ବାଣ କାରଖାନାରେ ବିସ୍ଫୋରଣ, ୮ ମୃତ ଅନେକ ଆହତ

ବିଶାଖାପାଟଣା : ଆନ୍ଧ୍ରପ୍ରଦେଶର ଅନକାପାଲି ଜିଲ୍ଲାରେ ଏକ ବଡ଼ ଦୁର୍ଘଟଣା ହୋଇଛି ।  ଆଜି ଏକ ବାଣ କାରଖାନାରେ ବିସ୍ଫୋରଣ ହୋଇଛି । ଏହି ଘଟଣାଟି କୈଳାସପଟ୍ଟିନମ୍ ଗାଁରେ ହୋଇଛି ।  ଏହି ଦୁର୍ଘଟଣାରେ ୮ ଜଣଙ୍କ ଜୀବନ ଚାଲିଯାଇଛି ।  ୭ଜଣ ଲୋକ ଗୁରୁତର ଆହତ ହୋଇଛନ୍ତି ।  ମୃତକଙ୍କ ମଧ୍ୟରେ ଦୁଇ ଜଣ ମହିଳା ଅଛନ୍ତି ।  ବିସ୍ଫୋରଣଟି ଏକ ଫୋଟାକା ତିଆରି ହେଉଥିବା ୟୁନିଟ୍ ଭିତରେ ହୋଇଥିଲା ତଦନ୍ତରୁ ଜଣାପଡ଼ିଛି ।

ବିସ୍ଫୋରଣ ପରେ ନିଆଁ ଦ୍ରୁତ ଗତିରେ ବ୍ୟାପିଗଲା ଏବଂ ସମଗ୍ର ୟୁନିଟ୍‌କୁ ନଷ୍ଟ କରିଦେଇଥିଲା । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ କାରଖାନାରେ ରଖାଯାଇଥିବା ବିପୁଳ ପରିମାଣର ଫୋଟକାରେ ନିଆଁ ଲାଗିଯାଇଥିଲା । ଯାହା ଫଳରେ ଏକ ବିରାଟ ବିସ୍ଫୋରଣ ହୋଇଥିଲା । ଦୁର୍ଘଟଣା ସମୟରେ କାରଖାନାରେ ୧୫ ଜଣ କର୍ମଚାରୀ କାମ କରୁଥିଲେ । ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଆଖପାଖ ଅଞ୍ଚଳ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା । ଏହି ଆତସବାଜି ଆଗାମୀ ପର୍ବ ଏବଂ ବିବାହ ପାଇଁ ତିଆରି କରାଯାଉଥିଲା ।

ଏନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି । ଆନ୍ଧ୍ର ଗୃହମନ୍ତ୍ରୀ ବି ଅନିଥା କହିଛନ୍ତି ଯେ ଅଗ୍ନିକାଣ୍ଡ ଦୁର୍ଘଟଣାରେ ଦୁଇ ମହିଳାଙ୍କ ସମେତ ୮ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନେକ ଆହତ ହୋଇଛନ୍ତି । ସେ କହିଛନ୍ତି ଯେ ଆହତମାନଙ୍କୁ ନିକଟବର୍ତ୍ତୀ ଡାକ୍ତରଖାନାରେ ଭର୍ତ୍ତି କରାଯାଉଛି ।  ଆହତମାନଙ୍କୁ ଚିକିତ୍ସା ସୁବିଧା କରିବା ପାଇଁ ମୁଖ୍ୟମନ୍ତ୍ରୀ ଅନିତା ଏବଂ ଜିଲ୍ଲା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ତେବେ ଏହିଘଟଣାରେ ମୃତକମାନଙ୍କୁ ଚିହ୍ନଟ କରାଯାଇଛି । ସେମାନଙ୍କ ମଧ୍ୟରେ ଦାଦି ରାମଲକ୍ଷ୍ମୀ, ପୁରାମ ପାପା, ଗୁମ୍ପିନା ବେଣୁ, ସେନାପତି ବାବୁରାଓ, ମନୋହର, ଦେବରା ନିରମାଲା, ଆପିକୋଣ୍ଡା ତଥାବାବୁ ଏ ବଂ ସାଙ୍ଗାରିଗୋବିନ୍ଦୁଙ୍କ ନାମ ରହିଛି । ସମସ୍ତ ପୀଡିତ କାକିନାଡା ଜିଲ୍ଲାର ସମଲକୋଟ ଅଞ୍ଚଳର ବାସିନ୍ଦା ଥିଲେ ବୋଲି ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ଏବଂ ଅଗ୍ନିଶମ ସେବା ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ ।  ସେମାନେ ମୃତଦେହ ଗୁଡ଼ିକୁ ଉଦ୍ଧାର କରିଥିଲେ ।  ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ପୋଲିସ ଅନୁମାନ କରୁଛି । କାରଣ କିଛି ଲୋକ ଗୁରୁତର ଭାବରେ ପୋଡ଼ି ଯାଇଛନ୍ତି। ବିସ୍ଫୋରଣର ସଠିକ୍ କାରଣ ପୋଲିସ ଏପର୍ଯ୍ୟନ୍ତ ଜାଣିପାରି ନାହିଁ । ସେମାନେ ଏହା ମଧ୍ୟ ତଦନ୍ତ କରୁଛନ୍ତି ଯେ ୟୁନିଟ୍ ବେଆଇନ ଥିଲା କି ଏହାର ଲାଇସେନ୍ସ ଥିଲା ।  ଏହାର ଯାଞ୍ଚ କରୁଛି ପୋଲିସ ।

ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି । ସେ ଜିଲ୍ଲା କଲେକ୍ଟର, ପୋଲିସ ଅଧୀକ୍ଷକ (ଏସପି) ଏବଂ ଗୃହମନ୍ତ୍ରୀ ଅନିତାଙ୍କ ସହ ଫୋନ୍ ଯୋଗେ ଏହି ଘଟଣା ବିଷୟରେ କଥା ହୋଇଥିଲେ । ସେ ଘଟଣା ବିଷୟରେ ସୂଚନା ନେଇଥିଲେ ଏବଂ ରିଲିଫ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଆହତମାନଙ୍କୁ ଉତ୍ତମ ଚିକିତ୍ସା ଯୋଗାଇବା ନିଶ୍ଚିତ କରିବାକୁ ନାଇଡୁ ଅଧିକାରୀମାନଙ୍କୁ ଅନୁରୋଧ କରିଥିଲେ ।

Also read:  କର୍ଣ୍ଣାଟକ ଗାଁରେ ସର୍ଟ ସର୍କିଟ ଯୋଗୁଁ ୧୦୦ ଘର କ୍ଷତିଗ୍ରସ୍ତ, ସାମ୍ନାକୁ ଆସିଲା ବିସ୍ଫୋରଣର ଦୃଶ୍ୟ