ୟେମେନରେ ବନ୍ଦୀ ଥିଲେ ବର୍ଷେ କଏଦ ଥିଲେ ୯ ଭାରତୀୟ ମତ୍ସ୍ୟଜୀବୀ, ମାଲିକଙ୍କ ଡଙ୍ଗା ଚୋରାଇ ୧୦ ଦିନରେ ପହଞ୍ଚିଲେ ଭାରତ

ନିଜ ଲୋକଙ୍କ ପାଖରେ ପହଞ୍ଚିବାର ଖୁସି କେତେ ଯେ ଥାଏ, ତାହା କୋଚ୍ଚି ତଟରେ ପହଞ୍ଚିଥିବା ୯ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଦେଖିଲା ପରେ ଜଣାପଡ଼ିଛି। କୋଚ୍ଚି ତଟରେ ବସିଥିବା ମତ୍ସ୍ୟଜୀବୀଙ୍କ ଆଖିରୁ ବୋହୁଥିବା ଲୁହ ତାଙ୍କ ଯନ୍ତ୍ରଣା ଏବଂ ଖୁସି, ଦୁଇଟିକୁ ପରିପ୍ରକାଶ କରୁଥିଲା। ଏହି ମତ୍ସ୍ୟଜୀବୀଙ୍କ ପାଇଁ କୋଚ୍ଚି ପହଞ୍ଚିବା କୌଣସି ନୂଆ ଜୀବନ ପାଇବାଠୁ କମ୍‌ ନ ଥିଲା। କାହିଁକି ବା ହେବନି, ଯେଉଁ ଲୋକଙ୍କୁ ୧ ବର୍ଷ ଧରି ୟେମେନରେ କଏଦ କରି ରଖାଯାଇଥିଲା, ଯଦି ସେମାନେ ଖୋଲା ପବନରେ ନିଃଶ୍ୱାସ ନେବେ, ତା’ହେଲେ ଏମିତି ଅନୁଭବ ହେବା ସ୍ୱାଭାବିକ କଥା।

ଏହାସହ ପଢ଼ନ୍ତୁ: ହେଲିକପ୍ଟର ଉଦ୍ଧାର ସମୟରେ ୧୭୫ ଥର ବୁଲିଲା ମହିଳାଙ୍କ ଷ୍ଟ୍ରେଚର, ଭିଡିଓ ହେଲା ଭାଇରାଲ

କେରଳର ୨ଜଣ ଏବଂ ତାମିଲନାଡ଼ୁର ୭ଜଣ ମତ୍ସ୍ୟଜୀବୀଙ୍କୁ ଗତ ୧ ବର୍ଷ ହେବ ୟେମେନରେ କଏଦ କରି ରଖାଯାଇଥିଲା। ସେମାନଙ୍କୁ ଆବଶ୍ୟକତାଠାରୁ ଅଧିକ କାମ ଆଦାୟ କରାଯାଉଥିଲା ଏବଂ ମାଡ଼ ମଧ୍ୟ ମରାଯାଉଥିଲା। ଏହି ମତ୍ସ୍ୟଜୀବୀମାନେ କୌଣସି ପ୍ରକାରେ ନିଜ ମାଲିକଙ୍କ ଡଙ୍ଗା ଚୋରାଇ ଆଣିଥିଲେ। ତା’ପରେ ୧୦ ଦିନ ପଯ୍ୟର୍ନ୍ତ ୩୦୦୦ କିଲୋମିଟରର ଏକ ଲମ୍ବା ସାମୁଦ୍ରିକ ଯାତ୍ରା କରି ଭାରତରେ ପହଞ୍ଚିଥିଲେ। କୋଚ୍ଚି ତଟଠାରୁ ୭୫ କିଲୋମିଟର ଦୂରରେ ଥିବା ଭାରତୀୟ କୋଷ୍ଟ କାର୍ଡର ଯବାନମାନେ ଯେତେବେଳେ ମତ୍ସ୍ୟଜୀବୀଙ୍କ ଡଙ୍ଗାକୁ ରୋକିଥିଲେ, ସେତେବେଳେ ସେମାନେ ଅଧିକାରୀମାନଙ୍କୁ ଏ ନେଇ ସୂଚନା ଦେଇଥିଲେ। ଏହି ଡଙ୍ଗା ବିଷୟରେ କୋର୍ଡ ଗାର୍ଡର ଡାର୍ନିୟର୍‌ ଏୟାରକ୍ରାଫ୍ଟକୁ ତଥ୍ୟ ମିଳିଥିଲା।

boat2

ଏହାସହ ପଢ଼ନ୍ତୁ: ଜୀବନ ନେଉଛି ବିଶ୍ୱସ୍ତ ଜୀବ, ଶିଶୁକୁ କାମୁଡ଼ି କାମୁଡ଼ି ଲହୁଲୁହାଣ କରୁଥିବା କୁୁକୁରର ଭିଡିଓ ଭାଇରାଲ

କୁହାଯାଉଛି କି, ୨୦୧୮ ଡିସେମ୍ବର ୧୩ରେ ଏହି ମତ୍ସ୍ୟଜୀବୀମାନେ ମାଛ ମାରିବା ପାଇଁ ଥିରୁଅନନ୍ତପୁରମ୍‌ ତଟ ଛାଡ଼ିଥିଲେ। ସେମାନେ ମାଛ ମାରିବା ଚକ୍କରରେ ବହୁତ ଆଗକୁ ଚାଲିଯାଇଥିଲେ ଏବଂ ତାଙ୍କୁ ୟେମେନରେ କଏଦ କରି ଦିଆଯାଇଥିଲା। ସେଠାରେ ସେମାନଙ୍କୁ ଡଙ୍ଗାରେ ରଖାଯାଇ ବହୁତ କାମ ଆଦାୟ କରାଯାଉଥିଲା। ଦିନରେ କେବଳ ଗୋଟିଏ ଥର ଖାଇବାକୁ ଦିଆଯାଉଥିଲା। ମତ୍ସ୍ୟଜୀବୀଙ୍କ କହିବା ହେଲା, ସେମାନେ ଯେଉଁ ଡଙ୍ଗାକୁ ଚୋରାଇ ଥିଲେ, ସେଥିରେ ପୂର୍ବରୁ ପିଆଜ, ଇନ୍ଧନ ଏବଂ ଖାଦ୍ୟପେୟର କିଛି ସାମଗ୍ରୀ ମହଜୁଦ୍‌ ଥିଲା, ଯାହାଫଳରେ ସେମାନେ ୩୦୦୦ କିଲୋମିଟରର ଲମ୍ବା ଯାତ୍ରା କରିପାରିଲେ।

ଏହାସହ ପଢ଼ନ୍ତୁ: ୧୩ ବର୍ଷର ବାଳକ ଅନ୍ଧମାନଙ୍କ ପାଇଁ ବନାଇଲେ ଏପରି ଜିନିଷ, ଆଉ ଦରକାର ନାହିଁ କାହାର ସାହାରା

ପୋଲିସର ସୂଚନା ଅନୁଯାୟୀ, ମତ୍ସ୍ୟଜୀବୀମାନଙ୍କୁ ଆପ୍ରବାସନର ଔପଚାରିକତା ପୂରଣ କରାଯିବା ପରେ ହିଁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ। କୋଷ୍ଟଲ ପୋଲିସ ଅଧିକାରୀ କହିଛନ୍ତି, ସମସ୍ତ ମତ୍ସ୍ୟଜୀବୀଙ୍କ ପରିବାର ଲୋକଙ୍କୁ ଏ ନେଇ ଖବର ଦିଆଯାଇଛି। ଯଦି ସବୁକିଛି ଠିକ୍‌ ରୁହେ, ତା’ହେଲେ ଖୁବ୍‌ଶୀଘ୍ର ସେମାନଙ୍କୁ ଛାଡ଼ି ଦିଆଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.