ମୁମ୍ବାଇ-ଗୋଆ ରାଜପଥରେ ଭୟଙ୍କର ସଡ଼କ ଦୁର୍ଘଟଣା, ୯ ମୃତ

ମୁମ୍ବାଇ-ଗୋଆ ରାଜପଥରେ ଭୟଙ୍କର ଦୁର୍ଘଟଣା । ଟ୍ରକ ଏବଂ କାର ଧକ୍କାରେ ୯ ଜଣଙ୍କର ମୃତ୍ୟୁ ହୋଇଛି । ମହାରାଷ୍ଟ୍ରର ରାୟଗଢ଼ ଜିଲ୍ଲା ଅନ୍ତର୍ଗତ ମନଗାଓଁ ଅଞ୍ଚଳ ଦେଇ ଯାଇଥିବା ମୁମ୍ବାଇ-ଗୋଆ ରାଜପଥରେ ଭୋର ୫ଟା ସମୟରେ ଏହି ଘଟଣା ଘଟିଥିବା ପୋଲିସ କହିଛି ।
ପୋଲିସ କହିବା ଅନୁସାରେ, ରାସ୍ତାର ବିପରୀତ ପାର୍ଶ୍ବରୁ ଆସୁଥିବା ଗୋଟାଏ ଟ୍ରକ୍ ବିପରୀତ ଦିଗରେ ଆସୁଥିବା କାରକୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ୫ ଜଣ ପୁରୁଷ ଏବଂ ୪ ଜଣ ମହିଳା ରହିଛନ୍ତି । ଏଥିରେ ଆହତ ହୋଇଥିବା ଆଉ ଜଣେ ୪ ବର୍ଷିୟ ପିଲାକୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କରି ଗୋରେଗାଓଁ ପୋଲିସ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଇଛି।
Nine killed in car-truck collision on Goa-Mumbai highway
Read @ANI Story |https://t.co/ZO4vVEjX0p#GoaMumbaiHighway #Accident #Goa #Mumbai pic.twitter.com/9J0Gh5OOX2
— ANI Digital (@ani_digital) January 19, 2023
ଟ୍ରକଟି ମୁମ୍ବାଇ ଅଭିମୁଖେ ଯାଉଥିବା ବେଳେ କାରଟି ରତ୍ନଗିରି ଜିଲ୍ଲାରେ ଥିବା ଗୁହାଗରକୁ ଯାଉଥିଲା। ଦୁର୍ଘଟଣା ପରେ ମୁମ୍ବାଇ-ଗୋଆ ରାଜପଥର ଯାତାୟାତ କିଛି ସମୟରେ ପାଇଁ ବନ୍ଦ ରହିଥିଲା । ଘଟଣା ମିଳିବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯାତାୟତ ସ୍ୱାଭାବିକ କରିଥିଲା ।