୨ ଥର ନୁହେଁ ବରଂ ୧୧ ଥର କରୋନା ଟିକା ନେଇସାରିଲେଣି ଏହି ବ୍ୟକ୍ତି, କହିଲେ-ସେବେଠୁ ରୋଗରେ ପଡ଼ିନାହିଁ

କରୋନା କାଳରେ ସଂକ୍ରମଣରୁ ମୁକ୍ତି ପାଇଁ ଲୋକମାନେ ଟିକାର ଦୁଇଟି ଡୋଜ୍‌ ନେଉଥିବା ବେଳେ ବିହାରର ଜଣେ ବ୍ୟକ୍ତି ଯାହା ଖୁଲାସା କରିଛନ୍ତି, ତାହା ସମସ୍ତଙ୍କ ହୋସ୍‌ ଉଡ଼ାଇ ଦେଇଛି। ବିହାରର ଜଣେ ବୃଦ୍ଧ ବ୍ୟକ୍ତି ଦାବି କରିଛନ୍ତି ଯେ ସେ ଟିକାର ୧୦ରୁ ଅଧିକ ଡୋଜ୍‌ ନେଇଛନ୍ତି ଓ ବିଲକୁଲ ଠିକ୍‌ ଅଛନ୍ତି।

ରିପୋର୍ଟ ମୁତାବକ, ଏହି ଘଟଣା ବିହାରର ମଧେପୁରା ଜିଲ୍ଲାର। ଜିଲ୍ଲାର ପୁରୈନୀ ଅଞ୍ଚଳର ୮୪ ବର୍ଷୀୟ ବ୍ରହ୍ମ ଦେବ ମଣ୍ଡଳ ଦାବି କରିଛନ୍ତି ଯେ ସେ ଇତି ମଧ୍ୟରେ କରୋନା ଟିକାର ୧୧ଟି ଡୋଜ୍‌ ନେଇସାରିଲେଣି। କିନ୍ତୁ ତାଙ୍କର କୌଣସି କ୍ଷତି ହୋଇନାହିଁ। ଏବେ ସେ ଆଗ ଅପେକ୍ଷା ଅଧିକ ସୁସ୍ଥ ଅଛନ୍ତି ବୋଲି ବୃଦ୍ଧ ଜଣକ ଦାବି କରିଛନ୍ତି।

corona2
Image Credit: Twitter

ବ୍ରହ୍ମ ଦେବଙ୍କ କହିବାନୁସାରେ, ଯେବେ ଠାରୁ ସେ ଟିକା ନେବା ଆରମ୍ଭ କରିଛନ୍ତି ସେବେ ଠାରୁ ସେ କେବେ ବି ରୋଗରେ ପଡ଼ି ନାହାନ୍ତି। ତାଙ୍କର ପୂର୍ବରୁ ବି ଯାହା ରୋଗ ଥିଲା ସେ ସବୁ ବି ଭଲ ହୋଇଯାଇଛି। ଆଗ ତୁଳନାରେ ସେ ଅଧିକ ସୁସ୍ଥ ଅଛନ୍ତି ବୋଲି କହିଛନ୍ତି ବ୍ରହ୍ମ ଦେବ। ଟିକାର ଏତେ ମାତ୍ରାରେ ଡୋଜ୍‌ ନେବାର କୌଣସି ସାଇଡ୍‌ ଇଫେକ୍ଟ ତାଙ୍କ ଉପରେ ପଡ଼ି ନାହିଁ। ବରଂ ସେ ଅଧିକ ସୁସ୍ଥ ଅଛନ୍ତି ବୋଲି ଦାବି କରିଛନ୍ତି ବ୍ରହ୍ମ ଦେବ।

ତେବେ ବ୍ରହ୍ମ ଦେବ ସତରେ ଟିକାର ୧୧ଟି ଡୋଜ୍‌ ନେଇଛନ୍ତି ନା ମନ ଗଢ଼ା କାହାଣୀ ଶୁଣାଉଛନ୍ତି, ତାହା ଏବେ ଯାଏଁ ଜଣାପଡ଼ିନାହିଁ। ଯଦି ସତରେ ସେ ଏତେ ଡୋଜ୍‌ ନେଇଛନ୍ତି ତେବେ ଏହା କେମିତି ହୋଇଛି ବୋଲି ପ୍ରଶ୍ନ ଉଠିଥିବା ଜଣାଯାଇଛି।

You might also like