ଚୀନର ବୁହାନ ସହରରେ ଥିବା ୟୁନି ହସ୍ପିଟାଲରୁ ଶନିବାର ଏକ ହୃଦୟସ୍ପର୍ଶୀ ଫଟୋ ସାମ୍ନାକୁ ଆସିଛି। ଫଟୋରେ ଜଣେ ଡାକ୍ତର ୮୭ ବର୍ଷୀୟ ଜଣେ କରୋନା ସଂକ୍ରମିତ ରୋଗୀଙ୍କୁ ହସ୍ପିଟାଲ ବାହାରକୁ ଆଣି ସୂଯ୍ୟର୍ାସ୍ତ ଦେଖାଉଥିବା ଦେଖିବାକୁ ମିଳୁଛି।
ସୋସିଆଲ ମିଡିଆରେ ଫଟୋଟି ଖୁବ୍ ଭାଇରାଲ ହେଉଛି। ଜଣେ ୟୁଜର ଲେଖିଛନ୍ତି, ‘ସତରେ! ମେଡିକାଲ କେୟାର ଓ୍ଵାର୍କର୍ସ ଆମର ହୀରା’। ଆଉ ଜଣେ ଲେଖିଛନ୍ତି, ‘ଆଶା ଅଛି, ଏହି ବୃଦ୍ଧ ରୋଗୀ ଜଲ୍ଦି ଠିକ୍ ହୋଇଯିବେ’। ଯଦିଓ ଏହା ପଯ୍ୟର୍ନ୍ତ ଜଣାପଡ଼ିନାହିଁ ଯେ ରୋଗୀ ଜଣକ ମହିଳା ନା ପୁରୁଷ, କିନ୍ତୁ ଫଟୋକୁ ଜଣେ ୟୁଜର @chenchenzh ଦୁଇଦିନ ପୂର୍ବରୁ ଶେୟାର କରିଥିଲେ।
ବୁହାନର ହସ୍ପିଟାଲଗୁଡ଼ିକରେ ମେଡିକାଲ ଷ୍ଟାଫ୍ମାନେ କରୋନା ସଂକ୍ରମିତ ରୋଗୀଙ୍କୁ ଯଥାସମ୍ଭବ ପଜିଟିଭ ଏବଂ ଖୁସି ରଖିବା ପାଇଁ ସବୁ ପ୍ରକାର ଚେଷ୍ଟା ଚଳାଇଛନ୍ତି। କେତେକ ଘରୋଇ ହସ୍ପିଟାଲରେ ଡ୍ୟାନ୍ସ ଏବଂ ବ୍ୟାୟାମ କ୍ଲାସ୍ ଚାଲୁଥିବା ଦେଖିବାକୁ ମିଳୁଛି। ଏହାପୂର୍ବରୁ ପୂର୍ବ ଚୀନର ଅନ୍ହୁଇରେ ମେଡିକାଲ ଆଣ୍ଟେଡାଣ୍ଟମାନେ ରୋଗୀ ସୁସ୍ଥ ହେବା ଖୁସିରେ ଡ୍ୟାନ୍ସ କରି ସେଲିବ୍ରେଟ କରିଥିଲେ।
ଆମିର ଖାନଙ୍କ ଫିଲ୍ମ ‘ଦଙ୍ଗଲ’ରେ ଗୀତ ଫୋଗାଟଙ୍କ ପିଲାବେଳେର ଭୂମିକାରେ ନଜର ଆସିଥିବା ଜାୟରା ଓ୍ଵାସିମଙ୍କ ପିତାଙ୍କ ପରଲୋକ ।…
ଭୁବନେଶ୍ୱର (କେନ୍ୟୁଜ): ସିଏମଓରେ କାର୍ଯ୍ୟରତ ଅଫିସରଙ୍କ ବିରୋଧରେ ନିର୍ବାଚନ କମିଶନଙ୍କ କାର୍ଯ୍ୟାନୁଷ୍ଠାନ ଦୁର୍ଭାଗ୍ୟଜନକ । ଓଡ଼ିଶାରେ ଯଦି ନକ୍ସଲବାଦ କମିଛି…
ଦୁନିଆର ସବୁଠାରୁ ଉଚ୍ଚ ବିଲିଡିଂ ତଥା ଦୁବାଇରେ ଥିବା ବୁର୍ଜ ଖଲିଫାରେ ଝଲସିଲା ଆଇପିଏଲ ୨୦୨୪ ଟ୍ରଫି । ବୁର୍ଜ…
Motorola Moto G85 ଖୁବ୍ ଶୀଘ୍ର ଭାରତରେ ଲଞ୍ଚ ହେବାକୁ ଯାଉଛି ଏବଂ ସ୍ମାର୍ଟଫୋନର ରେଣ୍ଡରଗୁଡିକ ସାମ୍ନାକୁ ଆସିଛି ।…
ଭୁବନେଶ୍ବର (କେନ୍ୟୁଜ): ଭୁବନେଶ୍ବରରୁ ସିଧାସଳଖ କୁଆଲାଲମ୍ପୁରକୁ ଉଡ଼ିଲା ବିମାନ। ଗତକାଲି ରାତିରୁ ବିମାନ ସେବା ଆରମ୍ଭ ହୋଇଛି । ଏୟାର…
ମହାକାଳପଡ଼ା (କେନ୍ୟୁଜ): ଗାତରେ ଫସିଗଲା ବଉଳା କୁମ୍ଭୀର । ନିର୍ମାଣାଧୀନ ସେତୁର ଗର୍ତ୍ତରେ ଫସି ଯାଇଛି କୁମ୍ଭୀର । କେନ୍ଦ୍ରାପଡା…