୮୦ ହଜାର ବୃଦ୍ଧଙ୍କୁ ପେନସନ୍ ଦେବାକୁ ଘୋଷଣା କଲେ ଦିଲ୍ଲୀ ସରକାର, ୨୪ ଘଣ୍ଟାରେ ଦଶ ହଜାର ଆବେଦନ

ଦିଲ୍ଲୀରେ ବୃଦ୍ଧମାନଙ୍କ ପାଇଁ ସରକାର ଏକ ବଡ଼ ଘୋଷଣା କରିଛନ୍ତି । ଦିଲ୍ଲୀର ଆତିଶି ସରକାର ବୃଦ୍ଧ ବ୍ୟକ୍ତିମାନଙ୍କୁ ପେନସନ୍‌ ଦେବାକୁ ଘୋଷଣା କରିଛନ୍ତି । ସରକାର ୮୦ ହଜାର ବୃଦ୍ଧଙ୍କ ପାଇଁ ନୂତନ ବୃଦ୍ଧାବସ୍ଥା ପେନସନ୍‌ ଆରମ୍ଭ କରିବାକୁ ଯାଉଛନ୍ତି । ଏହି ଘୋଷଣା କରିଛନ୍ତି ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ।

କେଜ୍ରିୱାଲ କହିଛନ୍ତି, ‘ଆମ ସରକାରରେ ୧.୨୫ ଲକ୍ଷ ପେନସନ୍ ଯୋଗ ହୋଇଛି । ବର୍ତ୍ତମାନ ସମୁଦାୟ ୫ ଲକ୍ଷ ୩୦ ହଜାର ବୃଦ୍ଧ ବ୍ୟକ୍ତିଙ୍କୁ ପେନସନ୍ ରାଶି ମିଳିବ । ମୁଁ ଯେଉଁଆଡ଼େ ଯାଉଥିଲି, ବୃଦ୍ଧମାନେ ପେନସନ ଦାବି କରୁଥିଲେ । ଏହାକୁ ଦିଲ୍ଲୀ ସରକାର ଲାଗୁ କରିଛନ୍ତି । ଗତ ୨୪ ଘଣ୍ଟାରେ ଦଶ ହଜାର ଆବେଦନ ଆସିଛି’ ।

୬୦ରୁ ୬୯ ବର୍ଷର ବ୍ୟକ୍ତିଙ୍କୁ ପ୍ରତି ମାସରେ ଦୁଇ ହଜାର ଟଙ୍କା ଦିଆଯିବ । ୭୦ ବର୍ଷ କିମ୍ବା ଏହାଠାରୁ ଅଧିକ ବୟସର ବ୍ୟକ୍ତିଙ୍କୁ ପ୍ରତି ମାସରେ ଅଢ଼େଇ ହଜାର ଟଙ୍କା ପେନସନ ରାଶି ମିଳିବ । ଏହି ନିଷ୍ପତ୍ତି କ୍ୟାବିନେଟ୍ ଦ୍ୱାରା ମଧ୍ୟ ପାରିତ ହୋଇଛି ।

କହି ରଖୁଛୁ, ଲୋକସଭା ନିର୍ବାଚନ ପୂର୍ବରୁ ଦିଲ୍ଲୀର ଏଏପି ସରକାର ମୁଖ୍ୟମନ୍ତ୍ରୀ ମହିଳା ସମ୍ମାନ ଯୋଜନା ବହୁତ ଜଲଦି ଲାଗୁ କରିବାକୁ ଘୋଷଣା କରିଥିଲେ । ଏହି ଯୋଜନା ୧୮ରୁ ୬୦ ବର୍ଷ ବୟସର ସମସ୍ତ ମହିଳାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବ । ଏହି ଯୋଜନାରୁ ପାଖାପାଖି ୫୦ ଲକ୍ଷ ମହିଳାଙ୍କୁ ଲାଭ ମିଳିବାର ସମ୍ଭାବନା ରହିଛି ।

You might also like