ମହାରାଷ୍ଟ୍ରରେ ଡରାଇଲାଣି କରୋନା, ଓମିକ୍ରନ୍‌ ସବ୍‌ଭାରିଆଣ୍ଟ ‘KP.2’ର ୯୧ଟି ମାମଲା ଚିହ୍ନଟ

ଦେଶରେ ପୁଣିଥରେ କାୟା ବିସ୍ତାର କରିବା ଆରମ୍ଭ କଲାଣି କରୋନା ଭାଇରସ୍‌ । ମହାରାଷ୍ଟ୍ରରେ ନୂତନ କୋଭିଡ୍‌-୧୯ ଓମିକ୍ରନ୍‌ ସବ୍‌ଭାରିଆଣ୍ଟ 'KP.2'ର ୯୧ଟି ମାମଲା ଚିହ୍ନଟ କରାଯାଇଛି ।

ଦେଶରେ ପୁଣିଥରେ କାୟା ବିସ୍ତାର କରିବା ଆରମ୍ଭ କଲାଣି କରୋନା ଭାଇରସ୍‌ । ମହାରାଷ୍ଟ୍ରରେ ନୂତନ କୋଭିଡ୍‌-୧୯ ଓମିକ୍ରନ୍‌ ସବ୍‌ଭାରିଆଣ୍ଟ ‘KP.2’ର ୯୧ଟି ମାମଲା ଚିହ୍ନଟ କରାଯାଇଛି । ଏହା JN.1 ଭାରିଆଣ୍ଟଠାରୁ ମଧ୍ୟ ଅଧିକ ପ୍ରଭାବଶାଳୀ ବାହାରିଛି, ଯାହାକି ବର୍ତ୍ତମାନ ଅନେକ ଦେଶରେ ସଂକ୍ରମଣ ବିସ୍ତାର କରୁଛି ।

ପୁଣେରେ ୫୧ଟି ମାମଲା ଚିହ୍ନଟ ହୋଇଥିବା ବେଳେ ଠାଣେରେ KP.2 ସବଭାରିଆଣ୍ଟର ୨୦ଟି ମାମଲା ରେକର୍ଡ କରାଯାଇଛି । ଏହି ନୂତନ ଷ୍ଟ୍ରେନ୍‌କୁ ପ୍ରଥମ ଥର ଜାନୁୟାରୀରେ ଚିହ୍ନଟ କରାଯାଇଥିଲା । ବର୍ତ୍ତମାନ ଆମେରିକାରେ ଏହା ପ୍ରମୁଖ ସଂକ୍ରାମକ ରହିଛି ।

ପୁଣେ ଏବଂ ଠାଣେ ବ୍ୟତୀତ ଅମରାବତୀ ଏବଂ ଔରଙ୍ଗାବାଦରେ ସାତୋଟି ଲେଖାଏ ମାମଲା ଚିହ୍ନଟ କରାଯାଇଛି । ଏଥିସହ ସୋଲାପୁରରେ ଦୁଇଟି ମାମଲା ଥିବାବେଳେ ଅହମ୍ମଦନଗର, ନାସିକ, ଲାତୁର ଏବଂ ସାଙ୍ଗଲିରେ KP.2 ଭାରିଆଣ୍ଟର ଗୋଟିଏ ଲେଖାଏ ମାମଲା ସାମ୍ନାକୁ ଆସିଛି । ତେବେ ମୁମ୍ବାଇରୁ କୌଣସି ମାମଲା ରେକର୍ଡ ହୋଇନାହିଁ।

କହି ରଖୁଛୁ ଯେ ମହାରାଷ୍ଟ୍ର ଜାନୁୟାରୀରେ KP.2 ମାମଲା ପ୍ରଥମେ ଚିହ୍ନଟ କରିଥିଲା । ମାର୍ଚ୍ଚ ଏବଂ ଏପ୍ରିଲ ସୁଦ୍ଧା ଏହା ରାଜ୍ୟରେ ଏକ ପ୍ରମୁଖ ଚିନ୍ତାର କାରଣ ହୋଇଯାଇଥିଲା । ରାଜ୍ୟର ଜିନୋମ୍‌ ଅନୁକ୍ରମଣ ସିକ୍ୱେନ୍ସିଂ ସଂଯୋଜକ ଡାକ୍ତର ରାଜେଶ କାର୍ଯ୍ୟକାର୍ଟେ କହିଛନ୍ତି କି, ଯଦିଓ ହସ୍ପିଟାଲରେ ଭର୍ତ୍ତି ହେବା କିମ୍ବା ଗୁରୁତର ମାମଲାରେ କୌଣସି ଆନୁପାତିକ ବୃଦ୍ଧି ହୋଇନାହିଁ ।

KP.2, JN.1ଠାରୁ ବାହାରିଛି । KP.2 ହେଉଛି JN.1ର ବଂଶଜ, ଯାହା ୨୦୨୩ ଶେଷ ସୁଦ୍ଧା ପ୍ରମୁଖ କୋଭିଡ୍ ଷ୍ଟ୍ରେନ୍ ଥିଲା । ମାର୍ଚ୍ଚରେ ମହାରାଷ୍ଟ୍ରରେ ସାମାନ୍ୟ ବୃଦ୍ଧି ଦେଖିବାକୁ ମିଳିଥିଲା । ପାଖାପାଖି ୨୫୦ଟି ମାମଲା ଚିହ୍ନଟ ହୋଇଥିଲା, ଯାହାକି ସମ୍ଭବତଃ KP.2 ଭାରିଆଣ୍ଟ ବିସ୍ତାର ପାଇଁ ଦାୟୀ ।

ସେପଟେ ଆମେରିକାରେ ମଧ୍ୟ କରୋନାର ନୂଆ ଭାରିଆଣ୍ଟ FLiRT ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଏହି ନୂଆ ଭାଇରସ୍‌ ବ୍ୟାପିବା ଦ୍ୱାରା ପୁଣି ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି ।