ପୃଥିବୀକୁ ମାଡି ଆସୁଛି ମହାବିପଦ: ୯୦ ସେକେଣ୍ଡରେ ହେବ ଧ୍ୱଂସ
ନୂଆଦିଲ୍ଲୀ : ପୃଥିବୀ ଧ୍ୱଂସକୁ ଆଉ ୯୦ ସେକେଣ୍ଡ । ମଧ୍ୟରାତ୍ରି ତଥା ରାତି ୧୨ଟାର ନିକଟତର ହେଉଛନ୍ତି ଡୁମସ୍ଡେ ଘଣ୍ଟା । ଘଣ୍ଟା ଯେତେ ଆଗକୁ ବଢିବ ପୃଥିବୀର ପ୍ରଳୟର ସେତେ ନିକଟତର ହେବ । ମନୁଷ୍ୟକୃତ କାର୍ଯ୍ୟ ପାଇଁ ପୃଥିବୀ ଧ୍ୱଂସ ଆଡକୁ ଅଗ୍ରସର ହେଉଛି । ୟୁକ୍ରେନ ଯୁଦ୍ଧ ପାଇଁ ଡୁମସ୍ଡେ ଘଡି ଅଧିକ ବେଗରେ ଚାଲୁଥିବା କହିଛନ୍ତି ବୈଜ୍ଞାନିକ । ଗତ ତିନି ବର୍ଷ ଏହି ଘଣ୍ଟାର କଣ୍ଟା ଅଧା ରାତିରୁ ୧୦୦ ସେକେଣ୍ଡ ଦୂରରେ ସ୍ଥିର ରହିଥିଲା । ଏବେ ପରମାଣୁ ଅସ୍ତ୍ର ଓ ଜଳବାୟୁ ପରିବର୍ତ୍ତନ କାରଣରୁ ଏହା ପୁଣି ଚାଲିବା ଆରମ୍ଭ ହୋଇଛି ।
ଡୁମସ୍ ଡେ ଘଣ୍ଟା ଏକ ସାଙ୍କେତିକ ଘଣ୍ଟା । ଏହାର ମାଧ୍ୟମରେ ବରିଷ୍ଠ ପରମାଣୁ ବୈଜ୍ଞାନୀ ମାନେ ପ୍ରତିବର୍ଷ ପ୍ରଳୟର ଆକଳନ କରନ୍ତି । ଏହି ଘଡି ମାଧ୍ୟମରେ କୁହାଯାଏ ପରମାଣୁ ଯୁଦ୍ଧ ଓ ଜଳବାୟୁ ପରିବର୍ତ୍ତନ ପରି ସଙ୍କଟ ଦ୍ୱାରା ପୃଥିବୀ କେତେ ଶୀଘ୍ର ଧ୍ୱଂସ ହେବ। ୧୯୪୫ ମସିହାରେ ଏକ ଏନଜିଓ ‘ବୁଲେଟିନ ଅଫ ଦ ଅଟୋମିକ ସାଇଟିଷ୍ଟସ୍’ ଡୁମସ୍ କ୍ଲକର ସ୍ଥାପନା କରିଥିଲେ ।