ବାଂଲାଦେଶରେ ପୁଣି ହିଂସା । ରବିବାର ଆରମ୍ଭ ହୋଇଥିବା ହିଂସାକାଣ୍ଡରେ ୯୨ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଦଙ୍ଗା ନିୟନ୍ତ୍ରଣ ପାଇଁ ସରକାର ସାରା ଦେଶରେ କର୍ଫ୍ୟୁ ଜାରି କରିଛନ୍ତି । ସଂରକ୍ଷଣ ବିରୋଧୀ ବିକ୍ଷୋଭ ଥମିବାର ପରେ ଏବେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ଇସ୍ତଫା ଦାବିରେ ଆରମ୍ଭ ହୋଇଛି ବିକ୍ଷୋଭ । ବିକ୍ଷୋଭକାରୀଙ୍କୁ ନିୟନ୍ତ୍ରଣ କରିବାକୁ ପୋଲିସ ପକ୍ଷରୁ ହୋଇଥିବା ଟିୟର ଗ୍ୟାସ ଓ ରବର ବୁଲେଟ ମାଡ କରାଯାଉଛି । ସେପଟେ ବାଂଲାଦେଶରେ ରହୁଥିବା ଭାରତୀୟଙ୍କୁ ସତର୍କ ରହିବାକୁ ଭାରତୀୟ ଦୂତାବାସ ପକ୍ଷରୁ ପରାମର୍ଶ ଦିଆଯାଇଛି ।
ବାଂଲାଦେଶରେ ରହୁଥିବା ଭାରତୀୟ ବିଶେଷ କରି ଭାରତୀୟ ଛାତ୍ରଛାତ୍ରୀଙ୍କୁ ସିଲହଟ୍ ସ୍ଥିତ କାର୍ଯ୍ୟାଳୟ ସହିତ ସମ୍ପର୍କରେ ରହିବାକୁ ପରାମର୍ଶ ଦିଆଯାଇଥିବା ବେଳେ ଯୋଗାଯୋଗ କରିବା ପାଇଁ ଜରୁରୀକାଳିନ ଫୋନ ନମ୍ବର ଜାରି କରାଯାଇଛି । ସରକାରୀ ଚାକିରିରେ ସଂରକ୍ଷଣକୁ ନେଇ ସରକାରଙ୍କ ବିରୋଧରେ ଜାରି ରହିଥିବା ବିରୋଧ ବାଂଲାଦେଶ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ଥମିଥିଲା । ହେଲେ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ଇସ୍ତଫା ଦାବିରେ ପୁଣି ଥରେ ଏହି ବିକ୍ଷୋଭ ଆରମ୍ଭ ହୋଇଛି । କିଛିଦିନ ପୂର୍ବରୁ ହୋଇଥିବା ବିକ୍ଷୋଭରେ ୨ ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା ।