କାଲିଫର୍ଣ୍ଣିଆ ସ୍କୁଲରେ ପୁଣି ଗୁଳିକାଣ୍ଡ: ୨ ଛାତ୍ର ମୃତ, ଶିକ୍ଷକ ଗୁରୁତର

ଆମେରିକାର କାଲିଫର୍ଣ୍ଣିଆରେ ପୁଣି ଗୁଳିକାଣ୍ଡ । ଆମେରିକାର ଡେସ୍ ମୋଇନେସ୍ ସ୍ଥିତ ଏକ ସ୍କୁଲରେ ଗୁଳିକାଣ୍ଡ ଘଟଣା ସାମ୍ନାକୁ ଆସିଛି । ଗୁଳିକାଣ୍ଡରେ ୨ ଛାତ୍ରଙ୍କ ମୃତ୍ୟୁ ସହ ଜଣେ ଶିକ୍ଷକ ଗୁରୁତର ଥିବା ସୂଚନା ମିଳିଛି । ଏହି ଗୁଳିକାଣ୍ଡରେ ୯ ଲୋକଙ୍କ ପ୍ରାଣ ଚାଲିଯାଇଛି । ପୋଲିସ ସନ୍ଦିଗ୍ଧକୁ ଗିରଫ କରିଛି । ସେନ ମେଣ୍ଟୋ ସ୍ଥିତ ପୋଲିସ ମୁଖ୍ୟାଳୟ ପକ୍ଷରୁ କୁହାଯାଇଛି, ସେନ୍‌ ଫ୍ରାନ୍ସିକୋ ୩୦ ମିଲ ସାଥରେ ହାଫ ମୁନୱେ ନିକଟରେ ହାଇୱେ ନିକଟରେ ସୁଟିଂ ହୋଇଛି ।

ସେନ୍ ମେଣ୍ଟୋ ପୋଲିସଙ୍କ ସୂଚନା ଅନୁସାରେ, ସୋମବାର ମୋଇସେନ ସହରର ଏକ ସ୍କୁଲରେ ଗୁଳିକାଣ୍ଡରେ ୨ ଛାତ୍ରଙ୍କ ମୃତ୍ୟୁ ଘଟିଛି । ଏହା ମଧ୍ୟରେ ଜଣେ ଶିକ୍ଷକ ଗୁରୁତର ଅବସ୍ଥାରେ ଅଛନ୍ତି । ଡେସ୍ ମୋଇନେସ ପୋଲିସ ୨ଜଣଙ୍କୁ ମୃତ୍ୟୁ ଘୋଷଣା କରିଛି । ଆହତ ଶିକ୍ଷକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି ।

କାର୍ଲିଫଣ୍ଣିଆର ସ୍ଥାନୀୟ ନେତା ଟ୍ୱିଟ କରି କହିଛନ୍ତି ଯେ, ଆମ ସ୍ଥାନୀୟ ଜିଲ୍ଲାରେ ଗୁଳିକାଣ୍ଡ ଯୋଗୁଁ ସାଧାରଣ ଜନତାଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରୁଛୁ । ଏଥିପାଇଁ ସ୍ଥାନୀୟ ପୋଲିସ ପ୍ରଶାସନକୁ କଡ଼ା କରାଯିବ । ଏହି ଘଟଣାରେ ଏକାଧିକ ସନ୍ଦିଗ୍ଧଙ୍କୁ ଅଟକ ରଖିଛି ପୋଲିସ ।

କାଲିଫର୍ଣ୍ଣିଆରେ ଦୁଇଦିନ ଭିତରେ ଏହା ତୃତୀୟ ଘଟଣା । ଏହି ଘଟଣାରେ ୪ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ଏହା ପୂର୍ବରୁ ଜାନୁଆରୀ ୨୨ ତାରିଖରେ କାଲିଫର୍ଣ୍ଣିଆର ଲସ୍‌ ଏଞ୍ଜେଲସର ମୋଣ୍ଟେରୀ ପାର୍କରେ ଚୀନ ନବବର୍ଷ ପାଳନ ଅବସରରେ ଫାୟାରିଂ ହୋଇ ୧୦ ଲୋକଙ୍କ ମୃତ୍ୟୁ ହୋଇଥିଲା । ଆମେରିକାର କାଲିଫର୍ଣ୍ଣିଆର ମଣ୍ଟେରୀ ପାର୍କରେ ହୋଇଥିବା ଗୁଳିକାଣ୍ଡ ଘଟାଇଥିବା ସନ୍ଦିଗ୍ଧ ପରିଚୟ ମିଳିଥିଲା । ଚୀନ ନବବର୍ଷ ପାଳନ ଅବସରରେ ଡ୍ୟାନ୍ସ କ୍ଲବରେ ଗୁଳି ଚଳାଇ ହତ୍ୟା କରିଥିବା ବ୍ୟକ୍ତି ଜଣକ ହେଉଛନ୍ତି ୭୨ ବର୍ଷୀୟ ବୃଦ୍ଧ ହୁଉ କାନ୍ ସ୍ରାନ୍। ୧୦ ଜଣଙ୍କୁ ମାରିବା ପରେ ବୃଦ୍ଧ ଜଣକ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ପୋଲିସ କହିଛି। ତାଙ୍କ ମୃତ ଦେହକୁ ଏକ ଭ୍ୟାନ୍ରୁ ଜବତ କରାଯାଇଥିଲା ।

ସୂଚନାଯୋଗ୍ୟ, ଚୀନ ନବବର୍ଷ ଅବସରରେ ଶନିବାର ରାତିରେ ସେଠାରେ ହଜାର ହଜାର ଲୋକ ଏକାଠି ହୋଇଥିଲେ । ଏହି ସମୟରେ ଜଣେ ଆତତାୟୀ ଆଖିବୁଜା ଗୁଳିକାଣ୍ଡ କରିଥିଲା । ଗୁଳିକାଣ୍ଡରେ ଲୋକଙ୍କ ଅତର୍କିତ ଭାବେ ଚାରିଆଡେ ଦୌଡିଥିଲେ । ଘଟଣା ବିଷୟରେ ପୋଲିସ ଖବର ପାଇଁ ପହଞ୍ଚିବା ପରେ ସ୍ଥିତି ନିୟନ୍ତ୍ରଣ ହୋଇଥିଲା। ଘଟଣାରେ ଗୁରୁତର ଆହତଙ୍କୁ ପୋଲିସ ହସପିଟାଲରେ ଭର୍ତ୍ତି କରାଇଛି । ତେବେ ସୂଚନା ମୁତାବକ, ରାତି ୧୦ଟା ପରେ ଏହି ଗୁଳିକାଣ୍ଡ ହୋଇଥିଲା। ଗୁଳିକାଣ୍ଡ ହୋଇଥିବା ମଣ୍ଟେରୀ ପାର୍କଟି ଲସ ଆଞ୍ଜେଲସ ଠାରୁ ୧୧ କିଲୋମିଟର ଦୂରରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.