିଲାଟି ସେତେବେଳକୁ ମୃତ୍ୟୁବରଣ କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.