ଭାରତରେ ଉପରମୁହାଁ କରୋନା ମୃତ୍ୟୁ: ଶନିବାର ୮୭୧ ଜୀବନ ନେଇଛି ମହାମାରୀ

କେନ୍ୟୁଜ୍ (ବ୍ୟୁରୋ):  ଭାରତରେ ଉପରମୁହାଁ କରୋନା ମୃତ୍ୟୁ । ଗତକାଲି ୮୭୧ ଜୀବନ ନେଇଛି ମହାମାରୀ । ମହାରାଷ୍ଟ୍ରରେ ସର୍ବାଧିକ ମୃତ୍ୟୁ। ଗୋଟିଏ ଦିନରେ ଯାଇଛି ୧୦୩ ଜୀବନ । କେରଳରେ ୯୪, କର୍ଣ୍ଣାଟକରେ ୫୦ ଜୀବନ ଯାଇଛି । ଦେଶରେ ସଂକ୍ରମଣ କମୁଥିବା ବେଳେ ମୃତ୍ୟୁ ବଢ଼ିବା ଚିନ୍ତା ବଢ଼ାଉଛି । ଗତ କିଛି ଦିନ ହେବ ଦେଶରେ ୩ ଲକ୍ଷ ତଳେ ରହୁଛି ସଂକ୍ରମଣ ।

ଗତକାଲି ପୂର୍ବଦିନଠାରୁ ପ୍ରାୟ ୧୫ ହଜାର କମ୍‌ କେସ୍‌ । ୨୪ ଘଣ୍ଟାରେ ୨ଲକ୍ଷ ୩୫ ହଜାର ୫୩୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ପଜିଟିଭିଟି ହାର ମଧ୍ୟ ୧୩.୩୯ ପ୍ରତିଶତକୁ ଖସିଛି । କିନ୍ତୁ ଗତ କିଛି ଦିନ ହେବ ବଢ଼ି ଚାଲିଛି ମୃତ୍ୟୁ ସଂଖ୍ୟା । ବୁଧବାର ୬୬୫, ଗୁରୁବାର ୩୮୪ଜଣଙ୍କ ଜୀବନ ନେଇଥିଲା ମାରାତ୍ମକ ଭାଇରସ୍‌। ଶୁକ୍ରବାର ମୃତ୍ୟୁ ସଂଖ୍ୟା ୬୨୭ ଥିଲା। ଶନିବାର ୮୭୧ ସଂକ୍ରମିତ ପ୍ରାଣ ହରାଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.