ପାକିସ୍ତାନରେ ଭୂମିକମ୍ପରେ ୧୧ ମୃତ, ୧୬୦ରୁ ଅଧିକ ଆହତ

ପାକିସ୍ତାନ ଏବଂ ଆଫଗାନିସ୍ତାନରେ ୬.୫ ତୀବ୍ରତାର ଭୂମିକମ୍ପ । ଭୂମିକମ୍ପ ଯୋଗୁଁ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି ।

ପାକିସ୍ତାନ ଏବଂ ଆଫଗାନିସ୍ତାନରେ ୬.୫ ତୀବ୍ରତାର ଭୂମିକମ୍ପ । ଭୂମିକମ୍ପ ଯୋଗୁଁ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । କେବଳ ପାକିସ୍ତାନ କି ଆଫଗାନିସ୍ତାନ ନୁହେଁ ବରଂ ଭାରତରେ ମଧ୍ୟ ଅନୁଭୂତ ହୋଇଛି ।  ଆଫଗାନିସ୍ତାନର ହିନ୍ଦୁ କୁଶ ଅଞ୍ଚଳ ଭୂକମ୍ପର କେନ୍ଦ୍ରସ୍ଥଳ ବୋଲି କୁହାଯାଉଛି । ପାକିସ୍ତାନର ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଜୁରୁରୀକାଳୀନ ଆଲର୍ଟ ଜାରି କରରିଛନ୍ତି। ଦିଲ୍ଲୀ ଏନସିଆର ସମେତ ଭୂକମ୍ପର ଝଟକା ଉତ୍ତର ଭାରତକୁ ମଧ୍ୟ ଲାଗିଛି।

ଜମ୍ମୁ ଏବଂ କଶ୍ମୀର , ହରିୟାଣା, ପଞ୍ଜାବ, ହିମାଚଳପ୍ରଦେଶ ଏବଂ ରାଜସ୍ଥାନ ଭୂକମ୍ପରେ ଥରି ଉଠିଥିଲା । ଏହି ଘଟଣାରା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଟ୍ୱିଟ୍‌ କରି ଦିଲ୍ଲୀ ଏନସିଆରରେ ବଡ଼ଧରଣରଣ ଭୂକମ୍ପ ଅନୁଭୂତ ହୋଇଥିବା ଉଲ୍ଲେଖ କରିଛନ୍ତି। ପାଖାପାଖି ୨ ମିନିଟ ଧରି କିଛି ସ୍ଥାନରେ ଲୋକ କମ୍ପନ ଅନୁଭୂତ କରିଥିଲେ । ରିକ୍ଟର ସ୍କେଲରେ ଭୂକମ୍ପ ତୀବ୍ରତା ରହିଥିଲା ୬.୬ । ଏହାର କେନ୍ଦ୍ରସ୍ଥଳ ଥିଲା ଆଫଗାନିସ୍ତାନର ହିନ୍ଦୁକୁଶ କ୍ଷେତ୍ର । ରାତି ୧୦ଟା ୧୭ ମିନିଟରେ ଝଟକା ଅନୁଭୂତ ହୋଇଥିଲା ।

ନିକଟରେ ତୁର୍କୀ-ସିରିଆରେ ଦେଖାଦେଇଥିବା ଭୂକମ୍ପ ତାଣ୍ଡବରେ ହଜାର ହଜାର ଲୋକଙ୍କର ପ୍ରାଣହାନୀ ଘଟିବା ସହିତ ହଜାର ହଜାର ଘର ମାଟିରେ ମିଶିଯାଇଥିଲା । ଗତକାଲି ଭାରତର ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ-ଏନସିଆରର ଅନେକ ସ୍ଥାନରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଥିଲା । ରାତି ପାଖାପାଖି ୧୦ଟା ସମୟରେ ୬.୬ ତୀବ୍ରତା ବିଶିଷ୍ଟ ଝଟକା ଦେଖିବାକୁ ମିଳିଥିଲା । ଫଳରେ ଲୋକମାନେ ସେମାନଙ୍କର ଘରୁ ବାହାରକୁ ବାହାରି ଆସିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.