ଆମେରିକାର ମଲ୍ରେ ଗୁଳିମାଡ, ୯ ମୃତ
ପୁଣି ଆମେରିକାରେ ଆଖିବୁଜା ଗୁଳିକାଣ୍ଡ । ଟେକ୍ସାସର ଏକ ସପିଂ ମଲରେ ଗୁଳିକାଣ୍ଡ କରିଛି ଦୁର୍ବୃତ୍ତ । ଘଟଣାରେ ୯ ଜଣଙ୍କ ପ୍ରାଣ ଚାଲିଯାଇଥିବା ବେଳେ ୭ ଗୁରୁତର ରହିଛନ୍ତି ।
ଆମେରିକାରେ ପୁଣି ଗୁଳିକାଣ୍ଡ। ସପିଂ ମଲ୍ରେ ଆଖିବୁଜା ଗୁଳିମାଡ଼ କରିଛି ଦୁର୍ବୃତ୍ତ। ଟେକ୍ସାସର ଏକ ସପିଂ ମଲରେ ଫାୟାରିଂ ହୋଇଛି । ଗୁଳିମାଡରେ ୯ ଜଣଙ୍କ ମୃତ୍ୟୁ ହୋଇଛି । ଘଟଣାରେ ୭ ଜଣ ଗୁରୁତର ହୋଇଛନ୍ତି । ମୃତାହତଙ୍କ ଭିତରେ କିଛି ଛୋଟ ପିଲା ରହିଛନ୍ତି। ଗୁରୁତରଙ୍କ ବୟସ ୫ରୁ ୬୧ ବର୍ଷ ଭିତରେ ହେବ ବୋଲି ସୂଚନା ମିଳିଛି । ପୋଲିସ ଗୁଳିରେ ସନ୍ଦିଗ୍ଧ ବନ୍ଧୁକଧାରୀର ମୃତ୍ୟୁ ହୋଇଛି । ତାର ବୟସ ୨୦ ବର୍ଷ ହେବ ।
ଆମେରିକାର ଟେକ୍ସାସ୍ ଅନ୍ତର୍ଗତ ଡାଲସ୍ ବାହାରେ ଥିବା ଜନଗହଳି ପ୍ରିମିୟମ ଆଉଟଲେଟ୍ସ ମଲରେ ଜଣେ ବନ୍ଧୁକଧାରୀ ଆଖିବୁଜା ଗୁଳି ଚଳାଇବାରୁ ୯ଜଣ ଲୋକଙ୍କର ମୃତ୍ୟୁ ଘଟିବା ସହିତ ଆଉ ୭ଜଣ ଆହତ ହୋଇଥିବା କଥା ସରକାରୀ କର୍ତ୍ତୃପକ୍ଷମାନେ କହିଛନ୍ତି। ଆଖି ଆଗରେ ଯିଏ ପଡ଼ିଲା ତାଉପରେ ଗୁଳି ଚଳାଇଥିଲା । ମଲର ଚାରିଆଡ଼କୁ ଗୁଳି ମାରିଥିଲା ଆତତାୟୀ । ଏହି ଘଟଣା ପରେ ମଲ୍ ଭିତରେ ଧାଁ ଦୌଡ଼ ଆରମ୍ଭ ହୋଇଥିଲା । ପୋଲିସ ଆରମ୍ଭ କରିଥିଲା ସର୍ଚ୍ଚ ଅପରେସନ୍ । ପୋଲିସର ପାଲଟା ଗୁଳିରେ ବନ୍ଧୁକଧାରୀ ନିହତ ହୋଇଥିବା ସୂଚନା ମିଳିଛି ।
Video of shooter at outlet mall in Allen Texas getting out of car firing shots off- I was here at the location so surreal pic.twitter.com/hm410bYp0B
— Dyshaun Six McDaniel (@Youngsix) May 7, 2023
ପୋଲିସ ମଲ୍କୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ୍ କରୁଛି । ଏବେବି କିଛି ଲୋକ ମଲ୍ ଭିତରେ ଫସି ରହିଛନ୍ତି । ସୋସିଆଲ୍ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ମଲ୍ କର୍ମଚାରୀମାନେ ଭିତରେ ଲୁଚି ରହିଥିବା ଦେଖିବାକୁ ମିଳିଛି ।
ଏହି ଗୁଳିକାଣ୍ଡକୁ ଟେକ୍ସାସର ଗଭର୍ଣ୍ଣର୍ ଗ୍ରେଗ୍ ଏବୋଟ୍ ‘ଅକଥନୀୟ ଦୁଃଖଦ ଘଟଣା ବୋଲି କହିବା ସହିତ ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ସମସ୍ତ ସହାୟତା ଯୋଗାଇ ଦେବାକୁ ରାଜ୍ୟ ପ୍ରସ୍ତୁତ ଅଛି ବୋଲି ପ୍ରତିଶ୍ରୁତି ଦେଇଛନ୍ତି।