ଉତ୍ତର ପ୍ରଦେଶରେ ଗୁଳିକାଣ୍ଡ : ଜମି ଚାଷକୁ ବିରୋଧ କରିବାରୁ ୯ ଗ୍ରାମବାସୀଙ୍କୁ ଗୁଳି କରି ହତ୍ୟା

ଚାଷ ଜମିକୁ ନେଇ ପୂର୍ବ ଉତ୍ତର ପ୍ରଦେଶର ସୋନଭଦ୍ର ଜିଲା ଉଭା ଗାଁରେ ଘଟିଛି ଏକ ଜଘନ୍ୟ ଗୁଳିକାଣ୍ଡ। ଏଥିରେ ୩ ମହିଳାଙ୍କ ସମେତ ୯ ଜଣଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଏହି ଘଟଣାରେ ଆଉ ୧୯ ଜଣ ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇଛନ୍ତି। ପୋଲିସ ୨ଜଣଙ୍କୁ ଗିରଫ କରିଛି।

ସୋନଭଦ୍ର ପୋଲିସ ଇନ୍ସପେକ୍ଟର ସଲମାନତାଜ୍ ପାଟିଲଙ୍କ ସୂଚନାନୁଯାୟୀ, ଏହି ଘଟଣା ଉଭା ଗାଁଠାରୁ କିଛି ଦୂର ଘୋରାବଲ୍ ଅଞ୍ଚଳରେ ଘଟିଛି। ଗାଁର ମୁଖିଆ ଯଜ୍ଞ ଦତ୍ତ ୨ ବର୍ଷ ପୂର୍ବେ ୩୬ ଏକର ଚାଷ ଜମି କିଣିଥିଲେ। ବୁଧବାର ଜମି ହଳ କରିବାକୁ ସେ ଏବଂ ତାଙ୍କର ସହଯୋଗୀ ଟ୍ରାକ୍ଟର ଯୋଗେ ଆସି ସେଠାରେ ପହଞ୍ଚିଥିଲେ। ତେବେ ଏହି ସମୟରେ କେତେଜଣ ଗ୍ରାମବାସୀ ସେମାନଙ୍କୁ ବିରୋଧ କରିବାରୁ ଯଜ୍ଞ ଦତ୍ତଙ୍କ ସହଯୋଗୀ କ୍ରୋଧିତ ହୋଇପଡ଼ିଥିଲେ। ଏହାପରେ ସେମାନେ ଗାଁ ଲୋକଙ୍କ ଉପରକୁ ଆଖି ବୁଜା ଗୁଳି ଚଳାଇ ଥିଲେ ବୋଲି ପାଟିଲ କହିଛନ୍ତି।

ଏହାସହ ପଢ଼ନ୍ତୁ: ଗାଁରେ ପରିବା ବିକୁଥିବା ବ୍ୟକ୍ତିଙ୍କ ବ୍ୟାଙ୍କ ଆକାଉଣ୍ଟରେ ଆସିଗଲା ୪ କୋଟି, କିଛି କ୍ଷଣ ପରେ ଭାଙ୍ଗିଗଲା ସୁନେଲି ସ୍ବପ୍ନ

ସେପଟେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘଟଣା ବିଷୟରେ ଅବଗତ ହେବା ପରେ ମୃତକଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି। ସେ ଜିଲାପାଳଙ୍କୁ ଆହତଙ୍କ ଚିକିତ୍ସା ପାଇଁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହ ରାଜ୍ୟର ପ୍ରମୁଖ ପୋଲିସ ଅଧିକାରୀଙ୍କୁ ଘଟଣାକୁ ବ୍ୟକ୍ତିଗତ ଭାବେ ନେଇ ଏହାର ଉଚ୍ଚସ୍ତରୀୟ ତଦନ୍ତ ଏବଂ ଦୋଷୀଙ୍କ ବିରୋଧରେ ଯଥା ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Roshni

Recent Posts

୩ ରୁ ୪ ଦିନ ମଧ୍ୟରେ ସବୁ ଜିଲ୍ଲାକୁ ଛୁଇଁବ ମୌସୁମୀ, ୨୫ରୁ ବଢିବ ବର୍ଷା

ଭୁବନେଶ୍ୱର (କେନ୍ୟୁଜ): ଆଗାମୀ ୩ ରୁ ୪ ଦିନ ମଧ୍ୟରେ ଓଡ଼ିଶାର ସବୁ ଜିଲ୍ଲାକୁ ଛୁଇଁବ ମୌସୁମୀ । ସୁନ୍ଦରଗଡ଼…

2 mins ago

ତାଜା ଅପଡ଼େଟ : ଜାଣନ୍ତୁ ଆପଣଙ୍କ ସହରରେ ପେଟ୍ରୋଲ ଦର ବଢିଛି ନା କମିଛି ?

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୦ ଟଙ୍କା ୯୨ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

12 mins ago

ଟି-ଟ୍ବେଣ୍ଟି ବିଶ୍ବକପ୍ : ସୁପର-୮ରେ ଭାରତର ଦ୍ବିତୀୟ ବିଜୟ, ବାଂଲାଦେଶକୁ ୫୦ ରନରେ କଲା ପରାସ୍ତ

ଟି-ଟ୍ବେଣ୍ଟି ବିଶ୍ବକପ୍ ରେ ବାଂଲାଦେଶକୁ ହରାଇ ସୁପର-୮ରେ ଭାରତର କ୍ରମାଗତ ବିଜୟ । ବାଂଲାଦେଶକୁ ୫୦ ରନରେ ପରାସ୍ତ କରି…

21 mins ago

ସ୍ଥିର ରହିଛି ସୁନା ଦର, କିଣିବାକୁ ଚାହୁଁଛନ୍ତି କି ଆଜି ହିଁ ନେଇ ଆସନ୍ତୁ

ଆଜି ସ୍ଥିର ରହିଛି ସୁନା-ରୂପା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି ତେବେ…

36 mins ago

ବାରିପଦା ବସ ଷ୍ଟାଣ୍ଡରେ ହଣାକଟା ଘଟଣା: ଉଭୟ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ୍

ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…

45 mins ago

ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି : ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…

54 mins ago