ଆମେରିକାର ଟେକ୍ସାସରେ ତିଆରି ହୋଇଛି ୯୦ ଫୁଟ ଉଚ୍ଚ ହନୁମାନଙ୍କ ମୂର୍ତ୍ତି, ଯାହା ବାସ୍ତୁକଳା ଏବଂ ଇଂଜିନିୟରିଂ ର ଅଦ୍ୱିତୀୟ ଉଦାହରଣ

ଆମେରିକାର ଟେକ୍ସାସରେ ବଜରଙ୍ଗବଲୀ ହନୁମାନଙ୍କ ୯୦ ଫୁଟ ଉଚ୍ଚ ମୂର୍ତ୍ତି ସ୍ଥାପିତ ହୋଇଛି । ଏଥିରେ କେବଳ ଭାରତୀୟ ସମୁଦାୟ ନୁହେଁ ବରଂ ସମଗ୍ର ଆମେରିକାବାସୀ ଖୁସି ହୋଇଛନ୍ତି । ଏହି ମୂର୍ତ୍ତି ଆମେରିକାରେ ସ୍ଥାପିତ ସମସ୍ତ ଧାର୍ମିକ ମୂର୍ତ୍ତି ମଧ୍ୟରୁ ସବୁଠାରୁ ଉଚ୍ଚ ମୂର୍ତ୍ତି ମଧ୍ୟରେ ଅନ୍ୟତମ । ଆମେରିକାରେ ଏହାଠାରୁ ଉଚ୍ଚ ମୂର୍ତ୍ତି କେବଳ ଷ୍ଟାଚ୍ୟୁ ଅଫ ଲିବର୍ଟି ଏବଂ ପେଗାସସର ଡ୍ରାଗନ ମୂର୍ତ୍ତି ରହିଛି ।

ଭଗବାନ ହନୁମାନଙ୍କ ଏହି ବିଶାଳ ମୂର୍ତ୍ତି ନିର୍ମାଣରେ ଭାରତୀୟ ବାସ୍ତୁକଳାର ଅଦ୍ଭୁତ ନମୁନା ଦେଖିବାକୁ ମିଳିଛି । ମୂର୍ତ୍ତିରେ ଭଗବାନ ହନୁମାନଙ୍କ ଶକ୍ତିଶାଳୀ ଏବଂ କରୁଣାମୟୀ ଛବି ନଜର ଆସୁଛି । ଗଦା ଧାରଣ କରିଥିବା ୯୦ ଫୁଟ ଉଚ୍ଚ ମୂର୍ତ୍ତି ଧାର୍ମିକ ମହତ୍ତ୍ୱର ପ୍ରତୀକ ବୋଲି କୁହାଯାଉଛି । ବାସ୍ତୁକଳା ଏବଂ ଇଂଜିନିୟରିଂ ର ଅଦ୍ୱିତୀୟ ଉଦାହରଣ ।

ଟେକ୍ସାସରେ ଏହି ମୂର୍ତ୍ତି ସ୍ଥାପନା ଭାରତୀୟ ସମୁଦାୟ ଗର୍ବ ଓ ସମ୍ମାନର ପ୍ରତୀକ ଭାବେ ଦେଖିବାକୁ ମିଳିଛି । ସ୍ଥାନୀୟ ଲୋକ ଏହି ମୂର୍ତ୍ତିକୁ ନେଇ ଉତ୍ସାହିତ ରହିଛନ୍ତି । ମୂର୍ତ୍ତିର ଉଦ୍‌ଘାଟନ ସମୟରେ ଏକ ଭବ୍ୟ ସମାରୋହର ଆୟୋଜନ କରାଯାଇଥିଲା । ଏଥିରେ ଅଧିକ ସଂଖ୍ୟାରେ ଭାରତୀୟ ପ୍ରବାସୀ ଏବଂ ଆମେରିକାର ନାଗରିକ ସାମିଲ ହୋଇଥିଲେ । ଏହି ସମୟରେ ବଜରଙ୍ଗୀବଲୀଙ୍କ ବିଶେଷ ପୂଜା କରାଯାଇଥିଲା ।

ମୂର୍ତ୍ତି ନିର୍ମାଣ ପ୍ରକ୍ରିୟାରେ ଅନେକ ମାସ ସମୟ ଲାଗିଥିଲା । ଶହଶହ ଶ୍ରମିକ ଏବଂ ବିଶେଷଜ୍ଞଙ୍କ କଠିନ ପରିଶ୍ରମରେ ଏହି ମୂର୍ତ୍ତି ନିର୍ମାଣ କରାଯାଇଥିଲା । ହନୁମାନଙ୍କ ପ୍ରତିମାର ନାମକରଣ ‘ଷ୍ଟାଚ୍ୟୁ ଅଫ ୟୁନିଅନ’ ଭାବେ କରାଯାଇଛି । ଟେକ୍ସାସର ସୁଗାର ଲ୍ୟାଣ୍ଡ ନାମକ ସହରରେ ଶ୍ରୀ ଅଷ୍ଟଲକ୍ଷ୍ମୀ ମନ୍ଦିରରେ ଏହି ବିଶାଳ ହନୁମାନଙ୍କ ମୂର୍ତ୍ତିକୁ ପ୍ରତିଷ୍ଠା କରାଯାଇଛି । ହଦୁମାନଙ୍କ ପ୍ରାଣ ପ୍ରତିଷ୍ଠାର ଶ୍ରେୟ ଚିନ୍ନାଜୀୟର ସ୍ୱାମୀଜୀଙ୍କୁ ଦିଆଯାଇଛି ।

ସୂଚନାଯୋଗ୍ୟ, ଷ୍ଟାଚ୍ୟୁ ଅଫ ଲିବର୍ଟି ଏବଂ ପେଗାସସର ଡ୍ରାଗନ ମୂର୍ତ୍ତି ହନୁମାନଙ୍କ ମୂର୍ତ୍ତି ଠାରୁ ବଡ । ଷ୍ଟାଚ୍ୟୁ ଅଫ ଲିବର୍ଟିର ଉଚ୍ଚତା ୩୦୫ ଫୁଟ ରହିଥିବା ବେଳେ ପେଗାସସର ଡ୍ରାଗନ ମୂର୍ତ୍ତି ୧୧୦ ଫୁଟ ଉଚ୍ଚ ରହିଛି । ସେହିପରି ହନୁମାନଙ୍କ ମୂର୍ତ୍ତି ୯୦ ଫୁଟ ଉଚ୍ଚ ହିଛି । ଯାହା ଆମେରିକାରେ ଉଚ୍ଚ ଧାର୍ମିକ ମୂର୍ତ୍ତି ମଧ୍ୟରେ ଅନ୍ୟତମ ।

You might also like