ପୁଣେରେ ଭୟଙ୍କର ସଡ଼କ ଦୁର୍ଘଟଣା; ଟ୍ରକ୍ ଧକ୍କା ଦେବା ପରେ ବସ୍ ସହ ପିଟି ହେଲା କାର୍, ୯ ମୃତ

ମହାରାଷ୍ଟ୍ରର ପୁଣେରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ ୯ ଜଣଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣା ଘଟିଛି ପୁଣେର ନାରାୟଣଗାଁ ଅଞ୍ଚଳରେ । ଏଠାରେ ଦ୍ରୁତଗାମୀ ଟ୍ରକ୍ ଏକ କାରକୁ ଧକ୍କା ଦେବା ପରେ କାରଟି ସେଠାରେ ଛିଡ଼ା ହୋଇଥିବା ଏକ ବସ୍ ସହ ପିଟି ହୋଇଯାଇଥିଲା । ଦୁର୍ଘଟଣା ଏତେ ଭୟାବହ ଥିଲା ଯେ ଘଟଣାସ୍ଥଳରେ ହିଁ ୯ ଜଣଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା ।
ଏହି ଦୁର୍ଘଟଣା ପୁଣେ-ନାସିକ ରାଜପଥରେ ଶୁକ୍ରବାର ସକାଳ ପ୍ରାୟ ୧୦ଟାରେ ଘଟିଛି । ଦୁର୍ଘଟଣାରେ ୪ ମହିଳା, ୪ ପୁରୁଷ ଓ ଜଣେ ଶିଶୁର ମୃତ୍ୟୁ ହୋଇଛି । ଏଥିରେ ଅନ୍ୟ ୩ ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତକଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ପୁଣେ ପ୍ରଶାସନ ତରଫରୁ କୁହାଯାଇଛି ।
ଖବର ପାଇ ସ୍ଥାନୀୟ ବିଧାୟକ ଶରଦ ସୋନୱଣେ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ସମ୍ପର୍କରେ ଅବଗତ ହୋଇଛନ୍ତି । ସେ ଏହି ଦୁର୍ଘଟଣାକୁ ଅତ୍ୟନ୍ତ ଦୁଃଖଦାୟକ ବୋଲି କହିଛନ୍ତି । ସେପଟେ ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ ଟ୍ରକଟି ଏକ କାରକୁ ଧକ୍କା ଦେବା ପରେ ସେଠାରୁ ଫେରାର୍ ହୋଇଯାଇଥିଲା । କିନ୍ତୁ ପୋଲିସ ଟ୍ରକଟିକୁ ଜବତ କରିନେଇଛି । ଏହାସହ ଘଟଣାର ତଦନ୍ତ ଆରମ୍ଭ କରିଛି ।
Nine people died in a road accident in the Narayangaon area of Pune. The accident occurred after a truck dashed a car from behind which further collided with a bus (which was stationed)…More details awaited: Pune Rural Police SP Pankaj Deshmukh
— ANI (@ANI) January 17, 2025
ଆହୁରି ପଢ଼ନ୍ତୁ: ଚୋରର ଶେଷ ଚୋରି, ଅଟୋ ନେଇ ଫେରାର ହେଉଥିବା ବେଳେ ଦୁର୍ଘଟଣାରେ ଚାଲିଗଲା ଜୀବନ